ଭାରତକୁ ଆର୍ଥିକ ସହଯୋଗ କରିବ ଗୁଗୁଲ୍ : ୧୩୫ କୋଟି ଦେବାକୁ ଘୋଷଣା

"ଗିଭ୍ ଇଣ୍ଡିଆ' ଓ ୟୁନିସେଫ ଜରିଆରେ ୧୩୫ କୋଟି ଟଙ୍କା ଆର୍ଥିକ ସହାୟତା ଭାରତକୁ ପ୍ରଦାନ କରାଯିବ ବୋଲି ଟୁଇଟ୍ କରି ସେ କହିଛନ୍ତି। ଏହି ସହାୟତା ଦ୍ୱାରା ଅନେକ ଲୋକ ଉପକୃତ ହେବେ।

ନୂଆଦିଲ୍ଲୀ: ଭାରତରେ ଏବେ କରୋନାର ସାଂଘାତିକ ସ୍ଥିତି ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । ଯାହା ଫଳରେ ଲୋକଙ୍କ ବଞ୍ଚିବା ମୁସ୍କିଲ୍ ହୋଇପଡିଲାଣି । ତେଣୁ ଭାରତକୁ ଏବେ ବିଶ୍ୱର କୋଣ ଅନୁକୋଣରୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି ଅନେକ ସଂସ୍ଥା । ଏହାରି ଭିତରେ ଗୁଗୁଲ୍ ବଢ଼ାଇଛି ସହଯୋଗର ହାତ ।

google-ceo

ଏହି ସଙ୍କଟ ସମୟରେ ଗୁଗୁଲ୍ ତରଫରୁ ୧୩୫ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରାଯାଇଛି । ଏନେଇ ଟୁଇଟ୍ କରି ଗୁଗୁଲ୍ କମ୍ପାନୀର ସିଇଓ ସୁନ୍ଦର ପିଚାଇ ସୂଚନା ଦେଇଛନ୍ତି । "ଗିଭ୍ ଇଣ୍ଡିଆ' ଓ ୟୁନିସେଫ ଜରିଆରେ ୧୩୫ କୋଟି ଟଙ୍କା ଆର୍ଥିକ ସହାୟତା ଭାରତକୁ ପ୍ରଦାନ କରାଯିବ ବୋଲି ଟୁଇଟ୍ କରି ସେ କହିଛନ୍ତି । ଏହି ସହାୟତା ଦ୍ୱାରା ଅନେକ ଲୋକ ଉପକୃତ ହେବେ ।

ତେବେ କରୋନା ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଲୋକଙ୍କୁ ଏହି ସହାୟତା ଯୋଗାଇ ଦିଆଯିବ । ୟୁନିସେଫ ଜରିଆରେ ଦେଶରେ ଦେଖାଦେଇଥିବା ସବୁଠାରୁ ଅଧିକ ଜରୁରୀ ଥିବା ଅକ୍ସିଜେନ୍ ଏବଂ ମେଡିକାଲ ଟେଷ୍ଟିଂ ଉପକରଣ ବି ଯୋଗାଇ ଦିଆଯିବ । ଗୁଗୁଲର ପ୍ରତିଟି କର୍ମଚାରୀ ଏଥିପାଇଁ ଚାନ୍ଦା ଆଦାୟ କରିବାରେ ଲାଗିପଡିଛନ୍ତି । ବର୍ତ୍ତମାନ ସୁଦ୍ଧା ୯୦୦ କର୍ମଚାରୀ ୩.୭ କୋଟି ଟଙ୍କା ଫଣ୍ଡକୁ ଦେଇସାରିଲେଣି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+