ଅଗଷ୍ଟ 15 ରେ ବଡ଼ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର, ଗୁଇନ୍ଦା ରିପୋର୍ଟ ପରେ ସତର୍କ ରହିଛନ୍ତି ସୁରକ୍ଷା ଏଜେନ୍ସି
ସ୍ୱାଧୀନତା ଦିବସ ଅବସରରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ନେଇ ଯୋଜନା କରୁଛି । ଏନେଇ ସୂଚନା ଦେଇଛି ଗୁଇନ୍ଦା ବିଭାଗ ।
ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ଅବସରରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ନେଇ ଯୋଜନା କରୁଛି । ଏନେଇ ସୂଚନା ଦେଇଛି ଗୁଇନ୍ଦା ବିଭାଗ । ଭାରତର ପ୍ରତିରକ୍ଷା ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିବାକୁ ଆତଙ୍କବାଦୀ ଯୋଜନା କରୁଛନ୍ତି । ଏଥିପାଇଁ ଦେଶକୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମଧ୍ୟ ପଠାଯାଉଛି । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସିମାନେ ସଜାଗ ରହିଥିଲେ ମଧ୍ୟ ବର୍ତ୍ତମାନ ସଜାଗତାକୁ ଆହୁରି ବୃଦ୍ଧି କରାଯାଇଛି ।

ସୁରକ୍ଷା ଏଜେନ୍ସି ସହ ଅଂଶୀଦାର ହୋଇଥିବା ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ଯେ ଲଶ୍କର-ଏ-ତୋଏବା ଏବଂ ଜୈଶ-ଏ-ମହମ୍ମଦ ସମେତ ଅନେକ ଆତଙ୍କବାଦୀ ସଂଗଠନ ଅଗଷ୍ଟ 15 ରେ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛନ୍ତି । ଏହା ପରେ କାଶ୍ମୀରରୁ ଦିଲ୍ଲୀ ପର୍ଯ୍ୟନ୍ତ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଗତ କିଛି ସପ୍ତାହ ଧରି ହାଇ ଆଲର୍ଟରେ ରଖାଯାଇଛି । ଇଣ୍ଟେଲିଜେନ୍ସ ଇନପୁଟରେ ସୀମା ଆରପାର୍ଶ୍ୱରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଆସୁଥିବା ନେଇ ମଧ୍ୟ କୁହାଯାଇଛି ।
ଗୁଇନ୍ଦା ବିଭାଗର ଇନପୁଟରେ କୁହାଯାଇଛି ଯେ ଆତଙ୍କବାଦୀମାନେ 15 ଅଗଷ୍ଟରେ ସ୍ୱାଧୀନତା ଦିବସରେ ଆକ୍ରମଣ ଯୋଜନା କରୁଛନ୍ତି । ଗୁଳିଗୋଳା ନେଇ ଆସୁଥିବା କେତେକ ଡ୍ରୋନ୍ ଗତ କିଛି ମାସ ମଧ୍ୟରେ ପଞ୍ଜାବ, ଜାମ୍ମୁ କାଶ୍ମୀରରେ ଅଟକାଯାଇଥିଲା । ଇଣ୍ଟେଲ ଆହୁରି ମଧ୍ୟ କହିଛି ଯେ ଦେଶକୁ ଏକ ସ୍ୱତନ୍ତ୍ର ପ୍ରକାରର IED ଯୋଗାଇ ଦିଆଯାଇଛି, ଯାହା ସର୍ବସାଧାରଣ ସ୍ଥାନରେ ବିସ୍ଫୋରଣ ପାଇଁ ବ୍ୟବହାର କରାଯାଇପାରେ । ବିପଦକୁ ଦୃଷ୍ଟିରେ ରଖି GRP, ସ୍ଥାନୀୟ ପୋଲିସ, ପାରାମିଲିଟାରୀ ଫୋର୍ସ ଏବଂ ରାଜ୍ୟ ଗୁଇନ୍ଦା ବିଭାଗକୁ ଅଧିକ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ବ୍ୟତୀତ ଆତଙ୍କବାଦୀ କମାଣ୍ଡର ମହମ୍ମଦ ସାଦିକଙ୍କ ନେତୃତ୍ୱରେ 6 ଜଣ ଲଶ୍କର ଆତଙ୍କବାଦୀ ବର୍ତ୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀରରେ ଅଛନ୍ତି । ସେମାନେ ଦେଶରେ ଅନୁପ୍ରବେଶ କରି ସୁରକ୍ଷା ଏଜେନ୍ସିକୁ ଟାର୍ଗେଟ୍ କରିବା ନେଇ ଯୋଜନା କରୁଛନ୍ତି ।
ସେହିପରି ଜୈଶର ପାଞ୍ଚ ଜଣ ଆତଙ୍କବାଦୀ ବାଲାକୋଟରେ କ୍ୟାମ୍ପ କରିବା ସହ IED ବିସ୍ଫୋରଣ ନେଇ ଯୋଜନା ରଖିଛନ୍ତି । ଚାରିଜଣ ଲଶ୍କର ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଯୋଜନା କରୁଛନ୍ତି । ବର୍ତ୍ତମାନ ସେମାନେ ପାକିସ୍ତାନ ଅଧିକୃତ କାଶ୍ମୀରର ଟୁଣ୍ଡୱାଲା ଜଙ୍ଗଲ ଅଞ୍ଚଳରେ ରହିଛନ୍ତି ଏବଂ କାଶ୍ମୀରରେ ଅନୁପ୍ରବେଶ କରିବାକୁ ସେମାନଙ୍କର ଯୋଜନା ଅଛି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications