କମୁନି କରୋନା ସଂକ୍ରମିତଙ୍କ ସଂଖ୍ୟା : ଗତ 24 ଘଣ୍ଟାରେ 542 ଜଣଙ୍କ ଜାବନ ନେଲା କରୋନା, 38,949 ଜଣ ରୋଗୀ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ 38 ହଜାର 949 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 40 ହଜାର 26 ଜଣ ରୋଗୀ କରୋନାରୁ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ କରୋନା କାରଣରୁ 542 ଜଣଙ୍କର ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ । ପ୍ରତିଦିନ ପ୍ରାୟ 40 ହଜାର ନୂଆ କରୋନା ମାମଲା ରୁଜୁ ହେଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 38 ହଜାର 949 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 40 ହଜାର 26 ଜଣ ରୋଗୀ କରୋନାରୁ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ କରୋନା କାରଣରୁ 542 ଜଣଙ୍କର ମୃତ୍ୟୁ ହୋଇଛି ।

covid 19

ଦେଶରେ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଏପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 10 ଲକ୍ଷ 26 ହଜାର 829ରେ ପହଞ୍ଚିଛି । ସେଥିମଧ୍ୟରୁ 3 କୋଟି 1 ଲକ୍ଷ 83 ହଜାର 876 ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଏଥିସହ ଦେଶରେ ବର୍ତ୍ତମାନ 4 ଲକ୍ଷ 30 ହଜାର 422 ସକ୍ରିୟ ମାମଲା ଥିବାବେଳେ ଏପର୍ଯ୍ୟନ୍ତ କରୋନା କାରଣରୁ 4 ଲକ୍ଷ 30 ହଜାର 422 ଲୋକଙ୍କର ମୃତ୍ୟୁ ହୋଇଛି ।

ଦେଶରେ କରୋନା ଟୀକାକରଣ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ମୋଟ 39,53,43,767 ଡୋଜ କରୋନା ଟିକା ଦିଆଯାଇଛି । ଏଥି ସହିତ, ଗତ 24 ଘଣ୍ଟା ମଧ୍ୟରେ 38,78,078 ଡୋଜ୍ କରୋନା ଦିଆଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ କରୋନାରୁ ସୁସ୍ଥ ହାର ବୃଦ୍ଧି ପାଇଛି । ଦେଶରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ହାର 97.28 ପ୍ରତିଶତରେ ପହଞ୍ଚିଛି । ଦେଶର ମୋଟ କରୋନା ସଂକ୍ରମଣ ମଧ୍ୟରୁ କେବଳ 1.39 ପ୍ରତିଶତ ସକ୍ରିୟ ମାମଲା ଅଟେ । ଅନ୍ୟପକ୍ଷରେ, ଯଦି ଆମେ ସାପ୍ତାହିକ ସଂକ୍ରମଣ ହାର ବିଷୟରେ କହିବା, ଏହା 5 ପ୍ରତିଶତକୁ ଖସି ଆସିଛି ଏବଂ ଏହା 2.14 ପ୍ରତିଶତରେ ପହଞ୍ଚିଛି । ଦୈନିକ ସକରାତ୍ମକତା ହାର ମଧ୍ୟ 1.99 ପ୍ରତିଶତରେ ପହଞ୍ଚିଛି । ଲଗାତାର 25 ଦିନ ପାଇଁ, କରୋନାର ଦୈନିକ ହାର 3 ପ୍ରତିଶତରୁ କମ୍ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ 44 କୋଟି କରୋନା ନମୁନା ପରୀକ୍ଷା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+