ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି
ଆମେରିକା-ଇରାନ ଯୁଦ୍ଧ ୨୧ ଦିନରେ ପହଞ୍ଚିଛି। ବିଶ୍ୱ ଚାହୁଁଛି- କେବେ ସରିବ ଯୁଦ୍ଧ। କେବେ ମଧ୍ୟପ୍ରାଚ୍ୟରେ ଫେରିବ ଶାନ୍ତି। ଏହାରି ଭିତରେ "ଏଗଜିଟ୍ ପ୍ଲାନ" ବିଷୟରେ ସେୟାର କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତ୍ରୁଥ୍ ସୋସିଆଲରେ ଟ୍ରମ୍ପ ଦାବି କରିଛନ୍ତି ଯେ ଆମେରିକା ତାର ସାମରିକ ଉଦ୍ଦେଶ୍ୟ ହାସଲ କରିବାକୁ "ବହୁତ ନିକଟତର। ଏବେ ମଧ୍ୟପ୍ରାଚ୍ୟରେ ଏହାର ପ୍ରମୁଖ ସାମରିକ ଅଭିଯାନକୁ ଧୀରେ ଧୀରେ ବନ୍ଦ କରିବାକୁ ବିଚାର କରୁଛି ଆମେରିକା।

ତାଙ୍କ ପୋଷ୍ଟରେ, ଟ୍ରମ୍ପ ତାଙ୍କ ବିଜୟ ନେଇ ସଫଳତାଗୁଡ଼ିକୁ ତାଲିକାଭୁକ୍ତ କରିଛନ୍ତି। ସେ କହିଛନ୍ତି, "ଆମେ ଇରାନର କ୍ଷେପଣାସ୍ତ୍ର କ୍ଷମତା, ପ୍ରତିରକ୍ଷା ଶିଳ୍ପ ଘାଟି, ନୌସେନା ଏବଂ ବାୟୁସେନାକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଛୁ। ଟ୍ରମ୍ପ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଇରାନ କେବେବି ପରମାଣୁ ଅସ୍ତ୍ରର ନିକଟତର ହେବନି।
ଟ୍ରମ୍ପ ଆହୁରି କହିଛନ୍ତି ଯେ ଆମେରିକା ଏହାର ଆଞ୍ଚଳିକ ସହଯୋଗୀ- ଇସ୍ରାଏଲ, ସାଉଦି ଆରବ, କତାର, ୟୁଏଇ, ବାହାରିନ ଏବଂ କୁୱେତର ସୁରକ୍ଷା ସୁନିଶ୍ଚିତ କରିଛି। ସେମାନଙ୍କର ପ୍ରତିରକ୍ଷା ପାଇଁ ପ୍ରତିବଦ୍ଧ ରହିବ।
ଟ୍ରମ୍ପଙ୍କ ମତ ହର୍ମୁଜ ପ୍ରଣାଳୀର ସୁରକ୍ଷା ସମ୍ପର୍କରେ। ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ଯେଉଁ ଦେଶଗୁଡ଼ିକ ଏହି ସମୁଦ୍ର ପଥକୁ ସେମାନଙ୍କର ତେଲ ଏବଂ ବାଣିଜ୍ୟ ପାଇଁ ବ୍ୟବହାର କରନ୍ତି ସେମାନେ ଏବେ ସୁରକ୍ଷା ଏବଂ ପୋଲିସିଂ ପାଇଁ ଦାୟୀ ରହିବା ଉଚିତ। ଆବଶ୍ୟକ ହେଲେ ଆମେରିକା ସହାୟତା ଯୋଗାଇ ପାରିବ, କିନ୍ତୁ ଅନ୍ୟ ଦେଶମାନେ ଏହି ଦାୟିତ୍ୱ ବହନ କରିବା ଉଚିତ।
ଟ୍ରମ୍ପ ଯୁକ୍ତି ଦେଇଥିଲେ, "ଆମେରିକା ଏହି ପଥ ବ୍ୟବହାର କରେ ନାହିଁ, ତେଣୁ ଅନ୍ୟ ଦେଶମାନେ ଏଥିରେ ହସ୍ତକ୍ଷେପ କରିବା ଉଚିତ। ଇରାନ ବିପଦ ଶେଷ ହେବା ପରେ, ଆମେରିକାକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିବ ନାହିଁ।
ହର୍ମୁଜ ପ୍ରଣାଳୀ ବିଶ୍ୱର ଶକ୍ତି ଯୋଗାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ। ଏଠାରେ ବିପୁଳ ପରିମାଣର ତୈଳ ଏବଂ ଗ୍ୟାସ ପରିବହନ କରେ। ଗତ କିଛି ସପ୍ତାହରେ ସେଠାରେ ଆକ୍ରମଣ ଏବଂ ଉତ୍ତେଜନା ବିଶ୍ୱ ବଜାରକୁ ପ୍ରଭାବିତ କରିଛି। ପ୍ରାୟ ତିନି ସପ୍ତାହ ଧରି ଯୁଦ୍ଧ ଚାଲିଛି ଏବଂ ଏହି ଅଞ୍ଚଳରେ ଅସ୍ଥିରତା ଜାରି ରହିଛି। ଟ୍ରମ୍ପଙ୍କ ଏହି ବୟାନ ଗୁରୁତ୍ୱ ବହନ କରୁଛି।
-
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
ଇରାନକୁ ଆଉ ଏକ ବଡ଼ ଝଟକା, ଇସ୍ରାଏଲୀ ଆକ୍ରମଣରେ IRGC ମୁଖପାତ୍ର ଅଲି ମହମ୍ମଦଙ୍କ ମୃତ୍ୟୁ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଖୁବଶୀଘ୍ର ସରୁଛି ଯୁଦ୍ଧ, ଜିତୁଛି ଇସ୍ରାଏଲ୍: ବେଞ୍ଜାମିନ୍ ନେତାନ୍ୟାହୁ -
ନୂଆ ରୂପ ପାଇବ କଟକ ମହାନଦୀ ରିଭର ଫ୍ରଣ୍ଟ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ -
୩୧ ରାଜ୍ୟସଭା ସାଂସଦ କୋଟିପତି -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି











Click it and Unblock the Notifications