ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ
ନେପାଳର ଗୋରଖା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ସାତ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ଜୀବନ ଚାଲିଯାଇଛି। ମନକାମନା ମନ୍ଦିର ଦର୍ଶନ କରି ଶ୍ରଦ୍ଧାଳୁମାନେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଫେରୁଥିବା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ପ୍ରାଥମିକତା ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଉଛି ।

ପୋଲିସ ସୂଚନା ଅନୁଯାୟୀ, ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଇଲେକ୍ଟ୍ରିକ୍ ମାଇକ୍ରୋବସ୍ ହଠାତ୍ ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡ଼ିଥିଲା। ଶନିବାର ସନ୍ଧ୍ୟାରେ ସହିଦ ଲଖନ ଗ୍ରାମୀଣ ପୌରପାଳିକାର କଣ୍ଟାର ଅଞ୍ଚଳରେ ବସଟି ପାହାଡ଼ିଆ ବୁଲାଣି ରାସ୍ତାରେ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ମାଇକ୍ରୋବସ୍ରେ ୧୨ ରୁ ଅଧିକ ଯାତ୍ରୀ ଥିଲେ। ଗୋରଖା ଜିଲ୍ଲା ପୋଲିସ କାର୍ଯ୍ୟାଳୟର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ନିଶ୍ଚିତ କରିଛନ୍ତି ଯେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ବ୍ୟତୀତ ଅନ୍ୟ ସାତ ଜଣ ତୀର୍ଥଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଅନ୍ୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣାର ଖବର ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଦଳ ଘଟଣାସ୍ଥଳକୁ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୁଖ୍ୟ ଜିଲ୍ଲା ଅଧିକାରୀ କହିଛନ୍ତି ଯେ ମାଇକ୍ରୋବସ୍ ଟି ମନକାମନା ମନ୍ଦିରରୁ ପଶ୍ଚିମ ଦିଗକୁ ତାନାହୁନ୍ ଜିଲ୍ଲାର ଅନବୁଖାଇରେନି ଅଞ୍ଚଳ ଅଭିମୁଖେ ଯାତ୍ରା କରୁଥିଲା। ମନ୍ଦିର ଦର୍ଶନ କରିବା ପରେ ତୀର୍ଥଯାତ୍ରୀମାନେ କେଉଁଠାକୁ ଯାଉଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ, କିନ୍ତୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ଡ୍ରାଇଭର ଏକ ପାହାଡ଼ି ମୋଡ଼ରେ ନିୟନ୍ତ୍ରଣ ହରାଇଥିଲେ।












Click it and Unblock the Notifications