ଭୁବନେଶ୍ୱର : ଗତ 24 ଘଣ୍ଟା ମଧ୍ୟରେ 986 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 572 ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 414 ଜଣ ସ୍ଥାନୀୟ ସଂକ୍ରମଣ ଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ଦେଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 112 ଜଣ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3ଲକ୍ଷ 5ହଜାର 986ରେ ପହଞ୍ଚିଛି । ରାଜ୍ୟରେ ମୋଟ 2ଲକ୍ଷ 92 ହଜାର 477 ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ ଆଉ 986 କରୋନା ଆକ୍ରାନ୍ତ ଚିହ୍ନଟ, 14 ମୃତ
ଅପରପକ୍ଷରେ ଆଜି 14 ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଭୁବନେଶ୍ୱର, ନୂଆପଡ଼ା ଏବଂ ସୁନ୍ଦରଗଡ଼ରୁ 2ଜଣ ଲେଖାଏଁ, ବାଲେଶ୍ୱର, ବରଗଡ, ଖୋର୍ଧା, କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଆଜିର ମୃତ୍ୟୁକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା 1,469 ରେ ପହଞ୍ଚିଛି ।