ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ : ଯୁଦ୍ଧ ଭିତରେ ଇସ୍ରାଏଲ ଓ ଇରାନ ମୁହଁରେ ଭାରତର ପ୍ରଶଂସା !
ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତିକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ପାକିସ୍ତାନର ମଧ୍ୟସ୍ଥତା ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଟିଏ ପଟେ ଇସ୍ରାଏଲ୍ ପାକିସ୍ତାନକୁ ଅବିଶ୍ୱାସ କରୁଥିବାବେଳେ ଅନ୍ୟପଟେ ଇରାନ ଭାରତର ପ୍ରଶଂସାରେ ଶତମୁଖ ହୋଇଛି । ସିଜଫାୟାର୍ ଘୋଷଣାର ୨୪ ଘଣ୍ଟା ନପୁରୁଣୁ ଲେବାନନ ଉପରେ ଭୟଙ୍କର ହମଲା କରିଛି ଇସ୍ରାଏଲ୍ । ଏହା ପରେ ଇରାନର IRGC ହୋର୍ମୁଜ୍ ଷ୍ଟ୍ରେଟ୍ରେ ଜାହାଜ ଚଳାଚଳ ଉପରେ ରୋକ୍ ଲଗାଇବା ସହ ଇସ୍ରାଏଲ୍ ସିଜଫାୟାର୍ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି । ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଯଦି ପୂର୍ଣ୍ଣ ଚୁକ୍ତି ନହୁଏ, ତେବେ ଆକ୍ରମଣ ଆହୁରି ଜୋରଦାର ହେବ ।

'ପାକିସ୍ତାନ ଭରସାଯୋଗ୍ୟ ଖେଳାଳି ନୁହେଁ'
ଭାରତରେ ଥିବା ଇସ୍ରାଏଲ୍ ରାଷ୍ଟ୍ରଦୂତ ରୁଭେନ୍ ଅଜାର୍ ପାକିସ୍ତାନର ଭୂମିକା ଉପରେ ସନ୍ଦେହ ପ୍ରକଟ କରିଛନ୍ତି । ସେ କହିଛନ୍ତି: "ଆମେ ପାକିସ୍ତାନକୁ ବିଶ୍ୱାସ କରୁନାହୁଁ । ଆମେରିକା ନିଜର ସୁବିଧା ପାଇଁ ପାକିସ୍ତାନକୁ ବ୍ୟବହାର କରିଥାଇପାରେ, କିନ୍ତୁ ଏକ ସ୍ଥାୟୀ ସମାଧାନ ପାଇଁ ପାକିସ୍ତାନ ଉପରେ ଭରସା କରାଯାଇପାରିବ ନାହିଁ ।" ଭାରତ ସହ ସମ୍ପର୍କକୁ ନେଇ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଡକ୍ଟର ମାଜିଦ୍ ହକିମ୍ ଇଲାହି ଅତ୍ୟନ୍ତ ଭାବୁକ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇରାନ ରାଷ୍ଟ୍ରପତିଙ୍କ ମଧ୍ୟରେ ଏକାଧିକ ବାର ଆଲୋଚନା ହୋଇଛି । ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ନିରନ୍ତର ସମ୍ପର୍କରେ ଅଛନ୍ତି । ଭାରତୀୟ ଭାଇ-ଭଉଣୀମାନେ ବହୁତ ଭଲ, ସେମାନଙ୍କ ଶ୍ରଦ୍ଧାକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ ।
କହିରଖୁ କି, ଭାରତ କେବେବି ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରେ ନାହିଁ । ଭାରତର ଏହି 'ନିରପେକ୍ଷ' ନୀତି ଯୋଗୁଁ ଆଜି ବିଶ୍ୱର ବଡ଼ ବଡ଼ ଶକ୍ତିମାନେ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବେ ଦେଖୁଛନ୍ତି । ପାକିସ୍ତାନ ମଧ୍ୟସ୍ଥତା କରୁଥିଲେ ମଧ୍ୟ ସମ୍ମାନ ଏବଂ ବିଶ୍ୱାସ କେବଳ ଭାରତ ପାଖରେ ରହିଛି । ପଶ୍ଚିମ ଏସିଆର ଏହି ଯୁଦ୍ଧ ପରିସ୍ଥିତିରେ ପାକିସ୍ତାନର ମୁଖା ଖୋଲିଯାଇଥିବା ବେଳେ ଭାରତର ପ୍ରଭାବ ବିଶ୍ୱ ଦରବାରରେ ଆହୁରି ବୃଦ୍ଧି ପାଇଛି ।
-
Doon Book Festival: ଗଢ଼ୱାଳୀ ଓ କୁମାଉନୀ ଭାଷାକୁ ମିଳିଲା ନୂଆ ପରିଚୟ, 26ଟି ନୂତନ ପୁସ୍ତକ ମୋଚନ -
VerSe Innovationର ବଡ଼ ଘୋଷଣା: ପ୍ରସନ୍ନ ପ୍ରସାଦ ହେଲେ ନୂତନ CPTO, ଡିଜିଟାଲ୍ ପ୍ଲାଟଫର୍ମକୁ ନୂଆ ଦିଗ -
ତୁରନ୍ତ ଇରାନ ଛାଡ଼…. ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କଲେ କେନ୍ଦ୍ର ସରକାର -
ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ହେବ କି ? ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା -
ମେ’ ୯ ଯାଏ ଘୁଞ୍ଚିଲା ଓଟିଇଟି ଆବେଦନ, ମାସେ ବଢ଼ାଇଲା ବୋର୍ଡ... -
କାଳବୈଶାଖୀ ତାଣ୍ଡବରୁ ମିଳିବ ଆଶ୍ୱସ୍ତି, ୧୨ରୁ ପାରଦ ଉପରମୁହାଁ -
ପଛକୁ ହଟିଲେ ଟ୍ରମ୍ପ: ୨ ସପ୍ତାହ ପାଇଁ ଯୁଦ୍ଧ ବିରାମ କରିବାକୁ ରାଜି ହେଲେ ଆମେରିକା-ଇରାନ -
ଆଜିଠୁ ମା' ତାରିଣୀଙ୍କ ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ -
ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ -
ଘୋଷିତ ବିଦ୍ୟୁତ କାଟ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଲାଇନ୍ କାଟିଲେ ଯାଇପାରନ୍ତି ଜେଲ୍ -
ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ୍ ସିଲିଣ୍ଡର୍ -
ଆଉ ସମ୍ଭାବନାର ରାଜ୍ୟ ନୁହେଁ , ଓଡିଶା ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରୁଛି- ମୁଖ୍ୟମନ୍ତ୍ରୀ








Click it and Unblock the Notifications