ଅଲିଭ ରିଡ୍ଲେଙ୍କ ଗଣ ଅଣ୍ଡାଦାନ ଆରମ୍ଭ
ଗଞ୍ଜାମ ଜିଲାର ପୁରୁଣାବନ୍ଦ ନିକଟ ଋଷିକୁଲ୍ୟା ମୁହାଣ ଅଞ୍ଚଳ ବେଳାଭୂମିରେ ଚଳିତ ବର୍ଷ ବିରଳ ଅଲିଭ ରିଡ୍ଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଶନିବାର ରାତିରୁ ଆରମ୍ଭ ହୋଇଛି । ସମୁଦ୍ରରେ ହଜାର ହଜାର କିମି ଅତିକ୍ରମ କରି କଇଁଛମାନେ ଅଣ୍ଡାଦେବାକୁ ଗଞ୍ଜାମର ବେଳାଭୂମିକୁ ଆସିଛନ୍ତି। ପ୍ରଥମ ଦିନ ପ୍ରାୟ ୧୦,୨୦୦ କଇଁଛ ଅଣ୍ଡା ଦେଇ ସମୁଦ୍ରକୁ ଫେରି ଯାଇଥିବା ସୂଚନା ମିଳିଛି। ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ବିଶେଷଜ୍ଞଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l

ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ବେଳାଭୂମି ସାମୁଦ୍ରିକ କଇଁଛଙ୍କ ଗଣଅଣ୍ଡାଦାନର ଅନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଗତ ନଭେମ୍ବର ମାସରୁ ଅଲିଭ ରିଡ୍ଲେ କଇଁଛଙ୍କ ମିଳନ ପ୍ରକ୍ରିୟା ଚାଲୁ ରହିଥିଲା । ବର୍ତ୍ତମାନ ଦକ୍ଷିଣା ପବନ ବହିବା ସହ ଓ ଅନୁକୂଳ ପାଗ ଯୋଗୁଁ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। କଇଁଛମାନେ ସମୁଦ୍ରରୁ ବେଳାଭୂମି ଉପରକୁ ଉଠିଆସି ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ବିରଳ ପ୍ରଜାତିର କଇଁଛ ମାନେ ବେଳାଭୂମି ଉପରକୁ ଉଠି ଆସିବା ପରେ ଗୋଡ଼ରେ ବାଲିରେ ଗାତ କରି ଅଣ୍ଡାଦାନ କରିବା ସ୍ଥାନକୁ ବାଲିରେ ଘୋଡ଼ାଇ ଦେଇ ନିଜ ଶରୀର ସାହାଯ୍ୟରେ ଅଣ୍ଡା ଥିବା ସ୍ଥାନକୁ ବାଡେଇ ଶକ୍ତ କରିଦେବା ପରେ ପୁଣି ସମୁଦ୍ର ମଧ୍ୟକୁ ଚାଲିଯାଇଥାନ୍ତି ।
-
SCB ଅଗ୍ନିକାଣ୍ଡ: ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା -
ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ -
SCB ଅଗ୍ନିକାଣ୍ଡ: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ -
SCB ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ -
SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ, ୧୦ ରୋଗୀଙ୍କ ମୃତ୍ୟୁ ସୂଚନା -
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଡିଜିପିଙ୍କ ନିକଟରେ ୧୧ ମାଓବାଦୀଙ୍କ ଆତ୍ମସମର୍ପଣ -
ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା PCC ଶୃଙ୍ଖଳା କମିଟି -
ଦୋକାନରେ ଶୋଇଥିବା ବେଳେ ବାପପୁଅ ଜୀବନ୍ତ ଦଗ୍ଧ,ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଦେଶ୍ୟାବ୍ୟାପି ଅତ୍ୟାବଶ୍ୟକୀୟ ସେବା ଲାଗି ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ସୁନିଶ୍ଚିତ କଲେ ସରକାର








Click it and Unblock the Notifications