ପ୍ରଥମେ ଭୋଟ୍ ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ
ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ଭୋଟିଂ ଚାଲିଥିବାବେଳେ ଏହା ଅପରାହ୍ନ ୪ଟା ଯାଏଁ ଚାଲିବ। ଜଣଙ୍କ ପରେ ଜଣେ ବିଧାୟକ ଭୋଟ ଦେବା ପାଇଁ ପହଞ୍ଚୁଥିବା ଦେଖିବାକୁ ମିଳିଛି । ରାଜ୍ୟସଭା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ୫ ପ୍ରାର୍ଥୀ ୪ଟି ଆସନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।
ମତଦାନ ଆରମ୍ଭ ହେବା ମାତ୍ରେ ମୁକେଶ ମହାଲିଙ୍ଗ ପ୍ରଥମେ ଭୋଟ୍ ଦେଇଛନ୍ତି। ପାରାଦୀପରେ ଥିବା ବିଜେପି ବିଧାୟକମାନେ ବିଧାନସଭାରେ ପହଞ୍ଚି ଭୋଟଦାନ ପ୍ରକୋଷ୍ଠକୁ ଯାଇଛନ୍ତି । ଅନ୍ୟପଟେ ବିଜେଡି ବିଧାୟକମାନେ ନବୀନ ନିବାସରେ ପହଞ୍ଚୁଛନ୍ତି । ସେମାନେ ନବୀନ ନିବାସରୁ ବାହାରି ବିଧାନସଭା ଭୋଟ ଦେବାକୁ ଆସିବେ । ମତଦାନ ସରିବା ପରେ ଅପରାହ୍ନ ୫ ଟାରେ ଗଣତି ହେବା ନେଇ ସୂଚନା ରହିଛି।













Click it and Unblock the Notifications