ଇତିହାସ ହୋଇଗଲା IPC, ଆଇନ ବ୍ୟବସ୍ଥାରେ ହେଲା ଏହି ସବୁ ବଡ଼ ପରିବର୍ତ୍ତନ

IPC: ଦେଶରେ ଇତିହାସ ହୋଇଗଲା IPC । ବ୍ରିଟିଶ ଅମଳରୁ ଚାଲିଆସୁଥିବା ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି), ଫୌଜଦାରୀ ଦଣ୍ଡବିଧି ଆଇନ୍ (ସିଆରପିସି) ଓ ଭାରତୀୟ ସାକ୍ଷ୍ୟ ଆଇନ (ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ) ହଟିଯାଇଛି । ଏହା ପରିବର୍ତ୍ତେ 3 ଟି ନୂଆ ଫୌଜଦାରୀ ଆଇନ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍), ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍) ଓ ଭାରତୀ ସାକ୍ଷ୍ୟ ଅଧିନିୟମ (ବିଏସ୍ଏ) ଲାଗୁ ହୋଇଛି ।

1860 ମସିହାରେ ଆଇପିସି, 1898 ରେ ସିଆରପିସି ଓ 1872ରେ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ପ୍ରଚଳିତ ହୋଇଥିଲା । ବ୍ରିଟିଶ ଅମଳର ଏହି ଫୌଜଦାରୀ ଆଇନ ବଦଳରେ 3 ନୂଆ ଆଇନ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ, ଗତ ଡିସେମ୍ବରରେ ବାଜିଥିଲା ରାଷ୍ଟ୍ରପତିଙ୍କ ମୋହର ।

ଏହି ନୂଆ ଆଇନରେ ଦଣ୍ଡବିଧାନ ଅପେକ୍ଷା ନ୍ୟାୟ ପ୍ରଦାନକୁ ପ୍ରାଥମିକତା ଦିଆଯାଇଛି । ସଂଶୋଧିତ ଧାରା ଓ ଦଣ୍ଡବିଧାନ ଅନୁସାରେ ଦୋଷୀକୁ ଦଣ୍ଡ ମିଳିବ । ନ୍ୟାୟ ପାଇବ ନିର୍ଦ୍ଦୋଷ । ନୂଆ ଆଇନରେ ନାବାଳିକା ଦୁଷ୍କର୍ମୀକୁ ମୃତ୍ୟୁଦଣ୍ଡ ଓ ମହିଳା ଗଣଦୁଷ୍କର୍ମକାରୀଙ୍କୁ ଆଜୀବନ ସଜ୍ଜା ମିଳିବ । ମବ୍ ଲିଞ୍ଚିଂ ବା ଭିଡ଼ ହିଂସା ମୃତ୍ୟୁ ମାମଲାରେ ଦୋଷୀଙ୍କୁ 7 ବର୍ଷ ଜେଲରୁ ମୃତ୍ୟୁଦଣ୍ଡ ଯାଏଁ ପ୍ରାବଧାନ ରହିଛି ।

ଦେଶଦ୍ରୋହ ଆଇନରେ ବ୍ୟାପକ ପରିବର୍ତ୍ତନ ଆସିବା ସହ ଏହାର ସଂଜ୍ଞା ବଦଳିଛି । ଦେଶ ବିଭାଜନ, ସଶସ୍ତ୍ର ବିଦ୍ରୋହ, ବିଚ୍ଛିନ୍ନତାବାଦୀ କାମ, ଦେଶର ସାର୍ବଭୌମତ୍ବ ଓ ଏକତାକୁ କ୍ଷୂର୍ଣ୍ଣ କରିବା ଭଳି ଅପରାଧ ପାଇଁ ଆଇନରେ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି । ନୂଆ ଆଇନରେ ଆତଙ୍କବାଦକୁ ପରିଭାଷିତ କରାଯାଇଛି ଏବଂ ଏହାକୁ ଦଣ୍ଡନୀୟ ଅପରାଧ ଶ୍ରେଣୀଭୁକ୍ତ କରାଯାଇଛି । କେହି ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କଲେ, ସାଧାରଣ ଜନତା କିମ୍ବା କୌଣସି ବର୍ଗକୁ ଆତଙ୍କିତ କଲେ, ଭାରତ ବା ଅନ୍ୟ କୌଣସି ଦେଶରେ ସାର୍ବଜନୀନ ବ୍ୟବସ୍ଥା ବିଗାଡ଼ିବା ଉଦ୍ଦେଶ୍ୟରେ କାର୍ଯ୍ୟ କଲେ ଏହାକୁ ଆତଙ୍କବାଦ ଶ୍ରେଣୀଭୁକ୍ତ କରାଯିବ ।

