ମନୀଷ ମୃତ୍ୟୁ ମାମଲା: ବାରରେ ବିଲ୍ ପେମେଣ୍ଟକୁ ନେଇ ମାରପିଟ୍ ପରେ ହତ୍ୟା, 3 ଅଭିଯୁକ୍ତ ଗିରଫ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ମାମଲାର ପର୍ଦାଫାସ କରିଛି କମିଶନରେଟ ପୋଲିସ । ଏହା ଏକ ହତ୍ୟାକାଣ୍ଡ ଓ ଏଥିରେ ସମ୍ପୃକ୍ତ ଥିବା 3 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହି ତିନିଜଣ ଗିରଫ ଅଭିଯୁକ୍ତମାନେ ହେଲେ ଅମ୍ରିତ ବିଶ୍ୱାଳ, ଦିନେଶ ଏବଂ ମୃ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ମାମଲାର ପର୍ଦାଫାସ କରିଛି କମିଶନରେଟ ପୋଲିସ । ଏହା ଏକ ହତ୍ୟାକାଣ୍ଡ ଓ ଏଥିରେ ସମ୍ପୃକ୍ତ ଥିବା 3 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହି ତିନିଜଣ ଗିରଫ ଅଭିଯୁକ୍ତମାନେ ହେଲେ ଅମ୍ରିତ ବିଶ୍ୱାଳ, ଦିନେଶ ଏବଂ ମୃତ୍ୟୁଞ୍ଜୟ। ତେବେ ଏହି ହତ୍ୟା କିପରି ଓ କାହିଁକି ହୋଇଥିଲା ସେନେଇ ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।

Manish Anurag Death Case

ଘଟଣା ଦିନ ସନ୍ଧ୍ୟା ୫ଟା ୩୦ ବେଳେ ମନୀଷ ତାଙ୍କର ତିନିଜଣ ସାଙ୍ଗଙ୍କ ସହ ଲକ୍ଷ୍ମୀସାଗର ଯାଇଥିଲେ । ପରେ ଭୋରରୁ ପାତ୍ରପଡ଼ା ଯାଇଥିଲେ ତିନିସାଙ୍ଗ । ଦିନେଶ, ମୃତ୍ୟୁଞ୍ଜୟ ଓ ଅମ୍ରିତ ମିଶି ମନୀଷଙ୍କ ସହ ଯାଇଥିଲେ । ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ହୋଟେଲ ବାହାରେ ମନୀଷଙ୍କୁ ଆକ୍ରମଣ କରିଥିଲେ ଦୀନେଶ, ମୃତ୍ୟୁଞ୍ଜୟ ଓ ଅମ୍ରିତ । ମନୀଷଙ୍କ ମୃତ୍ୟୁ ପରେ ପ୍ରମାଣ ଲୁଚାଇବା ପାଇଁ ଅଭିଯୁକ୍ତ ମୃତଦେହକୁ ପାତ୍ରପଡ଼ା ଭଗବାନପୁର ପୋଖରିରରେ ଫିଙ୍ଗି ଦେଇଥିଲେ । ଠେଲାପେଲା ବେଳେ ମାଡ଼ ମରାରୁ ମୃତ୍ୟୁ ହୋଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ପ୍ରେସମିଟରେ କହିଛନ୍ତି ।

ଗିରଫ ୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ତରେ ଆଣିବାକୁ କୋର୍ଟରେ ଆବେଦନ କରିଛୁ। ଏମାନଙ୍କୁ ରିମାଣ୍ଡରେ ନେଇ ଅଧିକ ଖୋଲତାଡ କରାଯିବ ବୋଲି ଡିସିପି କହିଛନ୍ତି। ପୋଖରିରେ ମୃତଦେହ ଫିଙ୍ଗିବା ପରେ ଅଭିଯୁକ୍ତଙ୍କୁ ଜଣେ ସ୍ଥାନୀୟ ଯୁବକ ଦେଖିଥିବା ଡିସିପି କହିଛନ୍ତି । ଘଟଣାରେ ବ୍ୟବହୃତ କାରକୁ ପୋଲିସ ଜବତ କରିଛି ।

ଗତ ୧୦ ତାରିଖରେ ଭୁବନେଶ୍ୱରର ପାତ୍ରପଡ଼ା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା। ପ୍ରଥମେ ଅପହରଣ ପରେ ପରେ ହୋଟେଲ୍ ବିଲ୍‌କୁ ନେଇ ବଚସା ଆଦି ଦିଗ ସାମ୍ନାକୁ ଆସିଥିଲା। ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖି ଜେରା କରୁଥିଲା ପୁଲିସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+