ଷ୍ଟିଲ୍ ସିଟିରେ ଏକାଥରେ ଗଡିଲା ଦୁଇଟି ମୁଣ୍ଡ

ଷ୍ଟିଲ୍ ସିଟିରେ ଏକାଥରେ ଗଡିଲା ଦୁଇଟି ମୁଣ୍ଡ । ପଥରରେ ଛେଚି ଯୁବକଙ୍କୁ ହତ୍ୟା । ସେପଟେ ସେକ୍ଟର-୫ରେ ଯୁବକଙ୍କ ଗଳା କାଟି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ରାଉରକେଲା: ଷ୍ଟିଲ୍ ସିଟିରେ ଏକାଥରେ ଗଡିଲା ଦୁଇଟି ମୁଣ୍ଡ । ପଥରରେ ଛେଚି ଯୁବକଙ୍କୁ ହତ୍ୟା । ସେପଟେ ସେକ୍ଟର-୫ରେ ଯୁବକଙ୍କ ଗଳା କାଟି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

crime

ପ୍ଲାଣ୍ଟ୍ ସାଇଟ୍ ଥାନା ଟିମ୍ବର କଲୋନୀରେ ନିକଟରେ ପଥରରେ ଛେଚି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ ଗୋଲା ଘୋଷ । ଗୋଲା ଦିନ ମଜୁରିଆ ଭାବେ କାମ କରୁଥିଲେ । ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

ସେପଟେ ରାଉରକେଲା ସେକ୍ଟର-୫ରେ ଯୁବକଙ୍କ ଗଳା କାଟି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ସେକ୍ଟର-୫ ସ୍ଥିତ ଦୀପିକା ଇଂଲିଶ ମିଡିୟମ୍ ସ୍କୁଲ ପାଚେରୀ କଡରୁ ଉଦ୍ଧାର ହୋଇଥିଲା ମୃତଦେହ । ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କ'ଣ ପାଇଁ ଯୁବକଙ୍କୁ ହତ୍ୟା କରାଯାଇଛି ସେନେଇ କିଛି ସ୍ପଷ୍ଟ ହୋଇନି । ପୋଲିସର ତଦନ୍ତ ପରେ ସତ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+