New Criminal Law

ଆସିବ ଇ-ସମନ୍
ନୂଆ ଆଇନରେ ଇ-ସମନକୁ ଗୁରୁତ୍ୱ ଦିଆଯାଇଛି । ଅନଲାଇନରେ ଇମେଲ ବା ହ୍ୱାଟ୍ସଆପ ଯୋଗେ ଆସିବ ସମନ ବା କୋର୍ଟ କଚେରୀରୁ ଚିଠି । ଏହି ପ୍ରକ୍ରିୟାରେ ଆଉ ଡାକ ଜରିଆରେ ବିଳମ୍ବରେ ସମନ ପହଞ୍ଚିବା ସମସ୍ୟା ରହିବ ନାହିଁ । ଯେକୌଣସି ବ୍ୟକ୍ତି ସହଜରେ କିଛି କେସ ବା ସେ ସଂକ୍ରାନ୍ତୀୟ ସମସ୍ୟା ଥିଲେ ଫୋନ ଯୋଗେ ଅବା ଅନଲାଇନ ଜରିଆରେ ଜାଣିପାରିବେ ।
ଦୁଷ୍କର୍ମ ମାମଲାରେ ଖବର ମିଳିବାର 24 ଘଣ୍ଟା ଭିତରେ ପୀଡିତାର ଡାକ୍ତରୀମାଇନା କରିବାକୁ ମାର୍ଗ ଦର୍ଶିକାରେ କୁହାଯାଇଛି । 12 ବର୍ଷରୁ ଅଧିକ ପୀଡିତାଙ୍କ ଲିଖିତ ଅନୁମତିରେ ଏହି ପରୀକ୍ଷା କରାଯାଇପାରିବ । ପୀଡିତାର ବୟସ 12 ବର୍ଷରୁ କମ ହୋଇଥିଲେ, ତାର ଅଭିଭାବକଙ୍କ ଅନୁମତି ଦରକାର ପଡିବ । ମେଡିକାଲ ରିପୋର୍ଟର ସମୟ ସୀମା ସପ୍ତାହେ ରହିଛି ।

ହାତକଡି ପିନ୍ଧାଇବାରେ କଟକଣା
ଏଣିକି ପୋଲିସ ସମସ୍ତଙ୍କୁ ଗିରଫ କରିବା ବେଳେ କିମ୍ବା କୋର୍ଟରେ ହାଜିରା ବେଳେ ହାତକଡ଼ି ଲଗାଇପାରିବ ନାହିଁ । ବିଏନଏସ ଧାରା 43 (3) ଅନୁସାରେ, କେବଳ ଅଭ୍ୟାସଗତ ଅପରାଧୀ, ପୂର୍ବରୁ ଫେରାର୍ ହୋଇଥିବା ଅଭିଯୁକ୍ତ, କିମ୍ବା ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତଙ୍କୁ ହାତକଡ଼ି ଲଗାଇପାରିବ । ଏଥିସହ ହତ୍ୟା, ଦୁଷ୍କର୍ମ, ଏସିଡ୍ ଆଟାକ, ମାନବଚାଲାଣ, ଡ୍ରଗ୍ସ ଓ ଶିଶୁଙ୍କୁ ଯୌନ ଶୋଷଣ ଆଦି ମାମଲାର ଅଭିଯୁକ୍ତଙ୍କୁ ହାତକଡ଼ି ପକାଇହେବ ।
ଜିରୋ ଏଫଆଇଆରକୁ ପ୍ରାଧାନ୍ୟ
ବର୍ତ୍ତମାନଠାରୁ ଜଣେ ବ୍ୟକ୍ତି ଚାହିଁଲେ ଅନଲାଇନରେ କିମ୍ବା ଜିରୋ-ଏଫଆଇଆର ବ୍ୟବସ୍ଥା ଅନୁସାରେ ଦେଶର ଯେକୌଣସି ଥାନାରେ ଏତଲା ଦେଇପାରିବ । ଜିରୋ ଏଫଆଇଆରକୁ ବାଧ୍ୟତାମୂଳକ ବୋଲି ମାର୍ଗଦର୍ଶିକାରେ ଦର୍ଶାଯାଇଛି ।

ଡିଜିଟାଲ୍ ପ୍ରମାଣପତ୍ରକୁ ଗୁରୁତ୍ୱ
ଅନ୍ୟପଟେ ନୂଆ ଆଇନରେ କୌଣସି ଜିନିଷ ଜବତ ବେଳେ ଭିଡିଓ ପ୍ରମାଣ ବାଧ୍ୟତାମୂଳକ କରାଯାଇଛି। ଏଣିକି ଏବେଠାରୁ ଯେକୌଣସି ଜିନିଷ ଜବତ ବେଳେ ତାହା କେଉଁ ସ୍ଥାନରୁ କେଉଁ ସମୟରେ କାହା ଉପସ୍ଥିତିରେ ଜବତ ହେଲା ସେସବୁର ଭିଡିଓ ରେକର୍ଡ ହେବ । ସେହିପରି କୌଣସି ଅପରାଧ ଜରିଆରେ ଠୁଳ କରାଯାଇଥିବା ବେଆଇନ ସମ୍ପତ୍ତିକୁ ପୋଲିସ ବ୍ୟାଜାପ୍ତ କରିପାରିବ । ପୋଲିସକୁ ଏହି କ୍ଷମତା ଦିଆଯାଇଛି । ଅର୍ଥାତ୍ କୌଣସି ଜିନିଷକୁ ଯେପରି ଇଡି ବ୍ୟାଜାପ୍ତ କରୁଥିଲା ସେଭଳି ପୋଲିସ ମଧ୍ୟ ଠାବ କରି ତାକୁ ବ୍ୟାଜାପ୍ତ ପାଇଁ ଜବତ କରି ସିଜ କରିପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+