ବାରବାଙ୍କୀରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା, ଚାଲିଗଲା 18 ଜଣଙ୍କର ଜୀବନ
ଉତ୍ତରପ୍ରଗଦେଶର ବାରବାଙ୍କୀରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ 18 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 19 ଜଣ ଆହତ ହୋଇଛନ୍ତି ।
ଲକ୍ଷ୍ନୌ : ଉତ୍ତରପ୍ରଗଦେଶର ବାରବାଙ୍କୀରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ 18 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 19 ଜଣ ଆହତ ହୋଇଛନ୍ତି ।

ରାମସେନିଘାଟ ପୋଲିସ ଷ୍ଟେସନ ଅନ୍ତର୍ଗତ ଲକ୍ଷ୍ନୌ - ଅଯୋଧ୍ୟା ଜାତୀୟ ରାଜପଥରେ ଅଟକି ରହିଥିବା ଏକ ବସ୍ କୁ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଧକ୍କା ଦେଇଥିଲା । ସମସ୍ତ ଆହତଙ୍କୁ ଲକ୍ଷ୍ନୌ ଟ୍ରମା କେନ୍ଦ୍ରକୁ ରେଫର କରାଯାଇଛି, ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ମଙ୍ଗଳବାର ରାତି ପ୍ରାୟ 1.30 ସମୟରେ ଏହି ଦୁର୍ଘଟଣା ଘଟିଛି । କୁହାଯାଉଛି ଯେ ବସ୍ ହରିୟାଣା ଠାରୁ ବିହାର ଯାଉଥିଲା ।
ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଏଡିଜି ଲକ୍ଷ୍ନୌ ଜୋନ୍, ଏସ୍.ଏନ୍ ସାବତ କହିଛନ୍ତି ଯେ ବସରେ ଥିବା ଅଧିକାଂଶ ଶ୍ରମିକ ପଞ୍ଜାବ ଏବଂ ହରିୟାଣାରେ କାମ କରିବା ପରେ ନିଜ ଘରକୁ ଫେରୁଥିଲେ । ରାତିରେ ବସ୍ରେ ହଠାତ୍ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ଏହା ପରେ ବସ୍ ଲକ୍ଷ୍ନୌ - ଅଯୋଧ୍ୟା ଜାତୀୟ ରାଜପଥ ପାର୍ଶ୍ୱରେ ଅଟକି ରହିଥିଲା । ଏହି ସମୟରେ କିଛି ଲୋକ ବସରୁ ଓହ୍ଲାଇ ବସ୍ ନିକଟରେ ଶୋଇଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ପଛ ପଟରୁ ବସ୍ କୁ ଧକ୍କା ଦେଇଥିଲା, ଯେଉଁଥିରେ 18 ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଏବେ ବି ବସ୍ ତଳେ ଚାପି ହୋଇ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
PM @narendramodi announced an ex-gratia of Rs. 2 lakh each from PMNRF for the next of kin of those who lost their lives in the tragic accident in Barabanki. The injured would be given Rs. 50,000 each.
— PMO India (@PMOIndia) July 28, 2021
ଅପରପକ୍ଷରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ନିମନ୍ତେ 2 ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହିତ ଆହତଙ୍କ ନିମନ୍ତେ 50 ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications