ଆତଙ୍କବାଦୀଙ୍କ ସହ ସମ୍ପର୍କରେ ଥିବା 6 ଜଣ କର୍ମଚାରୀଙ୍କୁ ବରଖାସ୍ତ କରିଛନ୍ତି ସରକାର
ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବାରୁ ଜାମ୍ମୁ କାଶ୍ମୀର ପ୍ରଶାସନ ଏହାର 6 ଜଣ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଛି । ଅଭିଯୋଗ ହୋଇଛି ଯେ ଏହି କର୍ମଚାରୀମାନେ ଆତଙ୍କବାଦୀଙ୍କ ପାଇଁ ଓଭରଗ୍ରାଉଣ୍ଡ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ ।
ଶ୍ରୀନଗର : ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବାରୁ ଜାମ୍ମୁ କାଶ୍ମୀର ପ୍ରଶାସନ ଏହାର 6 ଜଣ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଛି । ଅଭିଯୋଗ ହୋଇଛି ଯେ ଏହି କର୍ମଚାରୀମାନେ ଆତଙ୍କବାଦୀଙ୍କ ପାଇଁ ଓଭରଗ୍ରାଉଣ୍ଡ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ ।

କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ ଭାରତର ସମ୍ବିଧାନ ଅନୁଯାୟୀ ମାମଲାର ଅନୁସନ୍ଧାନ ତଥା ସୁପାରିଶ କରିବାକୁ ମନୋନୀତ ହୋଇଥିବା କମିଟି ଏହି କର୍ମଚାରୀଙ୍କ ଆଚରଣ ବିଧି ବିରୁଦ୍ଧରେ ପାଇଥିବାରୁ ସେମାନଙ୍କୁ ବରଖାସ୍ତ କରିବାକୁ ପରାମର୍ଶ ଦେଇଛନ୍ତି ।
ଏହି କର୍ମଚାରୀମାନଙ୍କୁ ଭାରତର ସମ୍ବିଧାନର ଧାରା 311 ଅନୁଯାୟୀ ସେବାରୁ ବରଖାସ୍ତ କରାଯାଇଛି । ଧାରା 311 ଅନୁଯାୟୀ, ବରଖାସ୍ତ ହୋଇଥିବା କର୍ମଚାରୀଙ୍କ ପାଇଁ କୌଣସି ଯାଞ୍ଚର ଆବଶ୍ୟକ ନାହିଁ ଏବଂ ବରଖାସ୍ତ ହୋଇଥିବା କର୍ମଚାରୀମାନେ କେବଳ ରିଲିଫ ପାଇଁ ହାଇକୋର୍ଟଙ୍କ ନିକଟକୁ ଯାଇପାରିବେ ।
ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେ ସେବାରୁ ବହିଷ୍କୃତ ହେବା ଏହା ପ୍ରଥମ ଥର ନୁହେଁ । ଏହାପୂର୍ବରୁ ଜୁଲାଇ ମାସରେ ଜାମ୍ମୁ କାଶ୍ମୀର ପ୍ରଶାସନ 11 ଜଣ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଥିଲା । ସେମାନଙ୍କ ମଧ୍ୟରେ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନଙ୍କ ପୁଅ ଏବଂ ପୋଲିସ ବିଭାଗର ଦୁଇଜଣ କର୍ମଚାରୀ ଥିଲେ ।












Click it and Unblock the Notifications