କରୋନା ଅପଡେଟ୍ : ଗତ 24 ଘଣ୍ଟା ମଧ୍ୟରେ 20799 ରୋଗୀ ଚିହ୍ନଟ, 180 ଜଣଙ୍କର ମୃତ୍ୟୁ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 20 ହଜାର 799 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ 180 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣରେ କିଛି ଦିନର ବୃଦ୍ଧି ପରେ ପୁଣି ହ୍ରାସ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି (ସୋମବାର) କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି । ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 20 ହଜାର 799 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ 180 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।

ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 26 ହଜାର 718 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 2 ଲକ୍ଷ 64 ହଜାର 458 ସକ୍ରିୟ ମାମଲା ରହିଛି ।
ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 38 ଲକ୍ଷ 34 ହଜାର 702 ରେ ପହଞ୍ଚିଛି । ଏଥିସହିତ ମୃତ୍ୟୁ ସଂଖ୍ୟା 4 ଲକ୍ଷ 48 ହଜାର 997 କୁ ବୃଦ୍ଧି ପାଇଛି । ସେହିପରି ମୋଟ 3 କୋଟି 31 ଲକ୍ଷ 21 ହଜାର 247 ଜଣ ରୋଗୀ ସୁସ୍ଥ ହୋଇସାରିଲେଣି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ବୁଲେଟିନରେ ଟୀକାକରଣ ବିଷୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 90 କୋଟି 79 ଲକ୍ଷ 32 ହଜାର 861 ଡୋଜ୍ କୋଭିଡ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତ 24 ଘଣ୍ଟା ମଧ୍ୟରେ 23 ଲକ୍ଷ 46 ହଜାର 176 ଡୋଜ ଦିଆଯାଇଥିଲା ।












Click it and Unblock the Notifications