ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ମାଟି ତଳେ ଦବି ରହିଛନ୍ତି ଲୋକ, ଉଦ୍ଧାର କାର୍ଯ୍ୟ ଜାରି

ଫେରନ୍ତା ମୌସୁମୀ ମଧ୍ୟରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେଉଛି । ବର୍ତ୍ତମାନ ନୈନିତାଲ ଜିଲ୍ଲାର ରାମଗଡ ଅଞ୍ଚଳରେ ବାଦଲ ଫଟା ବର୍ଷା ଜାରି ରହିଛି । କିଛି ସମୟ ଧରି ଚାଲିଥିବା ପ୍ରବଳ ବର୍ଷା ହେତୁ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇଯାଇଛି ।

ନୈନିତାଲ : ଫେରନ୍ତା ମୌସୁମୀ ମଧ୍ୟରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେଉଛି । ବର୍ତ୍ତମାନ ନୈନିତାଲ ଜିଲ୍ଲାର ରାମଗଡ ଅଞ୍ଚଳରେ ବାଦଲ ଫଟା ବର୍ଷା ଜାରି ରହିଛି । କିଛି ସମୟ ଧରି ଚାଲିଥିବା ପ୍ରବଳ ବର୍ଷା ହେତୁ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ସମଗ୍ର ଦନବସତି ପାଣି ଘେରରେ ବୁଡ଼ି ରହିଛି । ପୋଲିସ-ପ୍ରଶାସନ ଦଳ ଏହି ଅଞ୍ଚଳରେ ପହଞ୍ଚିଛନ୍ତି । ଅନେକ ଲୋକ ମାଟି ଅତଡ଼ାରେ ଫସି ରହିଥିବା ଆଶଙ୍କ କରାଯାଉଛି ।

uttarakhand

ନୈନିତାଲ ଏସଏସପି ପ୍ରୀତି ପ୍ରିୟଦର୍ଶିନୀ କହିଛନ୍ତି ଯେ ନୈନିତାଲ ଜିଲ୍ଲାର ରାମଗଡ ଗ୍ରାମରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାରେ ଫସି ରହିଥିବା କେତେକ ଆହତଙ୍କୁ ଉଦ୍ଧାର କରାଯାଇଛି । ତଥାପି, ପ୍ରଭାବିତ ଲୋକଙ୍କ ସଂଖ୍ୟା ବିଷୟରେ ସଠିକ୍ ସୂଚନା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ । ବିପର୍ଯ୍ୟୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ସମ୍ବାଦ ଏଜେନ୍ସି ଦ୍ୱାରା ପ୍ରକାଶିତ ଭିଡିଓରେ ନୈନି ହ୍ରଦ ପ୍ରବାହିତ ହୋଇଥିବାର ଏବଂ ଏହାର ଜଳ ନୈନିତାଲ ରାସ୍ତାରେ ପ୍ରବାହିତ ହେଉଥିବା ଦେଖାଯାଇଛି । କୋଠା ଏବଂ ଘରେ ପାଣି ପ୍ରବେଶ କରୁଛି । ଏହି ଅଞ୍ଚଳରେ ଲଗାତାର ବର୍ଷା ଲାଗି ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଉତ୍ତରାଖଣଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଛନ୍ତି । ପରିସ୍ଥିତିର ମୁକାବିଲା ପାଇଁ ସେ ଆବଶ୍ୟକ ବ୍ୟବସ୍ଥା କରିବାକୁ କହିଛନ୍ତି । ଏଥି ସହିତ ବିପର୍ଯ୍ୟୟ ପ୍ରଶାସନ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+