Get Updates
Get notified of breaking news, exclusive insights, and must-see stories!

ୟୁଟ୍ୟୁବରେ ପଢିବେ ନବମ ଓ ଦଶମ ପିଲା : ରାଜ୍ୟ ସରକାର ଜାରି କଲେ ମାର୍ଗଦର୍ଶିକା

ଚଳିତବର୍ଷ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ୟୁଟ୍ୟୁବ ଭିଡିଓ ଜରିଆରେ ଶିକ୍ଷାଦାନ କରାଯିବ

ଭୁବନେଶ୍ୱର : ଚଳିତବର୍ଷ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ୟୁଟ୍ୟୁବ ଭିଡିଓ ଜରିଆରେ ଶିକ୍ଷାଦାନ କରାଯିବ । ଏନେଇ ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିସହିତ ଜିଲ୍ଲାର ସମସ୍ତ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛି ନିର୍ଦ୍ଦେଶାଳୟ । ଚଳିତ ମାସ 21 ତାରିଖରୁ ୟୁଟ୍ୟୁବ ଷ୍ଟ୍ରିମିଂ ଜରିଆରେ ପାଠପଢା ଆରମ୍ଭ ହେବ ।
ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସମୟ ସମୟରେ ଦୁଇଟି ଅଲଗା ଅଲଗା ଶ୍ରେଣୀ ଗ-ହରୁ ଭର୍ଚୁଆଲ ଶିକ୍ଷାଦାନ ବ୍ୟବସ୍ଥା କରାଯିବ । 21 ତାରିଖ ସୋମବାର ଠାରୁ ସକାଳ 10ଟା 45 ମିନିଟରୁ ଦିନ ଗୋଟାଏ ଯାଏଁ ଶିକ୍ଷାଦାନ କରାଯିବ ।

ଏଜୁକେସନ

30 ମିନିଟ ଲେଖାଏଁ ଚାରିଟି କ୍ଲାସ ରହିବ । ଶନିବାର ଛୁଟି ରହିବ । ଗତଶିକ୍ଷାର ରିଭାଇଜଡ ସିଲାବସ୍ ଅନୁଯାୟୀ 10 ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ହେବ । ସେହିପରି ଉତ୍କର୍ଷ ଶିକ୍ଷାବର୍ଷ ଅନୁଯାୟୀ ନବମ ପିଲାଙ୍କ କ୍ଲାସ ନିଆଯିବ । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ସପ୍ତାହରେ 20ଟି ପିରିୟଡ ରହିବ । ଯେଉଁଥିରେ ଇଂରାଜୀ, ଓଡିଆ, ଇତିହାସ-ଭୂଗୋଳ, ତୃତୀୟ ଭାଷା (ହିନ୍ଦୀ, ସଂସ୍କୃତ) ପାଇଁ 3ଟି ଲେଖାଏଁ, ଗଣିତ, ବିଜ୍ଞାନ ପାଇଁ 4ଟି ଲେଖାଏଁ ପିରିୟଡ ରହିବ ।
ନବମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ସମାନ ଭାବରେ ସପ୍ତାହରେ 20ଟି ପିରିୟଡ ରହିବ । ଜିଲ୍ଲା ଶିକ୍ଷାଅଧିକାରୀମାନେ ଉନ୍ନତମାନର ୟୁଟ୍ୟୁବ ଷ୍ଟ୍ରିମିଂ ଉପରେ ଧ୍ୟାନ ଦେବେ ବୋଲି ନିର୍ଦ୍ଦେଶାଳୟ ଚିଠିରେ ଉଲ୍ଲେଖ କରିଛି । ଅପରପକ୍ଷରେ ଶିକ୍ଷକମାନେ କିପରି ଶିକ୍ଷାଦାନ କରୁଛନ୍ତି, ଛାତ୍ରଛାତ୍ରୀମାନେ କିପରି ଏହାକୁ ଗ୍ରହଣ କରୁଛନ୍ତି ଏବଂ ଏହାକୁ କିପରି ଉନ୍ନତ କରାଯାଇ ପାରିବ ସେନେଇ ମନିଟରିଂ କମିଟି କାର୍ଯ୍ୟ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+