କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍...
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ । ECIଙ୍କ ନିର୍ଦ୍ଦେଶନାମା, ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଙ୍ଘନ ବୋଲି ଲେଖିଲେ । ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନାଁରେ ଫୌଜଦାରୀ ମାମଲା ଚେତାବନୀ ।
ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ବିପ୍ କାମ କରେ ନାହିଁ ଦର୍ଶାଇଲେ। ମୁଖ୍ୟ ସଚେତକ ହ୍ବିପ୍ ଜାରି କରି ବେଆଇନ କାର୍ଯ୍ୟ କରିଛନ୍ତି। ଭୋଟ୍ ଦେବା ପାଇଁ କହିବା ଓ ବିରତ ପାଇଁ ପ୍ରବର୍ତ୍ତାଇବା ଦଣ୍ଡନୀୟ ଅପରାଧବ। ଏଥିପାଇଁ BNS- ୧୭୧ ଅନୁଯାୟୀ ବର୍ଷେ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି । ପ୍ରମିଳାଙ୍କ ବିରୋଧରେ ଫୌଜଦାରୀ ମାମଲା କରିବାକୁ ବିଧାୟକଙ୍କ ଚେତାବନୀ। କାରଣ ଦର୍ଶାଅ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍ ମାମଲାକୁ ସାମ୍ନା କରନ୍ତୁ ।













Click it and Unblock the Notifications