ଲକଡାଉନ ହେବ ଶେଷ ଅସ୍ତ୍ର, ମାଇକ୍ରୋକଣ୍ଟେନମେଣ୍ଟକୁ ଦିଆଯାଉ ଗୁରୁତ୍ୱ : ପ୍ରଧାନମନ୍ତ୍ରୀ
ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବା ଅଞ୍ଚଳରେ ମାଇକ୍ରୋକଣ୍ଚେନମେଣ୍ଟ ଜୋନ୍ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ର
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବା ଅଞ୍ଚଳରେ ମାଇକ୍ରୋକଣ୍ଚେନମେଣ୍ଟ ଜୋନ୍ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟଗୁଡ଼ିକ ଲକଡାଉନକୁ କରୋନାର ଶେଷ ଅସ୍ତ୍ର ବା ବିକଳ୍ପ ଭାବେ ବ୍ୟବହାର କରନ୍ତୁ । ସମସ୍ତେ କଟକଣା ମାନିଲେ ଲକଡାଉନର ଆବଶ୍ୟକ ପଡ଼ିବନି । ଆମକୁ ଜୀବନ ସହ ଜୀବିକାକୁ ମଧ୍ୟ ଦେଖିବାକୁ ପଡ଼ିବ । ତେଣୁ ସମସ୍ତଙ୍କୁ ଲକଡାଉନକୁ ଦୂରେଇ ରଖିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
କିଛି ସପ୍ତାହ ପୂର୍ବ ଯାଏ ସ୍ଥିତି ଠିକ୍ ଥିଲା । ଏବେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଉଛି । ଏହି ମହାମାରୀରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। କରୋନାରେ ପ୍ରାଣ ହରାଇଥିବା ସମସ୍ତ ଲୋକଙ୍କ ପରିବାର ବର୍ଗଙ୍କୁ ମୁଁ ସମବେଦନା ଜଣାଉଛି ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ ।

ଏଭଳି ଏକ କଠିନ ପରିସ୍ଥିତିରେ ଆମେ ଧୈର୍ଯ୍ୟ ନ ହରାଇ ଏକାଠି ଲଢ଼େଇ କରିବା । ଦେଶରେ ବର୍ତ୍ତମାନ ଅମ୍ଳଜାନର ଚାହିଦା ବଢ଼ିଛି । ବିଭିନ୍ନ ରାଜ୍ୟରୁ ଅମ୍ଳଜାନର ଅଭାବ ଅଭିଯୋଗ ଆସିଛି । ଏହାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ପ୍ରାଇଭେଟ କ୍ଷେତ୍ରଗୁଡ଼ିକ ପ୍ରୟାସ କରୁଛନ୍ତି । ସବୁ ଲୋକଙ୍କୁ ଅମ୍ଳଜାନ ଯୋଗାଇ ଦେବାକୁ ଚେଷ୍ଟା କରାଯାଉଛି । ରାଜ୍ୟରେ ନୂଆ ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠା ଠାରୁ ଆରମ୍ଭ କରି ସବୁ ପ୍ରକାରର ବ୍ୟବସ୍ଥା ଆପଣା ଯାଉଛି । କରୋନା ବଢ଼ିବାରୁ ଔଷଧ ଉତ୍ପାଦନ ବୃଦ୍ଧି ପାଇଛି । ଜାନୁଆରୀ/ଫେବୃଆରୀ ତୁଳନାରେ ଏବେ ଦେଶରେ ଜରୁରୀ ଔଷଧର ଉତ୍ପାଦନ ବୃଦ୍ଧି ପାଉଛି । ଏ ସମ୍ପର୍କରେ ମୁଁ ଦେଶର ବଡ଼ବଡ଼ ଫାର୍ମା କମ୍ପାନୀ ସହ ମଧ୍ୟ କଥା ହୋଇଛି । ଆଗକୁ ଔଷଧ ଉତ୍ପାଦନ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସବୁ ପ୍ରକାରର ପଦକ୍ଷେପ ନିଆଯାଉଛି ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ।
