ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର
ହୁ ହୁ ଜଳିଲା ବସ । ବିଧାୟକ ଯାଉଥିବା ବସ୍ ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମାଲକାନଗିରି ଯିବା ବେଳେ ବସରେ ଅଗ୍ନିକାଣ୍ଡ । ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡରୁ ବସଟି ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିଲା । ଆନ୍ଧ୍ରପ୍ରଦେଶର ରାମଭଦ୍ରପୁରମ ନିକଟରେ ପ୍ରାୟ ରାତି ୩ଟା ସମୟରେ ହଠାତ୍ ବସ୍ ଟିରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ବସ୍ ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ତେବେ ଯାତ୍ରୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ନିଆଁ ଲାଗିଥିବା ଦେଖି ବସ୍ରୁ ବାହାର କରାଯାଇ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି ।

ସୂଚନାଯୋଗ୍ୟ, କେନ୍ଦୁଝର ଶୁଆକାଟୀ ଫାଣ୍ଡି ଅଞ୍ଚଳରେ ଛିଡ଼ା ହୋଇଥିବା ଏକ ଟ୍ରକରେ ହଠାତ୍ ନିଆଁ ଲାଗିଯାଇଥିଲା । ଛିଡ଼ା ହୋଇଥିବା ଟ୍ରକ୍ ହୁ ହୁ ହୋଇ ଜଳିଲା । ହଠାତ୍ ନିଆଁ ଲାଗି ଜଳିଗଲା ଟ୍ରକ୍ । ସେଠାରେ ନିୟୋଜିତ ସୁରକ୍ଷା ଅଧିକାରୀ ଟ୍ରକ୍ ରେ ନିଆଁ ଲାଗିଯିବା ଦେଖି ବାଂଶପାଳ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ତେବେ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ବେଳକୁ ଟ୍ରକ୍ ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ସର୍ଟ ସର୍କିଟ୍ ରୁ ନିଆଁ ଲାଗିଥିବା ଅନୁମାନ କରାଯାଇଥିଲା ।
-
ମାର୍ଚ୍ଚ ୨୨ ଯାଏ CPET ପରୀକ୍ଷା ଆବେଦନ ପାଇଁ ସମୟସୀମା ବୃଦ୍ଧି -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
AI ଶିକ୍ଷାକୁ ପ୍ରୋତ୍ସାହନ କରିବାକୁ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତୁତି -
୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି କଲେ ରାଜ୍ୟ ସରକାର -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ବିଧାନସଭାରେ ବିରୋଧୀଙ୍କ ନାଟକବାଜି, ବର୍ଷିଲେ ମୁଖ୍ୟମନ୍ତ୍ରୀ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ଗୃହ ମଧ୍ୟ ଭାଗରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି,ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି -
ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ, ମେଡିକାଲରେ ରୋଗୀଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ହୋହଲ୍ଲା -
ଏସସିବି ପ୍ରସଙ୍ଗ, ଆଜି ମଧ୍ୟ ଗୃହରେ ହୋହଲ୍ଲା କରିପାରନ୍ତି ବିରୋଧୀ












Click it and Unblock the Notifications