ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍
ଇରାନ ସହ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଭୟାବହ ରୂପ ଧାରଣ କରିଛି। ଏହାରି ଭିତରେ ଇରାନ ଷ୍ଟ୍ରେଟ ଅଫ୍ ହର୍ମୁଜ ବନ୍ଦ କରି ପୁରା ବିଶ୍ବ ଅର୍ଥନୀତିକୁ ଦୋହଲାଇ ଦେଲାଣି। ଗ୍ୟାସ୍ ଓ ତୈଳ ସଙ୍କଟର ପ୍ରଭାବ ଧୀରେ ଧୀରେ ସାରା ବିଶ୍ବ ଉପରେ ପଡୁଥିବା ବେଳେ ଆମେରିକା ଷ୍ଟେଟ ଅଫ୍ ହର୍ମୁଜକୁ ଖୋଲିବାକୁ ଜୋରଦାର ପ୍ରୟାସ କରୁଛି। ଏଥିପାଇଁ ଅନ୍ୟ ରାଷ୍ଟ୍ରର ସହାୟତା ଲୋଡୁଥିଲେ ମଧ୍ୟ କେହି ଆଗକୁ ବଢିବାକୁ ଉଚିତ୍ ମଣୁନାହାନ୍ତି। ଖାସକରି ନାଟୋ ସହଯୋଗୀ ଏହି ଯୁଦ୍ଧରେ ଆମେରିକା ସାଥୀରେ ଛିଡା ହେବାକୁ ଅମଙ୍ଗ ହେଉଛି ।
ଯାହାକୁ ନେଇ ବେଶ କ୍ଷୁବ୍ଧ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଉ କହିଛନ୍ତି ନାଟୋ ହେଉଛି କାଗଜ ବାଘ । ହର୍ମୁଜ ପ୍ରଣାଳୀରେ ସୈନ୍ୟ ଅଭିଯାନ କରି ଇରାନକୁ ଝଟକା ଦେବାକୁ ଚାହୁଁଛି ଆମେରିକା । ହେଲେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ସହ ସହମତ ହୋଇପାରୁନାହାନ୍ତି ନାଟୋ ସଦସ୍ୟ । ଯାହାକୁ ଦେଖି ଟ୍ରମ୍ପ କ୍ଷୁବ୍ଧ ହୋଇ କହିଛନ୍ତି ଆମେରିକା ବିନା ନାଟୋ ଏକ କାଗଜ ବାଘ । ହର୍ମୁଜ ପ୍ରଣାଳୀକୁ ନିଜ ଯୁଦ୍ଧ ଜଳଜାହାଜ ନ ପଠାଇ ନାଟୋ ଡରୁଆର ପରିଚୟ ଦେଇଛନ୍ତି । ଏହା ଆମେରିକା ସବୁଦିନ ପାଇଁ ମନେ ରଖିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି ।













Click it and Unblock the Notifications