ଦେଶବ୍ୟାପୀ ବିଶାଳ କୋଭିଡ ହସ୍ପିଟାଲ ତିଆରି କରାଯାଉଛି । ଗତବର୍ଷ ଠାରୁ ଟିକା ତିଆରି କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଏବେ ବିଶ୍ୱର ସବୁଠାରୁ ପ୍ରଭାବୀ ଟିକା ଆମ ଦେଶରେ ଉତ୍ପାଦନ ହେଉଛି । ଦୁଇଟି ମେଡ୍ ଇନ୍ ଇଣ୍ଡିଆ ଟିକା ଦ୍ୱାରା ଭାରତରେ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
I urge the States to consider lockdowns only as the last option and focus creating on micro containment zones: PM Narendra Modi pic.twitter.com/B1CnFlNsIj
— ANI (@ANI) April 20, 2021
ଭାରତରେ ସବୁଠାରୁ କମ ସମୟରେ ପ୍ରଥମେ 10 କୋଟି ପରେ 11 କୋଟି ଓ 12 କୋଟି ଲୋକଙ୍କୁ ଟିକା ଦିଆଯାଇଛି । ବରିଷ୍ଠ ନାଗରିକ ଠାରୁ ଆରମ୍ଭ କରି ଅନ୍ୟ ବର୍ଗର ଲୋକଙ୍କୁ ଟିକା ନେଉଛନ୍ତି । ମେ' 1 ରୁ 18 ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ । ଭାରତରେ ଯେଉଁ ଟିକା ଉତ୍ପାଦନ ହେବ, ତା'ର 50 ପ୍ରତିଶତ ରାଜ୍ୟମାନଙ୍କୁ ଦିଆଯିବ । ପୂର୍ବଭଳି କେନ୍ଦ୍ର ସରକାର 45 ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦେବେ । ସରକାରୀ କେନ୍ଦ୍ରଗୁଡ଼ିକରେ ଲୋକଙ୍କୁ ମାଗଣାରେ ଟିକା ମିଳିବ । ଆମ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ କରୋନା ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କ ବଡ଼ ଶତକଡ଼ା ଭ୍ୟାକ୍ସିନ୍ ନେଇ ସାରିଲେଣି ।
ରାଜ୍ୟ ସରକାରଙ୍କୁ ଅନୁରୋଧ ସେମାନେ ଶ୍ରମିକଙ୍କୁ ଭରସା ଦିଅନ୍ତୁ । ସେମାନେ ଯେଉଁଠି ଅଛନ୍ତି, ସେଇଠି ରୁହନ୍ତୁ । ଗତବର୍ଷ ପରିସ୍ଥିତି ଏବେର ସ୍ଥିତି ଠାରୁ ବହୁତ ଅଲଗା ଥିଲା । ସେତେବେଳେ ଆମ ପାଖରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏତେ ସୁଦୃଢ଼ ନଥିଲା । କରୋନା ଟେଷ୍ଟ ପାଇଁ ଲ୍ୟାବ, ପିପିଇ କିଟ୍, କରୋନା ଚିକିତ୍ସା ନେଇ କୌଣସି ସୂଚନା ନଥିଲା । ତଥାପି ଆମେ ଖୁବ୍ କମ୍ ସମୟରେ ଏଥିରେ ପାରଙ୍ଗମ ହୋଇ ପାରିଥିଲେ । ଆଜି ଆମ ପାଖରେ ବଡ଼ ମାତ୍ରରେ ପିପିଇ କିଟ୍ ସହ କରୋନା ସମ୍ପର୍କିତ ଅନେକ ବ୍ୟବସ୍ଥା ରହିଛି ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦୀ ।
