କରୋନା ମାମଲାରେ 8 ପ୍ରତିଶତ ହ୍ରାସ : ଗତ 24 ଘଣ୍ଟା ମଧ୍ୟରେ 26041 ନୂତନ ମାମଲା ଏବଂ ସୁସ୍ଥ ହେଲେ 29621 ଜଣ
ଗତ 24 ଘଣ୍ଟା ମଧ୍ୟରେ 26041 ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ 29621 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।
ନୂଆଦିଲ୍ଲୀ : ଦୈନିକ କରୋନା ସଂକ୍ରମଣରେ ପୁଣି ଥରେ ହ୍ରାସ ପାଇଛି ଏବଂ 30 ହଜାରରୁ କମ୍ ନୂଆ ମାମଲା ରେକର୍ଡ କରାଯାଇଛି । ସୋମବାର ଏହି ତଥ୍ୟ ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ 26041 ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ 29621 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ଏହି ନୂତନ ଆକଳନ ପରେ, ମୋଟ କରୋନା ସଂକ୍ରଂମିତଙ୍କ ସଂଖ୍ୟା 3 କୋଟି 36 ଲକ୍ଷ 78 ହଜାର 786 କୁ ବୃଦ୍ଧି ପାଇଛି ଏବଂ ଉଦ୍ଧାର ହୋଇଥିବା ରୋଗୀଙ୍କ ସଂଖ୍ୟା 3 କୋଟି 29 ଲକ୍ଷ 31 ହଜାର 972 ରେ ପହଞ୍ଚିଛି । କରୋନା ରୋଗୀଙ୍କ ସୁସ୍ଥ ହାରରେ ବୃଦ୍ଧି ହେତୁ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇଛି ଏବଂ ବର୍ତ୍ତମାନ ଦେଶରେ 2 ଲକ୍ଷ 99 ହଜାର 620 ସକ୍ରିୟ ମାମଲା ରହିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ପରିସଂଖ୍ୟାନରେ କହିଛି ଯେ ଗତ ଗୋଟିଏ ଦିନରେ କରୋନା ଭାଇରସ ଯୋଗୁଁ 276 ଜଣଙ୍କର ମୃତ୍ୟୁ ଘଟିଛି, ଏହା ପରେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 47 ହଜାର 194 କୁ ବୃଦ୍ଧି ପାଇଛି ।
ଏଥି ସହିତ ଦେଶରେ କରୋନା ମହାମାରୀ ବିରୋଧରେ ଟୀକାକରଣ ଅଭିଯାନ ମଧ୍ୟ ଚାଲିଛି ଏବଂ ଏପର୍ଯ୍ୟନ୍ତ ସମୁଦାୟ 86 କୋଟି 1 ଲକ୍ଷ 59 ହଜାର 11 ଡୋଜ ଟିକା ଦିଆଯାଇଛି । ଏଥିମଧ୍ୟରୁ ଗତ 24 ଘଣ୍ଟା ମଧ୍ୟରେ 38 ଲକ୍ଷ 18 ହଜାର 362 ଡୋଜ୍ ଟିକା ଦିଆଯାଇଛି ।
-
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଭାରତ ପାଇଁ ବଡ଼ ଆଶ୍ୱସ୍ତି, କେବଳ ଏହି ସବୁ ଦେଶ ପାଇଁ ବନ୍ଦ ରହିବ ହର୍ମୁଜ ଜଳପଥ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର -
ପାଇଲ୍ସ ସର୍ଜରୀ ପରେ ମିଳିଲାନି ଛୁଟି: ବରିଷ୍ଠ ଅଧିକାରୀଙ୍କ ଆଗରେ ପ୍ୟାଣ୍ଟ ଖୋଲିଦେଲେ ଲୋକୋ ପାଇଲଟ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ












Click it and Unblock the Notifications