ଯୁଦ୍ଧ ଭିତରେ ଖସିଲା ସୁନା ରୂପା ଦାମ, ଜାଣନ୍ତୁ କେତେ ?
ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ସାରା ବିଶ୍ୱରେ ଏହାର ପ୍ରଭାବ ପଡୁଛି । ତୈଳ ଏବଂ ଗ୍ୟାସ୍ ସଙ୍କଟ ଦେଖାଗଲାଣି । ସମୁଦ୍ରରେ ଠିକ୍ ଭାବେ ପଣ୍ୟ ପରିବହନ ହୋଇପାରୁ ନାହିଁ । କିନ୍ତୁ ଏହି ସମୟରେ ସମସ୍ତଙ୍କୁ ଚକିତ କରିଛି ସୁନା ଏବଂ ରୁପାର ଦାମ୍ । ବିଶ୍ୱରେ କୌଣସି ସଙ୍କଟ ଦେଖାଗଲେ ସୁନା ଏବଂ ରୁପାର ଦାମ୍ ବୃଦ୍ଧି ପାଇଥାଏ । କିନ୍ତୁ ଇରାନ ଯୁଦ୍ଧରେ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଯୁଦ୍ଧ ଆରମ୍ଭ ହେବା ପରଠୁ ଏବେଯାଏଁ ରୁପା ୨୩ ହଜାର ଟଙ୍କା ଶସ୍ତା ହୋଇଛି । ସୁନା ଦାମ୍ ମଧ୍ୟ ୩ ହଜାର ଟଙ୍କା କମିଛି ।

ଯୁଦ୍ଧ ଭିତରେ ରୁପା କ୍ରାସ୍
ଗତ ଫେବ୍ରୁଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଥିଲେ । ସେହିଦିନ ଏମସିଏକ୍ସରେ ରୁପା ଦର କେଜି ପିଛା ୨ ଲକ୍ଷ ୮୨ ହଜାର ୬୪୪ ଟଙ୍କା ରହିଥିଲା । ଯାହା ଗତ ସପ୍ତାହର ଶେଷ କାରବାର ଦିନ ଅର୍ଥାତ ଶୁକ୍ରବାର ୨ ଲକ୍ଷ ୫୯ ହଜାର ୨୭୯ ଟଙ୍କାକୁ ଖସି ଆସିଛି । ଯୁଦ୍ଧ ଆରମ୍ଭ ହେବାର ୧୬ ଦିନ ବିତିଗଲାଣି । ଏହି ସମୟରେ ୧ କେଜି ରୁପାର ଦାମ୍ ପ୍ରାୟ ୨୩ ହଜାର ୩୬୫ ଟଙ୍କା ହ୍ରାସ ପାଇଛି ।
ସୁନା ବି କମିଲା
କେବଳ ରୁପା ନୁହେଁ ସୁନାର ଦାମ୍ ମଧ୍ୟ କମିଯାଇଛି । ଫେବ୍ରୁଆରୀ ୨୭ରେ ଏମସିଏକ୍ସରେ ସୁନା ୧୦ ଗ୍ରାମ୍ ପିଛା ୧ ଲକ୍ଷ ୬୨ ହଜାର ୧୦୪ ଟଙ୍କା ଥିଲା । ଯାହା ଏବେ ୩୭୦୪ ଟଙ୍କା ହ୍ରାସ ପାଇଛି । ଏବେ ସୁନାର ଦାମ୍ ଅଛି ୧ ଲକ୍ଷ ୫୮ ହଜାର ୪୦୦ । ଏହା ନିଜର ସର୍ବୋଚ୍ଚ ସ୍ତର ୧ ଲକ୍ଷ ୯୩ ହଜାର ୯୬ ଟଙ୍କାରୁ ପ୍ରାୟ ୩୪ ହଜାର ୬୯୬ ଟଙ୍କା ହ୍ରାସ ପାଇଛି ।
ଦାମ୍ କମିବା ପଛର କାରଣ
କୁହାଯାଉଛି ଯେ, କ୍ରୁଡ୍ ଅଏଲ୍ ଦାମ୍ ବଢିବା ସହ ଡଲାର ଶକ୍ତିଶାଳୀ ହେବାରେ ଲାଗିଛି । ତେଣୁ ସୁନା ଏବଂ ରୁପାର ଅଭିବୃଦ୍ଧି ଉପରେ ବ୍ରେକ୍ ଲାଗିଛି । କିନ୍ତୁ ଆଗାମି ଦିନରେ ଏହି ଦୁଇ ଧାତୁର ଦାମ୍ ବଢିବ ବୋଲି ବିଶେଷଜ୍ଞମାନେ ଆଶା କରୁଛନ୍ତି ।
-
ଭାରତରେ ପହଁଚିଲା 'ଜଗ୍ ଲାଡକୀ', ଆଣିଛି ଅଶୋଧିତ ତୈଳ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
ବାହୁବଲୀ ନେତା ଅନନ୍ତ ସିଂଙ୍କୁ ମିଳିଲା ଜାମିନ -
ବଡ ନିଷ୍ପତ୍ତି ନେଲେ ରାଜ୍ୟ ସରକାର, ଏଣିକି ଦିବ୍ୟାଙ୍ଗଙ୍କୁ ଦେବାକୁ ହେବନି ବସ ଭଡା -
ଭାରତରେ ବଢ଼ିଲା ପେଟ୍ରୋଲ ଦାମ୍, ଆଜିଠାରୁ ପ୍ରତି ଲିଟର ପିଛା... -
୩୧ ରାଜ୍ୟସଭା ସାଂସଦ କୋଟିପତି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ଦୀର୍ଘ ୮ ଘଣ୍ଟା ଜେରା -
ବଡ ନିଷ୍ପତ୍ତି ନେଲା ରେଳ ବିଭାଗ, କାର୍ଯ୍ୟରେ ଅବହେଳା ପାଇଁ ୬ ଅଧିକାରୀ ବହିଷ୍କାର -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
୭୩ ରାଜ୍ୟ ସଭା ସଦସ୍ୟଙ୍କ ନାମରେ ଆପରାଧିକ ମାମଲା -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର









Click it and Unblock the Notifications