ଜୁଲାଇ 23 ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ପାଇଁ ଗିରଫ ହୋଇଥିବା ରାଜ କୁନ୍ଦ୍ରା
ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ କୋର୍ଟ ତିନି ଦିନ (ଜୁଲାଇ 23 ପର୍ଯ୍ୟନ୍ତ) ପୋଲିସ୍ ହେପାଜତକୁ ପଠାଇଛି । ରାଜ ସହ ଅନ୍ୟ ଜଣେ ଅଭିଯୁକ୍ତ ରିୟାନ୍ ତରପଙ୍କୁ ମଧ୍ୟ ଜୁଲାଇ 23 ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି ।
ମୁମ୍ବାଇ : ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ କୋର୍ଟ ତିନି ଦିନ (ଜୁଲାଇ 23 ପର୍ଯ୍ୟନ୍ତ) ପୋଲିସ୍ ହେପାଜତକୁ ପଠାଇଛି । ରାଜ ସହ ଅନ୍ୟ ଜଣେ ଅଭିଯୁକ୍ତ ରିୟାନ୍ ତରପଙ୍କୁ ମଧ୍ୟ ଜୁଲାଇ 23 ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି । ସୋମବାର ଦିନ ମୁମ୍ବାଇ ପୋଲିସ ଉଭୟଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ବିକ୍ରୟ ଅଭିଯୋଗରେ ଗିରଫ କରିଥିଲା ।

ବ୍ୟବସାୟୀ ରାଜ କୁନ୍ଦ୍ରା ଏବଂ ରିଆନ୍ ତରପଙ୍କୁ ଆଜି ମୁମ୍ବାଇର ଏସପ୍ଲାନେଡ୍ କୋର୍ଟରେ ମୁମ୍ବାଇ ପୋଲିସ ହାଜର କରିଥିଲା । ଜୁଲାଇ 23 ପର୍ଯ୍ୟନ୍ତ କୋର୍ଟ ଉଭୟଙ୍କୁ ପୋଲିସ ହେପାଜତକୁ ପଠାଇଥିଲେ । ସୋମବାର ସନ୍ଧ୍ୟାରେ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ଗିରଫ କରାଯାଇଥିଲା ।
ମୁମ୍ବାଇର ବଡ ବ୍ୟବସାୟୀ ଭାବେ ପରିଚିତ ରାଜ କୁନ୍ଦ୍ରା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ମାଲୱାନି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଏହା ପରେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି । ଏବେ ତାଙ୍କୁ ତିନି ଦିନ ପୋଲିସ ହେପାଜତରେ ରହିବାକୁ ପଡ଼ିବ । ଜୁଲାଇ 23 ରେ କୋର୍ଟ ପୁଣିଥରେ ତାଙ୍କ ମାମଲାର ଶୁଣାଣି କରିବେ । ସେତେବେଳେ ତାଙ୍କ ଜାମିନ ମଧ୍ୟ କୋର୍ଟରେ ସ୍ଥିର ହେବ ।
ମୁମ୍ବାଇ ପୋଲିସର ସୂଚନାନୁସାରେ, ରାଜ କୁନ୍ଦ୍ରାଙ୍କ ବିରୋଧରେ ସେମାନ ନିକଟରେ ସମସ୍ତ ଦୃଢ ପ୍ରମାଣ ରହିଛି । ସୋମବାର ଦିନ ରାଜ କୁନ୍ଦ୍ରଙ୍କୁ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟରେ ପଚରାଉଚରା କରାଯାଇଥିଲା ଏବଂ ପଚରାଉଚରା ପରେ ରାଜଙ୍କୁ ଗିରଫ କରାଯାଇଥିଲା । ରାଜ କେବଳ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରିନାହାଁନ୍ତି ବରଂ ବିଭିନ୍ନ ଆପ୍ ମାଧ୍ୟମରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ପୋଲିସ କହିଛି ଯେ ଏହି ଅଶ୍ଳୀଳ ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ରାଜ କୁନ୍ଦ୍ରା, ସେଥିପାଇଁ ତାଙ୍କୁ ଗିରଫ କରାଯାଇଛି । ରାଜଙ୍କ ବିରୋଧରେ ସେମାନଙ୍କର ଯଥେଷ୍ଟ ପ୍ରମାଣ ଅଛି ବୋଲି ପୋଲିସ କହିଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।












Click it and Unblock the Notifications