ଇନ୍ଦୋର ପୋଲିସ ୱେବସାଇଟ୍ ହ୍ୟାକ୍ କରି ଲେଖିଲେ 'ମୁକ୍ତ କାଶ୍ମୀର ଏବଂ ପାକିସ୍ତାନ ଜିନ୍ଦାବାଦ'
ୱେବସାଇଟରେ ଇନ୍ଦୋର ପୋଲିସର ଅଧିକାରୀଙ୍କ ନାମ ସାମ୍ନାରେ 'ହ୍ୟାକ୍ଡ ବାଏ ମହମ୍ମଦ ବିଲ୍ଲା ଫ୍ରି କାଶ୍ମୀର ଏବଂ ପାକିସ୍ତାନ ଜିନ୍ଦାବାଦ' ବୋଲି ଲେଖାଯାଇଛି ।
ଇନ୍ଦୋର : ମଧ୍ୟପ୍ରଦେଶରେ ଇନ୍ଦୋର ପୋଲିସ ୱେବସାଇଟ୍ ହ୍ୟାକ୍ ହୋଇଛି । ୱେବସାଇଟରେ ହ୍ୟାକର ଆପତ୍ତିଜନକ ଜିନିଷ ମଧ୍ୟ ଲେଖିଛନ୍ତି । ୱେବସାଇଟରେ ଇନ୍ଦୋର ପୋଲିସର ଅଧିକାରୀଙ୍କ ନାମ ସାମ୍ନାରେ 'ହ୍ୟାକ୍ଡ ବାଏ ମହମ୍ମଦ ବିଲ୍ଲା ଫ୍ରି କାଶ୍ମୀର ଏବଂ ପାକିସ୍ତାନ ଜିନ୍ଦାବାଦ' ବୋଲି ଲେଖାଯାଇଛି ।

କେବଳ ଏତିକି ନୁହେଁ, ମଧ୍ୟପ୍ରଦେଶ ଇନ୍ଦୋରର ଡିଜିପି ଏବଂ ଆଇଜିଙ୍କ ପ୍ରୋଫାଇଲ୍ ଜାଗାରେ ତ୍ରିରଙ୍ଗା ପତାକାକୁ ଭୁଲ ଭାବେ ରଖାଯାଇଛି । ସୋମବାରମଧ୍ୟପ୍ରଦେଶର ଗୃହମନ୍ତ୍ରୀ ସମଗ୍ର ରାଜ୍ୟରେ ରେଡ ଆଲର୍ଟ ଜାରି କରିଛନ୍ତି ।
ଏଥିରେ ମହମ୍ମଦ ବିଲ୍ଲା ନାମକ ଜଣେ ପାକିସ୍ତାନୀ ହ୍ୟାକରର ହାତ ଥିବା ସନ୍ଦେହ କରାଯାଉଛି । ଏହା ପୂର୍ବରୁ ଦିଲ୍ଲୀ ବିଜେପିର ୱେବସାଇଟକୁ ହ୍ୟାକ୍ କରି ପାକିସ୍ତାନ ଏବଂ କାଶ୍ମୀର ଜିନ୍ଦାବାଦ ଲେଖିଥିଲା । ଏହା ବ୍ୟତୀତ ଅପ୍ରେଲ 2018 ରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ୱେବସାଇଟ୍ ଏବଂ 15 ଅକ୍ଟୋବର 2018 ରେ ଗୋଆ ବିଜେପିର ହ୍ୟାକିଂରେ ମଧ୍ୟ ବିଲ୍ଲାର ହାତ ଥିଲା ।
ଇନ୍ଦୋର ଆଇଜି ହରିନାରାୟଣଚାରୀ ମିଶ୍ର ୱେବସାଇଟକୁ ବ୍ଲକ୍ କରିଛନ୍ତି । ଇନ୍ଦୋର ଏବଂ ଏହାର ଆଖପାଖ ଜିଲ୍ଲାମାନଙ୍କରେ ମଧ୍ୟ ଏକ ସତର୍କ ସୂଚନା ଜାରି କରାଯାଇଛି । ଇନ୍ଦୋର କ୍ରାଇମ ବ୍ରାଞ୍ଚର ସାଇବର ଟିମ୍ ହ୍ୟାକିଂ ଚିହ୍ନଟ ହେବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ୱେବସାଇଟ୍ ପୁନରୁଦ୍ଧାର ସହିତ ସେ ହ୍ୟାକରମାନଙ୍କ ବିଷୟରେ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି ।












Click it and Unblock the Notifications