ଗୋଟିଏ ବର୍ଷ ଧରି ଆମେ କରୋନା ସହ ଲଢିଆସୁଛନ୍ତି । କୋଭିଡ୍ କଟକଣାକୁ ମାନି ଆପଣ ଦେଶକୁ ଆଣିଛନ୍ତି । ଜନ ଭାଗିଦାରୀ ଶକ୍ତି ଦ୍ୱାରା ଆମେ କରୋନାକୁ ହରାଇ ପାରିବା । ଦେଶବାସୀଙ୍କୁ ଅନୁରୋଧ କରୁଛି ସଂକଟ ଗଢ଼ିରେ ଆପଣମାନେ ଗରିବଙ୍କୁ ସାହାଯ୍ୟ କରୁଛନ୍ତି । ଯୁବକମାନେ ଛୋଟ ଛୋଟ କମିଟି ଗଠନ କରି କୋଭିଡ୍ ନିୟମ ପାଳନ ପାଇଁ ଅନୁପ୍ରାଣିତ କରନ୍ତୁ । ଏମିତି କଲେ ପ୍ରଶାସନକୁ କଣ୍ଟେନମେଣ୍ଟକି ସଟଡାଉନ୍ ଆବଶ୍ୟକ ହେବ ନାହିଁ । ଏଥିସହ ଡରର ମାହୋଲ୍ କମାଇବା ଲାଗି ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ । ଆଜି ଆମକୁ ଦେଶକୁ ଲକଡାଉନରୁ ବଞ୍ଚିବା ଦରକାର । ରାଜ୍ୟକୁ ବି ଅନୁରୋଧ ସେମାନେ ଲକଡାଉନକୁ ଅନ୍ତିମ ବିକଳ୍ପ ରୂପେ ବ୍ୟବହାର କରନ୍ତୁ । ଲକଡାଉନ ଉପରେ ଧ୍ୟାନ କେନ୍ଦ୍ରିତ ନକରି ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦିଅନ୍ତୁ । ଅର୍ଥ ବ୍ୟବସ୍ଥାକୁ ସୁଧାରିବା ସହ ଦେଶବାସୀଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖିବା । କରୋନା ବିରୋଧୀ ଯୁଦ୍ଧ ପାଇଁ ଅନୁଶାସନ ଜରୁରୀ । ଦରକାର ହେଲେ ହିଁ ଘରୁ ବାହାରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
ଏହା ବ୍ୟତୀତ ଛୋଟ ପିଲାମାନେ ସ୍ୱଚ୍ଛତା ଅଭିଯାନ ବେଳେ ଲୋକଙ୍କୁ ସଚେତନ କରିଥିଲେ। ଏବେ ସେମାନେ ଆଗକୁ ଆସି ନିଜ ଆଖପାଖ ଅଞ୍ଚଳର ଲୋକଙ୍କୁ ସଚେତନ କରନ୍ତୁ । ରାଜ୍ୟ ସରକାରମାନେ ଲକଡାଉନକୁ ଅନ୍ତିମ ବିକଳ୍ପ ଭାବେ ବ୍ୟବହାର କରନ୍ତୁ । ମାଇକ୍ରୋ କଣ୍ଟେନମେଣ୍ଟକୁ ଅଧିକ ଗୁରୁତ୍ୱ ଦିଅନ୍ତୁ । ଆମକୁ ଜୀବନ ସହ ଅର୍ଥନୀତିକୁ ମଧ୍ୟ ଆଗକୁ ନେବାର ଅଛି । ତେଣୁ ରାଜ୍ୟ ସରକାରମାନେ ଲକଡାଉନ କରିବା ପୂର୍ବରୁ ଭଲ ଭାବେ ସବୁ କିଛି ଭାବନ୍ତୁ । ଆଜି ଦେଶକୁ ଲକଡାଉନରୁ ବର୍ତ୍ତିବାକୁ ହେବ । କିନ୍ତୁ ଦେଶବାସୀ କରୋନା ଗାଇଡଲାଇନକୁ କଡ଼କାଡ଼ି ଭାବେ ପାଳନ କରନ୍ତୁ । ଯୁବଗୋଷ୍ଠୀଙ୍କ ସହଯୋଗ ମିଳିଲେ, ଆଉ ଦେଶରେ ଲକଡାଉନ କରିବାକୁ ପଡ଼ିବ ନାହିଁ ବୋଲି ମୋଦୀ କହିଛନ୍ତି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications