କରୋନା ଦୈନିକ ମାମଲା ଦ୍ୱିତୀୟ ଦିନ କ୍ରମାଗତ ହ୍ରାସ, ଗତ 24 ଘଣ୍ଟାରେ 3.68 ଲକ୍ଷ ନୂଆ ସଂକ୍ରମିତ, 3 ହଜାର 417 ମୃତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ କୋଭିଡ -19 ର 3 ଲକ୍ଷ 68 ହଜାର 147 ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ 3 ହଜାର 417 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ସମୟ ମଧ୍ୟରେ 3 ଲକ୍ଷ 732 ଲୋକ ସୁସ୍ଥ ହୋଇଛନ୍ତି ।

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସର ଦ୍ୱିତୀୟ ଲହର କମିବାର ନାମ ନେଉନାହିଁ । ଏହି ସମୟରେ ବର୍ତ୍ତମାନ କ୍ରମାଗତ ଦୁଇ ଦିନ ପାଇଁ ଦୈନନ୍ଦିନ ମାମଲାରେ ହ୍ରାସ ଘଟିଛି । ଗତ 24 ଘଣ୍ଟା ମଧ୍ୟରେ କୋଭିଡ -19 ର 3 ଲକ୍ଷ 68 ହଜାର 147 ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ 3 ହଜାର 417 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ସମୟ ମଧ୍ୟରେ 3 ଲକ୍ଷ 732 ଲୋକ ସୁସ୍ଥ ହୋଇଛନ୍ତି । ଭାରତର କରୋନାରେ ଏପର୍ଯ୍ୟନ୍ତ 2 ଲକ୍ଷ 18 ହଜାର 959 ଜଣଙ୍କର ମୃତ୍ୟୁ ହୋଇଛି ।

corona-virus

ଏହା ସହିତ ସକ୍ରିୟ ରୋଗୀଙ୍କ ସଂଖ୍ୟା ହେଉଛି 34 ଲକ୍ଷ 13ହଜାର 642 । ମୋଟ 6 ଲକ୍ଷ 29 ହଜାର 3003 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ କରୋନାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1 କୋଟି 99 ଲକ୍ଷ 25 ହଜାର 604 କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା 15 କୋଟି 71 ଲକ୍ଷ 98 ହଜାର 207 ଲୋକଙ୍କୁ ଟିକା ଦିଆଯାଇଛି ।

ସେହିପରି 9 ରାଜ୍ୟରେ ସ୍ଥିତି ଉଦବେଗଜନକ ରହିଛି । ଦିଲ୍ଲୀ, ମହାରାଷ୍ଟ୍ର, ୟୁପି, କର୍ଣ୍ଣାଟକ, କେରଳ, ଗୁଜରାଟ ଓ ଛତିଶଗଡରେ ସଂକ୍ରମଣର ଭୟ ଢେର ଅଧିକ ରହିଛି । ପରିସ୍ଥିତିକୁ ଲକ୍ଷ୍ୟ କରି ଲକଡାଉନ୍, ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ୍ ଲାଗୁ କରିଛନ୍ତି ପ୍ରଭାବିତ ରାଜ୍ୟ ସହ ଅନ୍ୟ ରାଜ୍ୟମାନେ । ହରିୟାଣାରେ ଆଜିଠୁ ଲାଗୁ ହେଉଛି ସାତ ଦିନିଆ ଲକଡାଉନ୍।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+