Get Updates
Get notified of breaking news, exclusive insights, and must-see stories!

ଜାରି ରହିଛି କରୋନା ପ୍ରକୋପ, ଗତ 24 ଘଣ୍ଟା ମଧ୍ୟରେ 2 ଲକ୍ଷ 95 ହଜାର 41 ଟି ନୂଆ ମାମଲା

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ବୁଧବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟାରେ ଦେଶରେ 2 ଲକ୍ଷ 95 ହଜାର 41 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂତନ ମାମଲା ପରେ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 1କୋଟି 56 ଲକ୍ଷ 16 ହଜାର 130 କୁ ବୃଦ୍ଧିହୋଇଛି

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ପ୍ରକୋପ ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ବୁଧବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟାରେ ଦେଶରେ 2 ଲକ୍ଷ 95 ହଜାର 41 ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂତନ ମାମଲା ପରେ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 1କୋଟି 56 ଲକ୍ଷ 16 ହଜାର 130 କୁ ବୃଦ୍ଧି ପାଇଥିବାବେଳେ 24 ଘଣ୍ଟା ମଧ୍ୟରେ କରୋନାରେ 2 ହଜାର 23 ଜଣଙ୍କ ମୃତ୍ୟୁ ହୋଇଛି । ଏହା ପରେ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 82 ହଜାର 553 ରେ ପହଞ୍ଚିଛି । ବରତ୍ତମାନ ଦେଶରେ 21 ଲକ୍ଷ 57 ହଜାର 538 ଜଣ କରୋନା ରୋଗୀ ସକ୍ରିୟ ଥିବା ସହ ଏ ଯାଏଁ 1 କୋଟି 32 ଲକ୍ଷ 76 ହଜାର 39ଜଣ ଲୋକ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । କରୋନା ରୋଗ ପାଇଁ ଦେଶର ଚାଲିଥିବା ଟୀକାକଣ ଅଭିଯାନରେ ଏପର୍ଯ୍ୟନ୍ତ 13କୋଟି 1ଲକ୍ଷ 19 ହଜାର 310 ଲୋକ କରୋନା ଟିକା ଗ୍ରହଣ କରିଛନ୍ତି ।

corona-virus

କରୋନାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଦେଶକୁ ସମ୍ବୋଧିତ କରିଛନ୍ତି । ଯେଉଁଥିରେ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ସମସ୍ତେ କରୋନା ବିଷୟରେ ବହୁତ ସଜାଗ ରହିବା ଆବଶ୍ୟକ । ଯଦିଓ ସେ ସ୍ପଷ୍ଟ କରିଛନ୍ତି ଯେ ଦେଶ ପୁନର୍ବାର ଲକଡାଉନ୍ ଆଡକୁ ଯିବ ନାହିଁ, କିନ୍ତୁ ଏନେଇ ଲୋକମାନେ ସଜାଗ ରହିବା ଆବଶ୍ୟକ । ମୋଦୀ କହିଛନ୍ତି ଯେ ଆଜିର ପରିସ୍ଥିତିରେ ଆମକୁ ଦେଶକୁ ଲକଡାଉନ ଦାଉରୁ ବଞ୍ଚାଇବାକୁ ହେବ । ଏଥିସହିତ ସମସ୍ତ ଲକଡାଉନ୍ କୁ ଶେଷ ବିକଳ୍ପ ଭାବେ ବିବେଚନା କିରିବାକୁ ସେ ସମସ୍ତ ରାଜ୍ୟ ମାନଙ୍କୁ ଅନୁରୋଝ କରିଛନ୍ତି ।

ମେ 1 ତାରିଖରୁ କରୋନା ଟୀକାକରଣର ତୃତୀୟ ପର୍ଯ୍ୟାୟ

କରୋନା ଭାଇରସ ବିପକ୍ଷରେ ଟୀକାକରଣକୁ ନେଇ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ତୃତୀୟ ପର୍ଯ୍ୟାୟ କରୋନା ଟୀକାକରଣ ମେ 1 ରୁ ଆରମ୍ଭ ହେବ, ଯେଉଁଥିରେ 18 ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି କରୋନା ଟିକା ପାଇପାରିବେ । ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା, ଯାହା ପରେ 60 ବର୍ଷରୁ ଅଧିକ ବୟସ୍କ ବୃଦ୍ଧଙ୍କୁ ଟିକା ଦିଆଯାଇଥିଲା । ବର୍ତ୍ତମାନ ଦେଶରେ 45 ବର୍ଷରୁ ଅଧିକ ଲୋକଙ୍କୁ ଏହି ଟିକା ଦିଆଯାଉଛି, ଏହା ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଜାରି ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+