ପେଟ୍ରୋଲ, ଡିଜେଲ ଓ ଏଲପଜିର ମହଙ୍ଗା ମାଡ଼
ବଢିବାରେ ଲାଗିଛି ପେଟ୍ରୋଲ, ଡିଜେଲ ଓ ଏଲପିଜିର ଦାମ । ସପ୍ରାହ ଆରମ୍ଭରୁ ଗ୍ରାହକଙ୍କ ଉପରେ ଦାଉ ସାଧିଛି ଏହି ସବୁ ଜିନିଷର ମହଙ୍ଗା ମାଡ଼ ।
ନୂଆଦିଲ୍ଲୀ : ବଢିବାରେ ଲାଗିଛି ପେଟ୍ରୋଲ, ଡିଜେଲ ଓ ଏଲପିଜିର ଦାମ । ସପ୍ରାହ ଆରମ୍ଭରୁ ଗ୍ରାହକଙ୍କ ଉପରେ ଦାଉ ସାଧିଛି ଏହି ସବୁ ଜିନିଷର ମହଙ୍ଗା ମାଡ଼ । କ୍ରମାଗତ ଭାବେ 7 ଦିନ ଧରି ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳ ଦର ବୃଦ୍ଧି ଯୋଗୁ ଭାରତରେ ପେଟ୍ରୋଲ ଓ ଡିଜେଲ୍ ଦରରେ ବୃଦ୍ଧି ହେଉଛି ।
ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା 89 ଟଙ୍କା 86 ପଇସା ରହିଥିବା ବେଳେ ଡିଜେଲ ଲିଟର ପ୍ରତି 86 ଟଙ୍କା 63 ପଇସା ରହିଛି ।

ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 26 ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍ 29 ପଇସା ବୃଦ୍ଧି ପାଇଛି । ଫଳରେ ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ ଦର ଲିଟର ପିଛା 88 ଟଙ୍କା 99 ପଇସା ଓ ଡିଜେଲ୍ ଦର 79 ଟଙ୍କା 35 ପଇସାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ଦର 25 ପଇସା ବୃଦ୍ଧି ପାଇ 95 ଟଙ୍କା 46 ପଇସା ହୋଇଥିବା ବେଳେ ଡିଜେଲ 30 ପଇସା ବୃଦ୍ଧି ପାଇ 86 ଟଙ୍କା 34 ପଇସା ହୋଇଛି । କୋଲକାତାରେ ପେଟ୍ରୋଲ ଦର ଲିଟର ପ୍ରତି 24 ପଇସା ବୃଦ୍ଧି ପାଇ 90 ଟଙ୍କା 25 ପଇସା ଓ ଡିଜେଲ 29 ପଇସା ବୃଦ୍ଧି ପାଇ 82 ଟଙ୍କା 94 ପଇସାରେ ପହଞ୍ଚିଛି । ଚେନ୍ନାଇରେ ପେଟ୍ରୋଲ ଦର ଲିଟର ପ୍ରତି 91 ଟଙ୍କା 19 ପଇସାରେ ପହଞ୍ଚି ଥିବାବେଳେ ଡିଜେଲ ଲିଟର ପ୍ରତି 84 ଟଙ୍କା 44 ପଇସାରେ ପହଞ୍ଚିଛି ।
କିଛିଦିନ ହେବ ଲଗାତାର ଭାବ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଅନ୍ୟପକ୍ଷରେ ଏଲପିଜି ସିଲିଣ୍ଡର ପ୍ରତି ଦାମ୍ 50 ଟଙ୍କା ଯାଏଁ ବୃଦ୍ଧି ପାଇଛି । ଦରବୃଦ୍ଧି ପରେ ସବସିଡି ଯୁକ୍ତ ଗ୍ୟାସ୍ ସିଲିଣ୍ଡରର ଦାମ୍ 796 ଟଙ୍କା ହୋଇଯାଇଛି । ଏହାପୂର୍ବରୁ ମୂଲ୍ୟ 719 ଟଙ୍କା ଥିଲା । ନୂଆ ଦର ସୋମବାରଠୁ ଲାଗୁ ହେବ ।












Click it and Unblock the Notifications