ଜୁଲାଇ ୩୧ରେ ପ୍ରକାଶ ପାଇବ +2 ପରୀକ୍ଷା ଫଳ
ଆସନ୍ତା ଜୁଲାଇ ୩୧ ତାରିଖ ସନ୍ଧ୍ୟାରେ +2 ର ବିଜ୍ଞାନ ଓ ବାଣିଜ୍ୟର ଫଳ ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଭୁବନେଶ୍ବର: ଆସନ୍ତା ଜୁଲାଇ ୩୧ ତାରିଖ ସନ୍ଧ୍ୟାରେ +2 ର ବିଜ୍ଞାନ ଓ ବାଣିଜ୍ୟର ଫଳ ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କଳା ଓ ଧନ୍ଦା ମୂଳକ ପରୀକ୍ଷା ଫଳ ଏହା ପରେ ଅତିଶୀଘ୍ର ପ୍ରକାଶ ପାଇବ ବୋଲି କୁହାଯାଇଛି ।

କୋଭିଡ ୧୯ର ସଂକ୍ରମଣ ହେତୁ ଚଳିତ ଶିକ୍ଷାବର୍ଷର ପରୀକ୍ଷା ହୋଇ ନଥିବାରୁ ଗତ ପରୀକ୍ଷାର ଫଳ ଆଧାରରେ ଏଥରର ଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି। ବିକଳ୍ପ ମୂଲ୍ୟାନୟ ପଦ୍ଧତିରେ ଏ ବର୍ଷ ରାଜ୍ୟର ସାଢେ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।
+୨ ରେଜଲ୍ଟ ଓ ମୂଲ୍ୟାୟନ ପଦ୍ଧତ୍ତି ନେଇ CHSE ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା । ଏକ୍ସପର୍ଟ କମିଟି ଦେଇଥିବା ଭିତ୍ତି ଅନୁଯାୟୀ, ଦଶମ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ହେବାକୁ ନିଷ୍ପତ୍ତି ହୋଇଛି । ରେଗୁଲାର ପିଲାଙ୍କ ମାର୍କିଂ ମ୍ୟାଟ୍ରିକ୍ ଭିତ୍ତିରେ ହେବ । ଏକ୍ସରେଗୁଲାର ପିଲାଙ୍କ ମାର୍କିଂ ପୂର୍ବଥର +୨ ପରୀକ୍ଷା ଭିତ୍ତିରେ ହେବ । ପୂର୍ବଥର +୨ ପରୀକ୍ଷା ଦେଇଥିଲେ ପାସ୍ କରିଥିବା ବିଷୟ ଭିତ୍ତିରେ ମାର୍କିଂ ହେବ । ଏହାସହ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ବେଳେ ପ୍ରାକ୍ଟିକାଲ୍ ବା ପ୍ରୋଜେକ୍ଟକୁ ମଧ୍ୟ ହିସାବକୁ ନିଆଯିବ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications