ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ
Corona Update In India: ଗତ 24 ଘଣ୍ଟା ମଧ୍ୟରେ ଭାରତରେ କରୋନାର 163 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ଯାହା ପରେ ଦେଶରେ ମୋଟ କରୋନା ମାମଲା 4,46,79,924 କୁ ବୃଦ୍ଧି ପାଇଛି । ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ମୋଟ 220.13 କୋଟି ଟୀକା ଦିଆଯାଇସାରିଛି । ଗତ 24 ଘଣ୍ଟା ମଧ୍ୟରେ 58,938 ଜଣ ଟିକା ନେଇଥିବାର ସୂଚନା ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଭାରତରେ 2,423 ସକ୍ରିୟ ମାମଲା ରହିଛି। ଗତ 24 ଘଣ୍ଟା ମଧ୍ୟରେ 247 ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 4,41,46,781 ସୁସ୍ଥ ହୋଇଛନ୍ତି ।

ଚୀନ୍ ଏବଂ ଜାପାନରେ କରୋନା ମାମଲା ବୃଦ୍ଧି ପାଇବା ପରେ ଭାରତର କେନ୍ଦ୍ର ସରକାର ମଧ୍ୟ ସତର୍କ ମୋଡକୁ ଆସିଛନ୍ତି । ଜନଗହଳି ପୂର୍ଣ୍ଣ ସ୍ଥାନକୁ ନ ଯିବାକୁ ସରକାର ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏହା ସହିତ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ପାଇଁ ମଧ୍ୟ କୁହାଯାଇଛି ।












Click it and Unblock the Notifications