ନିର୍ବାଚନ ସରିଲେ ବାହାହେବେ ବିଜୟ
ଯାହା ଆଲୋଚନା ହେଉଥିଲା ତାହା ସତ ହେବାକୁ ଯାଉଛି । ପୁଣି ବାଜିବ ସାହାନାଇ , ଆଉ ଥରେ ବିବାହ କରିବେ ସାଉଥ୍ ସୁପରଷ୍ଟାର ଦଳର ତଥା TVK ଦଳର ମୁଖିଆ ବିଜୟ ଥାଲାପତି । ପୁଣି ତାଙ୍କଠାରୁ ୯ ବର୍ଷ ସାନ ଅଭିନେତ୍ରୀ ତୃଷା କୃଷ୍ଣନଙ୍କୁ । ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପରେ ଦୁହିଁଙ୍କ ବିବାହ ହେବ। ଏଥିପାଇଁ ବିଜୟଙ୍କ ମା' ବି ସ୍ବୀକୃତି ଦେଇଥିବା ଜଣାପଡ଼ିଛି ।

ସାଉଥ୍ ଷ୍ଟାର ବିଜୟ ଫିଲ୍ମ ପରେ ଏବେ ରାଜନୀତିରେ ପୂରା ସକ୍ରିୟ । ଏବେ ତ ସବୁ ଦିଗରୁ ତା ନାଁକୁ ନେଇ ଚର୍ଚ୍ଚା । କଥା ଫିଲ୍ମର ହେଉ କି ରାଜନୀତି କିମ୍ବା ତାଙ୍କ ବ୍ୟକ୍ତିଗତ ଜୀବନ ହେଉ ସବୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ତାମିଲନାଡ଼ୁ ନିର୍ବାଚନର ଠିକ ଆଗରୁ ତାଙ୍କ ପତ୍ନୀ ସଙ୍ଗୀତା କୋର୍ଟରେ ଛାଡ଼ପତ୍ର ପାଇଁ ଅପିଲ କରିଛନ୍ତି । ଖାଲି ଏତିକି ନୁହେଁ ଅଭିନେତ୍ରୀ ତୃଷା ସାଉଥ୍ ଅଭିନେତ୍ରୀ ତୃଷା କ୍ରିଷ୍ଣନଙ୍କ ନାଁକୁ ବିଜୟଙ୍କ ସହ ଯୋଡ଼ା ଯାଉଥିଲା ।ସେ ସମୟରେ ଏହାକୁ କିଛି ଗୋଟେ ରାଜନୀତିକରଣ ବୋଲି କୁହାଯାଉଥିଲା କିନ୍ତୁ ଏବେ ଏହା ସତ ବୋଲି ଜଣାପଡ଼ିଲାଣି ।
ହେଲେ ଏମିତି କିଛି କାରଣ ତ ଥିବ ଯାହାକୁ ନେଇ ତୃଷାଙ୍କ ସହ ବିଜୟଙ୍କୁ ଚର୍ଚ୍ଚାକୁ ଅଣାଯାଉଛି । କୁହାଯାଉଛି ବିଜୟ ଓ ତୃଷାଙ୍କ ଭିତରେ ଘନିଷ୍ଠ ସମ୍ପର୍କ ଫିଲ୍ମ 'ଲିୟୋ'ଠାରୁ ଆରମ୍ଭ ହୋଇଛି । ଫିଲ୍ମ ପରେ ଦୁହିଁଙ୍କୁ ସୋସିଆଲ ମିଡିଆ, ପବ୍ଲିକ୍ ଇଭେଣ୍ଟ ଏବଂ ସେଲିବ୍ରିଟିଙ୍କ ବିବାହ ଉତ୍ସବରେ ଏକାଠି ଦେଖିବାକୁ ମିଳୁଥିଲା । । ଦୁହିଁଙ୍କ ଡେଟିଂକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲଶ । ବିଜୟଙ୍କ ପରି ତୃଷାଙ୍କର ବି ରାଜନୀତିରେ ରୁଚି ରହିଛି । ଫଳରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଦିନକୁ ଦିନ ଦୃଢ଼ ହେବାରେ ଲାଗିଛି ।
ବିଜୟଙ୍କ ପତ୍ନୀ ସଙ୍ଗୀତା ସ୍ବାମୀ ବିଜୟଙ୍କର ତୃଷାଙ୍କ ସହ ଏକ୍ସଟ୍ରା ମ୍ୟାରିଟାଲ ଅଫେୟାର ଥିବା ଅଭିଯୋଗ କରିବା ସହ କୋର୍ଟରେ ଛାଡ଼ପତ୍ର ପାଇଁ ଅପିଲ କରିଥିଲେ । ଏହା ବି କୁହାଯାଉଛି ବିଜୟ ପତ୍ନୀଙ୍କ ଛାଡ଼ପତ୍ର ପରେ ୨୦୦ କୋଟି ଟଙ୍କାର ଭରଣପୋଷଣ ଖର୍ଚ୍ଚ ଦେବେ । ତେଣୁ ସୋସିଆଲ ମିଡିଆରେ ଦୁହିଁଙ୍କର ବିବାହ ଖବର ର୍ଚ୍ଚା ଆରମ୍ଭ ହୋଇଗଲାଣି । ଏକ ଭାଇରାଲ ଭିଡିଓରେ ଦାବି କରାଯାଉଛି, ତାମିଲନାଡ଼ୁ ନିବର୍ାଚପନ ପରେ ଦୁହେଁ ବିବାହ କରିବେ । ଯଦିଓ ଦୁହେଁ ଏଯାଏଁ ଦୁହିଁଙ୍କ ସମ୍ପର୍କକୁ ନେଇ ଔପଚାରିକ ଭାବେ କିଛି କହିନାହାନ୍ତି । ଆଉ ଏଥିପାଇଁ ତୃଷାଙ୍କ ମା' ବି ସହମତି ପ୍ରଦାନ କରିଥିବା ଜଣାପଡ଼ିଛି ।












Click it and Unblock the Notifications