Farmer Protest : ଗଣତନ୍ତ୍ର ଦିବସ ହିଂସାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଜାମ୍ମୁରୁ ଗିରଫ
ଗଣତନ୍ତ୍ର ଦିବସରେ କୃଷକ ଆନ୍ଦୋଳନ ସମୟରେ ହୋଇଥିବା ଟ୍ରାକ୍ତର ରାଲିରେ ଦିଲ୍ଲୀର ଲାଲକିଲ୍ଲା ଠାରେ ହୋଇଥିବା ହିଂସା ଘଟଣାରେ ସମ୍ପୃକ୍ତ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ୍ କ୍ରାଇମ୍ ବ୍ରାଞ୍ଚ ଜାମ୍ମୁରୁ ଗିରଫ୍ କରିଛି ।
ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସରେ କୃଷକ ଆନ୍ଦୋଳନ ସମୟରେ ହୋଇଥିବା ଟ୍ରାକ୍ତର ରାଲିରେ ଦିଲ୍ଲୀର ଲାଲକିଲ୍ଲା ଠାରେ ହୋଇଥିବା ହିଂସା ଘଟଣାରେ ସମ୍ପୃକ୍ତ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ୍ କ୍ରାଇମ୍ ବ୍ରାଞ୍ଚ ଜାମ୍ମୁରୁ ଗିରଫ୍ କରିଛି । ମଙ୍ଗଳବାର ଏହି ବିଷୟରେ ସୂଚନା ଦେଇ ଦିଲ୍ଲୀ ପୋଲିସ କହିଛି, ଗିରଫ୍ ଅଭିଯୁକ୍ତଙ୍କ ମଧ୍ୟରୁ ମୋହିନ୍ଦର ସିଂ 'ଜାମ୍ମୁ କାଶ୍ମୀର ୟୁନାଇଟେଡ୍ କିସାନ୍ ଫ୍ରଣ୍ଟ'ର ଅଧ୍ୟକ୍ଷ ଯିଏ ଲାଲକିଲ୍ଲା ହିଂସା ମାମଲାରେ ଜାମ୍ମୁରୁ ଗିରଫ ହୋଇଛି । ଅନ୍ୟ ଅଭିଯୁକ୍ତଙ୍କ ନାମ ମନଦୀପ ସିଂ ଏବଂ ସେ ଜାମ୍ମୁର ଗୋଲ ଗୁଜରାଲ ଅଞ୍ଚଳର ବାସିନ୍ଦା । ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁଙ୍କ ସମେତ ଅନେକ ଲୋକଙ୍କୁ ଗିରଫ କରିଛି ।

ଦିଲ୍ଲୀ ପୋଲିସ ସୂତ୍ରରୁ ