ଏମ୍ଏସ୍ଏମ୍ଇ ଓ ଶିଳ୍ପ ବିଭାଗ ପକ୍ଷରୁ ବାଣିଜ୍ୟ ଉତ୍ସବ ଆୟୋଜିତ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ଓ ଶିଳ୍ପ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଆଜି ମେ ଫେୟାର କନ୍ଭେନ୍ସନ୍ ହଲଠାରେ ବାଣିଜ୍ୟ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତି୍ରପାଠୀ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ରପ୍ତାନୀ କ୍ଷେତ୍ରରେ ୨୦୨୧-୨୨ ସୁଦ୍ଧା ଧାର୍ଯ୍ୟ ୪୦୦ ବିଲିୟନ୍ ଡଲାରରେ ପହଞ୍ଚାଇବାକୁ ହେବ ବୋଲି କହିଥିଲ ।

Banijya sammilani Odisha

ସେ ଦେଶର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି ଓଡ଼ିଶା ଉଭୟ ରପ୍ତାନୀ ଓ ଆମଦାନୀରେ ପଛରେ ରହିଥିବା ଦର୍ଶାଇ ଏ ଦିଗରେ ଆହୁରି ପ୍ରଗତି କରିବାକୁ ହେବ ବୋଲି ସେ କହିଥିଲ । ଏ କ୍ଷେତ୍ରରେ କେତେକ ମୌଳିକ ସୁବିଧାସୁଯୋଗର ଉପଲବ୍ଧ କରାଇବା ଉପରେ ସେ ଗୁରୁତ୍ୱାରୋପ କରି ଓଡ଼ିଶା ଏକ ଆଲୁମିନିୟମ୍ ଉତ୍ପାଦକ ରାଜ୍ୟ ଭାବେ ବହୁତ ସୁଯୋଗ ରହିଥିବା ସେ ପ୍ରକାଶ କରିଥିଲୋ ବାଣିଜ୍ୟ ସଂପର୍କିତ ସମସ୍ତ ପରିଷଦ ତା'ର କାର୍ଯ୍ୟାଳୟ ରାଜ୍ୟରେ ଖୋଲିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲ । ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଆମର ଶିଳ୍ପ ଅନୁକୂଳ ନୀତି ଗତବର୍ଷ ତୁଳନାରେ ଚଳିତ ଆଥିର୍କ ବର୍ଷରେ କୋଭିଡ୍ ଅଚଳାବସ୍ଥା ସତ୍ତେ୍ୱ ଆମେ ରପ୍ତାନୀକୁ ଦୁଇଗୁଣା ବୃଦ୍ଧି କରିପାରିଛୁ ବୋଲି କହିଥିଲୋ ତେବେ କେନ୍ଦ୍ର ସରକାର ବିଦେଶ ବାଣିଜ୍ୟ ନିର୍ଦ୍ଦେଶାଳୟ କଟକଠାରୁ କଲିକତାକୁ ସ୍ଥାନାନ୍ତର ହେବା ପରେ ରପ୍ତାନୀକୁ ପ୍ରୋତ୍ସାହନ ଯୋଗାଇବା କ୍ଷେତ୍ରରେ ସମସ୍ୟା ଉପୁଜୁଥିବା ସେ ଦର୍ଶାଇଥିଲୋ ବିଶେଷ ଭାବେ ଗୋପାଳପୁର, ଧାମରା ପରି ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ବନ୍ଦରଗୁଡ଼ିକରେ ସିପିଂ ଲାଇନ୍ର, ରିଫରି କଣ୍ଟେନରର ସୁବିଧା ଯୋଗାଇବା ବହିର୍ବାଣିଜ୍ୟ ଯୋଗ୍ୟତା ଥାଇ ଜଣେ ରପ୍ତାନୀ ପ୍ରୋତ୍ସାହନ ଅଧିକାରୀ ନିଯୁକ୍ତି କରିବା, ବନ୍ଦରଗୁଡ଼ିକରେ ଶୀତଳଭଣ୍ଡାର ନିର୍ମାଣ, ପ୍ୟାକେଜିଂ ଓ ପରିମଳ ଗୁଣବତ୍ତା ପ୍ରମାଣପତ୍ର ପ୍ରଦାନ ଆଦିକୁ ତ୍ୱରାନ୍ୱିତ କରାଗଲେ ଓଡ଼ିଶା ୨୦୨୧-୨୨ ମସିହା ବେଳକୁ ଧାର୍ଯ୍ୟ ୧ ଲକ୍ଷ କୋଟିରେ ପହଞ୍ଚି ପାରିବ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଥିଲୋ ଗୁଜୁରାଟ ଓ ମହାରାଷ୍ଟ୍ର ପରି ପ୍ରମୁଖ ରପ୍ତାନୀକାରୀ ରାଜ୍ୟଗୁଡ଼ିକର ରପ୍ତାନୀରେ ହ୍ରାସ ଘଟୁଥିବାବେଳେ ଓଡ଼ିଶାରେ ଏହା ବୃଦ୍ଧି ପାଇ ନିତି ଆୟୋଗର ରିପୋର୍ଟ ଅନୁଯାୟୀ ପଞ୍ଚମ ସ୍ଥାନରେ ରହିଥିବା ଶ୍ରୀ ସାହୁ କହିଥିଲ ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏହା ଅଭିବୃଦ୍ଧି ନିମନ୍ତେ ପ୍ରକୃଷ୍ଟ ସମୟ ବୋଲି କହିବା ସହ ଆଗାମୀ ୨୫ ବର୍ଷରେ କ'ଣସବୁ ବିକାଶ କରିବା ତାକୁ ପର୍ଯ୍ୟାୟ କ୍ରମେ ଯୋଜନାରେ ପ୍ରତିଫଳିତ କରି ସ୍ୱାଧୀନତାର ଏକ ଶତାବ୍ଦୀ ବେଳକୁ ଆମକୁ କ'ଣ ଉପଲବ୍ଧି ହାସଲ କରିବା ତାହା ସ୍ଥିର କରିବାକୁ ହେବ ବୋଲି କହିଥିଲୋ ରପ୍ତାନୀଜନିତ ଋଣ ଯୋଗାଣ, ବୀମା, କାର୍ଗୋ ପରିଚାଳନା ଆଦି ସେବା ଯୋଗାଇଲେ ଏହି କ୍ଷେତ୍ରରେ ଅଧିକ ଆଖିଦୃଶିଆ ପ୍ରଗତି କରିପାରିବ ବୋଲି କହିଥିଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+