Corona Medicine: ଲଞ୍ଚ ହେଲା DRDO ର ଆଣ୍ଟି-କରୋନା ଔଷଧ 2-DG ର 10 ହଜାର ଡୋଜ, କଣ ରହିବ ଏହାର ପ୍ରଭାବ

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ପ୍ରସ୍ତୁତ ଆଣ୍ଟି-କରୋନା ଔଷଧ 2-ଡିଜିର ପ୍ରଥମ ବ୍ୟାଚ୍ ସୋମବାର (ମଇ 17) ବଜାରକୁ ଆସିଛି । ପ୍ରଥମ ବ୍ୟାଚରେ DRDO ର ଆଣ୍ଟି-କରୋନା ଔଷଧ 2-DG ର 10 ହଜାର ଡୋଜ ଲଞ୍ଚ କରାଯାଇଛି ।

ନୂଆଦିଲ୍ଲୀ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ପ୍ରସ୍ତୁତ ଆଣ୍ଟି-କରୋନା ଔଷଧ 2-ଡିଜିର ପ୍ରଥମ ବ୍ୟାଚ୍ ସୋମବାର (ମଇ 17) ବଜାରକୁ ଆସିଛି । ପ୍ରଥମ ବ୍ୟାଚରେ DRDO ର ଆଣ୍ଟି-କରୋନା ଔଷଧ 2-DG ର 10 ହଜାର ଡୋଜ ଲଞ୍ଚ କରାଯାଇଛି । ଏହାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡ ହର୍ଷବର୍ଦ୍ଧନ ଉନ୍ମୋଚନ କରିଛନ୍ତି । ବଜାରକୁ ଆସିବା ପରେ ଏହି ଔଷଧ ଦିନେ କିମ୍ବା ଦୁଇ ଦିନ ପରେ କରୋନା ରୋଗୀଙ୍କ ପାଇଁ ଉପଲବ୍ଧ ହେବ । ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦର ଡକ୍ଟର ରେଡ୍ଡୀଙ୍କ ଲ୍ୟାବରେ କରୋନା ଔଷଧ 2-DG ର 10 ହଜାର ଡୋଜ ପ୍ରସ୍ତୁତ କରାଯାଇଛି ।

DRDO Medicine

ମେ ମାସ ଆରମ୍ଭରେ ମିଳିଥିଲା ଅନୁମୋଦନ

ପ୍ରତିରକ୍ଷା ମନ୍ତ୍ରଣାଳୟ ଚଳିତ ମାସ ଆରମ୍ଭରେ କହିଥିଲା ଯେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସିଆଇ) DRDO ଦ୍ୱାରା ପ୍ରସ୍ତୁତ ଆଣ୍ଟି-କୋଭିଡ୍ ଔଷଧ 2-ଡିଜି କୁ ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ 8 ମେ ରେ କୁହାଯାଇଥିଲା ଯେ 2-ଡିଓକ୍ସି-ଡି-ଗ୍ଲୁକୋଜ (2-ଡିଜି) ର କ୍ଲିନିକାଲ ପରୀକ୍ଷଣରୁ ଜଣାପଡିଛି ଯେ ଏହା ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କ ଶୀଘ୍ର ପୁନରୁଦ୍ଧାରରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏହି ଔଷଧ ଅମ୍ଳଜାନ ଏବଂ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାର ଆବଶ୍ୟକତାକୁ ମଧ୍ୟ ହ୍ରାସ କରିବ । କରୋନାର ସାମାନ୍ୟ ଆକ୍ରାନ୍ତ ରୋଗୀଙ୍କୁ ଏହି ଔଷଧ ଦିଆଯାଇପାରେ ବୋଲି ମଧ୍ୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ।

ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରରେ ବହୁ ସଂଖ୍ୟକ ରୋଗୀ ଅତ୍ୟଧିକ ଅମ୍ଳଜାନ ନିର୍ଭରଶୀଳ ହେଉଛନ୍ତି ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଆବଶ୍ୟକତା ରହିଛି । ସଂକ୍ରମିତ କୋଷଗୁଡ଼ିକ ଉପରେ ଏହି ଔଷଧ ପ୍ରଭାବଶାଳୀ, ତେଣୁ ରୋଗୀମାନଙ୍କୁ ଏହି ଔଷଧ ବ୍ୟବହାର କରିବା ଫଳରେ ଅମ୍ଳଜାନର ଆବଶ୍ୟକତା ପଡିବ ନାହିଁ । ଏହି ଔଷଧ ଏକ ପ୍ୟାକେଟରେ ପାଉଡର ଆକାରରେ ଆସିବ । ରୋଗୀଙ୍କୁ ପାଣିରେ ମିଶାଇ ଏହାକୁ ପିଇବାକୁ ପଡିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+