ମେ ୧ରୁ FASTag ବଦଳରେ GNSSରୁ କଟିବ ଟୋଲ୍ ! ଜାଣନ୍ତୁ କିପରି କରିବ କାମ

New Toll System: ଜାତୀୟ ରାଜପଥ (NHAI) ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଟୋଲ୍ ପ୍ଲାଜାର ସୃଷ୍ଟି ହେଉଥିବା ସମସ୍ୟାର ହେବ ଅନ୍ତ । ଏଣିକି ଆପଣଙ୍କୁ ଅଟକିବାକୁ ପଡିବ ନାହିଁ କିମ୍ବା ଆଉ ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡିବ ନାହିଁ। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଖୁବ୍ ଶୀଘ୍ର FASTag ବଦଳରେ ଏକ ନୂତନ GPS-ଆଧାରିତ ଟୋଲ୍ ସିଷ୍ଟମ୍ ପ୍ରଚଳନ କରିବାକୁ ଯାଉଛି ।

ଏହି ସିଷ୍ଟମରେ ସାଟେଲାଇଟ୍ ସାହାଯ୍ୟରେ ଯାନବାହନର ଦୂରତା ମାପ କରାଯିବ ଏବଂ ସେହି ଅନୁସାରେ ଟୋଲ୍ କଟାଯିବ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ପ୍ରଯୁକ୍ତିବିଦ୍ୟା ପୂର୍ବରୁ ଏପ୍ରିଲ ୧ ରୁ ଆରମ୍ଭ ହେବାର ଥିଲା ହେଲେ କିଛି ସମସ୍ୟା ପାଇଁ ଏହାକୁ ମେ ୧ ରୁ କାର୍ଯ୍ୟକାରୀ କରାଯିବ। ପ୍ରଥମେ ଏହାକୁ କେବଳ କିଛି ମନୋନୀତ ରାଜପଥରେ ପରୀକ୍ଷଣ କରାଯିବ।

FASTag

ଏହି ନୂତନ ବ୍ୟବସ୍ଥା ଆସିବା ପରେ FASTagର ଆଉ ଆବଶ୍ୟକତା ରହିବ ନାହିଁ । ଏହି GPS ଆଧାରିତ ଟୋଲ୍ ସିଷ୍ଟମ୍ ସାଟେଲାଇଟ୍ ପ୍ରଯୁକ୍ତିବିଦ୍ୟାରେ କାମ କରିବ, ଯାହା ଗାଡ଼ି ଦ୍ୱାରା ଅତିକ୍ରମ କରାଯାଇଥିବା ଦୂରତା ନିର୍ଣ୍ଣୟ କରିବ ଏବଂ ସେହି ଆଧାରରେ, ଟୋଲ୍ ରାଶି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରୁ କଟିଯିବ। ତଥାପି, ଏହି ବ୍ୟବସ୍ଥା ପ୍ରାରମ୍ଭିକ ଭାବରେ କେବଳ କିଛି ଜାତୀୟ ରାଜପଥରେ କାର୍ଯ୍ୟକାରୀ ହେବ ଏବଂ FASTag ସହିତ କାମ କରିବ। ଗ୍ରାହକମାନେ ଚାହିଁଲେ GPS ଟୋଲରେ ତୁରନ୍ତ ପରିବର୍ତ୍ତନ କରିପାରିବେ।

GNSS ଅର୍ଥାତ୍ ଗ୍ଲୋବାଲ୍ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ଏକ ପ୍ରଯୁକ୍ତିବିଦ୍ୟା ଯାହା ଉପଗ୍ରହ ମାଧ୍ୟମରେ ଯାନର ସ୍ଥାନ, ଗତି ଏବଂ ଯାତ୍ରା ସମୟକୁ ଟ୍ରାକ୍ କରେ। ଏହି ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ, ଭାରତରେ ଏବେ ଟୋଲ୍ ଆଦାୟ ପଦ୍ଧତିରେ ପରିବର୍ତ୍ତନ କରାଯାଉଛି। ଗତ ବର୍ଷ ଅନୁଷ୍ଠିତ GNSS ଆଧାରିତ ଟୋଲ୍ କର୍ମଶାଳାରେ ଭାଷଣ ଦେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଥିଲେ, "ଆମେ ନାଗରିକଙ୍କ ଜୀବନକୁ ସହଜ କରିବା, ପ୍ରଶାସନକୁ ସ୍ୱଚ୍ଛ କରିବା ଏବଂ ସେବାକୁ ଦ୍ରୁତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛୁ।

FASTag vs GNSS: ଏହା ଆପଣଙ୍କ ଯାତ୍ରା ଶୈଳୀକୁ ପରିବର୍ତ୍ତନ କରିବ କି? ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ FASTag ସିଷ୍ଟମ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ (RFID) ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ। ଏଥିରେ, FASTag ଗାଡିର କାଚରେ ଲଗାଯାଏ ଏବଂ ଟୋଲ୍ ବୁଥରେ ସ୍କାନ କରାଯାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+