Get Updates
Get notified of breaking news, exclusive insights, and must-see stories!

ଫାର୍ମହାଉସ୍ ପୋଖରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ନନ୍ଦନକାନନର ଏକ ଫାର୍ମ ହାଉସ ଫୋଖରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀଙ୍କ ନାଁ କାମିନୀ ପ୍ରିୟଦର୍ଶୀନି।

ଭୁବନେଶ୍ୱର: ନନ୍ଦନକାନନର ଏକ ଫାର୍ମ ହାଉସ ଫୋଖରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀଙ୍କ ନାଁ କାମିନୀ ପ୍ରିୟଦର୍ଶୀନି। ନନ୍ଦନକାନନ ନିକଟସ୍ଥ ରଘୁନାଥପୁର ଅଞ୍ଚଳରେ ତାଙ୍କ ଘର। ତାଙ୍କ ବାପା ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରେ ମେକାନିକାଲ୍‌ ପ୍ରଫେସର ଅଛନ୍ତି।ତେବେ ଛାତ୍ରୀଙ୍କ କିପରି ମୃତ୍ୟୁ ହେଲା ବର୍ତ୍ତମାନ ସୁଦ୍ଧା ଜଣାପଡିନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Bhubaneswar Dead Body

ସୂଚନା ମୁତାବକ କାମିନୀ ଗତକାଲି ରାତି ପ୍ରାୟ ୧୨ଟାରେ ନିଜ ମା'ଙ୍କ ସହ ଶୋଇଥିଲେ। ରାତି ପ୍ରାୟ ୩ଟା ବେଳକୁ ତାଙ୍କ ମା' ଉଠି ଝିଅ ଘରେ ନ ଥିବା ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକେ ଖୋଜାଖୋଜି କରିବାରୁ ଘରର କବାଟ ଓ ଗେଟ୍‌ ଖୋଲାଥିବା ଦେଖିବାକୁ ପାଇଥିଲେ। ଗେଟ୍‌ ନିକଟରେ ତାଙ୍କ ଚପଲ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଖୋଜାଖୋଜି କରିଥିଲେ। କିନ୍ତୁ ଝିଅର ସନ୍ଧାନ ପାଇ ନ ଥିଲେ।

ସେପଟେ, ଝିଅର ମୃତଦେହ ମିଳିବା ପରେ ବାପାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଝିଅ ପାଠପଢାରେ ବହୁତ ଆଗ୍ରହୀ ଥିଲା । ଜେଇଇ ଏଣ୍ଟ୍ରାନ୍ସରେ ମାର୍କ କମ୍ ଥିବାରୁ ମନଦୁଃଖରେ ଥିଲା । ରେଜଲ୍ଟ ଖରାପ ଯୋଗୁଁ ଘରେ କାନ୍ଦିଥିଲା ଝିଅ । ଯୁକ୍ତ ଦୁଇ ବିଜ୍ଞାନରେ ପଢୁଥିଲା, ୮୯% ମାର୍କ ରଖିଥିଲା । ଅଗଷ୍ଟ ପ୍ରଥମ ସପ୍ତାହରେ ବାହାରିଥିଲା ରେଜଲ୍ଟ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+