Get Updates
Get notified of breaking news, exclusive insights, and must-see stories!

ଅସ୍ଥିରତା ଭିତରେ ମୁମ୍ବାଇରେ ଆସି ପହଞ୍ଚିଲା ତୈଳ ଟ୍ୟାଙ୍କର

ଲାଇବେରିଆ ପତାକା ଲାଗିଥିବା ଏକ ତୈଳ ଟ୍ୟାଙ୍କର ସାଉଦି ଆରବରୁ ଅଶୋଧିତ ତୈଳ ଧରି ଗତକାଲି ରାତିରେ ମୁମ୍ବାଇ ବନ୍ଦରରେ ପହଞ୍ଚିଛି । ଦିନେ ଦୁଇ ଦିନ ଭିତରେ ଟ୍ୟାଙ୍କରରୁ ତୈଳ ଖାଲି ହେବ । ଗତ ଫେବ୍ରୁଆରୀ ୨୮ ତାରିଖ ପରଠାରୁ ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ଭିତରେ ଏହା ତୃତୀୟ ଜାହାଜ ଭାବେ ହୋର୍ମୁଜ ପ୍ରଣାଳୀ ଅତିକ୍ରମ କରି ଭାରତରେ ପହଞ୍ଚିଛି । ଯୁଦ୍ଧ ଯୋଗୁ ଇରାନ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଥିବାରୁ ସେହି ଜଳମାର୍ଗରେ ପଣ୍ୟବାହୀ ଜାହାଜ କିମ୍ବା ତୈଳ ଟ୍ୟାଙ୍କର ଚଳାଚଳ ବନ୍ଦ ରହିଛି । ତେବେ ଇରାନଠାରୁ ଅନୁମତି ନେବା ପରେ ଅଳ୍ପ କିଛି ଜାହାଜ କିମ୍ବା ଟ୍ୟାଙ୍କର ସେହି ଜଳମାର୍ଗ ଅତିକ୍ରମ କରିଛନ୍ତି ।

Oil tanker

ସୂଚନା ଅନୁସାରେ ସ୍ମିରନୀ ନାମକ ଏକ ତୈଳ ଟ୍ୟାଙ୍କରରେ ୧୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ରହିଛି । ଗ୍ରୀସ୍ର ଏକ ଜାହାଜ କମ୍ପାନି ଏହି ତୈଳ ଟ୍ୟାଙ୍କର ଚଳାଉଛି । ଏହି ତୈଳ ଭାରତର ଏକ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିର ବୋଲି ଜଣାପଡିଛି । ହୋର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ପତାକା ଲାଗିଥିବା ଜାହାଜକୁ ଚଳାଚଳ ଲାଗି ଅନୁମତି ଦେବା ପାଇଁ ଭାରତ ସରକାର ଇରାନ ସରକାରଙ୍କ ସହ କଥାବାର୍ତ୍ତା ଜାରି ରଖିଛନ୍ତି । ସେହିଭଳି ଭାରତକୁ ପଣ୍ୟ ଧରି ଆସୁଥିବା ଅନ୍ୟ ଦେଶର ପତାକା ଲାଗିଥିବା ଜାହାଜକୁ ମଧ୍ୟ ହୋର୍ମୁଜରେ ଅନୁମତି ଦେବାକୁ ଭାରତ ଅନୁରୋଧ ଜଣାଇଛି । ଭାରତର ଅନୁରୋଧକୁ ରକ୍ଷା କରି ଇରାନ ଅନୁମତି ଦେବା ପରେ ଗତକାଲି ଦୁଇଟି ଟ୍ୟାଙ୍କର ଏଲ୍‌ପିଜି ଧରି ଭାରତ ଅଭିମୁଖେ ଆସିଛନ୍ତି । ଗତକାଲି ଉଭୟ ଟ୍ୟାଙ୍କର ହୋର୍ମୁଜ ଜଳମାର୍ଗ ଅତିକ୍ରମ କରିଥିଲେ । ଆସନ୍ତା ସୋମବାର କିମ୍ବା ମଙ୍ଗଳବାର ଉଭୟ ଟ୍ୟାଙ୍କର ଭାରତରେ ପହଞ୍ଚିବେ ।

ଗତ ବୁଧବାର ଦୁଇଟି ଭାରତୀୟ ଟ୍ୟାଙ୍କର ସାଉଦି ଆରବ ଓ ଇରାକରୁ ଅଶୋଧିତ ତୈଳ ଧରି ହୋର୍ମୁଜ ଜଳମାର୍ଗ ଅତିକ୍ରମ କରିବା ପରେ ଭାରତରେ ପହଞ୍ଚିଛନ୍ତି । ଉଭୟ ଟ୍ୟାଙ୍କରରେ ୩୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ରହିଛି । ସେଥିରୁ ଗୋଟିକରେ ଲାଇବେରିଆ ପତାକା ଲାଗିଥିବା ବେଳେ ଅନ୍ୟଟିରେ ଭାରତୀୟ ପତାକା ଲାଗିଥିଲା। ଇରାନ ସ୍ପଷ୍ଟ କରିଦେଇଛି ଯେ ହୋର୍ମୁଜ ପ୍ରଣାଳୀ ଆମେରିକା, ଇସ୍ରାଏଲ କିମ୍ବା ଏହାର ମିତ୍ର ରାଷ୍ଟ୍ରମାନଙ୍କ ପାଇଁ ବନ୍ଦ ରହିବ । ଅନ୍ୟ ଦେଶ ପାଇଁ ଏହାକୁ ବନ୍ଦ କରାଯାଇନାହିଁ । ହୋର୍ମୁଜ ଜଳମାର୍ଗ ବନ୍ଦ ହେବା ଯୋଗୁ ବିଶ୍ୱର ଅନେକ ଦେଶରେ ତୈଳ ଓ ଏଲ୍‌ପିଜି ସଙ୍କଟ ସୃଷ୍ଟି ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+