Get Updates
Get notified of breaking news, exclusive insights, and must-see stories!

ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ

ଭାଗବତ ସପ୍ତାହରେ ଚାଲିଥିଲା ଭୋଜିଭାତ, ଆଉ ଏପଟେ ଡାଲମାରେ ପଡ଼ିଯାଇଥିଲା ବିଷାକ୍ତ ସାପ, ଆଉ ଏହି ବିଷାକ୍ତ ସାପ ମିଶା ଡାଲମା ଖାଇ ୪୦ ରୁ ଅଧିକ ଲୋକ ଏବେ ମେଡିକାଲରେ ପଡ଼ିଛନ୍ତି ।

ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲଟିର ୧୦ ନମ୍ବର ୱାର୍ଡରେ । ଗତକାଲି ବିଳମ୍ବିତ ରାତିରେ ଭାଗବତ ସପ୍ତାହ ଚାଲୁଥିବାରୁ ଭୋଜିଭାତର ଆୟୋଜନ ହୋଇଥିଲା । ୪୦୦ ଲୋକଙ୍କ ପାଇଁ ପ୍ରାସାଦର ବ୍ୟବସ୍ଥା ବି ହୋଇଥିଲା । ହେଲେ ପ୍ରାସାଦ ସେବନ ବେଳେ ଡାଲମା ହାଣ୍ଡିରେ ଗୋଟିଏ ବିଷାକ୍ତ ସାପ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହାପରେ ଭୋଜି ଖାଇସାରିଥିବା କିଛି ଲୋକ ଭୟଭୀତ ହୋଇ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଯେଉଁମାନେ ଅସୁସ୍ଥ ହୋଇପଡ଼ିଛନ୍ତି ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ଅନ୍ୟମାନେ ରକ୍ତ ପରୀକ୍ଷା କରାଇବାକୁ ଲାଇନ୍ ଲଗାଇଛନ୍ତି ।

Dalma
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+