ଅଧ ରାତିରେ ଦୁଷ୍କର୍ମ ଉଦ୍ୟମ ପାଇଁ ଘରେ ପଶିଥିଲେ : ଯୁବକକୁ ଚପଲ ମାଳ ପକାଇ ଗାଁ ବୁଲାଇଲେ ଲୋକେ
ସୋମବାର ବିଳମ୍ବିତ ରାତିରେ ଯୁବକ ଜଣକ ସେହି ଗ୍ରାମରେ ବାସ କରୁଥିବା ଜଣେ ମହିଳାଙ୍କ ଘରେ ପଶି ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡି ଯାଇଥିଲା ।
ପୁରୀ: ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ପାନେ ପାଇଲେ ଯୁବକ । ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଜଳେଶ୍ୱରପଡା ପଞ୍ଚାୟତର ନରେନ୍ଦ୍ରପୁର ନାଥସାହି ଗ୍ରାମରେ । ଯୁବକଙ୍କ ନାମ ପ୍ରଶାନ୍ତ ନାଥ ବୋଲି ଜଣାପଡିଛି । ତେବେ ଯୁବକ ଜଣକ ଦୀର୍ଘଦିନରୁ ଏପରି ଅମାନୁଷିକ କାର୍ଯ୍ୟ କରି ଆସୁଥିଲା ବୋଲି ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ଯୁବକ ଜଣକ ସେହି ଗ୍ରାମରେ ବାସ କରୁଥିବା ଜଣେ ମହିଳାଙ୍କ ଘରେ ପଶି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ପରେ ମହିଳା ଜଣକ ପାଟି କରିବାରୁ କିଛି ଲୋକ ଉଠି ଯୁବକକୁ ବାନ୍ଧିବା ସହ ମାଡମାରିଥିଲେ ।

ମାଡ ମାରିବା ସହ ଚପଲ ମାଳ ପକାଇ ଗାଁରେ ବୁଲାଇଥିଲେ। ଏନେଇ କାକଟପୁର ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି କାକଟପୁର ଥାନାକୁ ଆଣିଛି। ତଦନ୍ତ ପରେ ସମ୍ପୂର୍ଣ୍ଣ ସତ୍ୟ ପଦାକୁ ଆସିବ ବୋଲି କାକଟପୁର ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଅନ୍ୟପଟେ ଅଭିଯୁକ୍ତ ପ୍ରଶାନ୍ତ ନାଥ ଏପରି ଅମାନୁଷିକ କାର୍ଯ୍ୟ ଦୀର୍ଘଦିନ ତଳୁ କରିଆସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଶାନ୍ତ ମଧ୍ୟ ଦୁଇ ତିନି ଥର ଜେଲ ଯିବାର ନଜର ରହିଛି। ଏହା ସହ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।












Click it and Unblock the Notifications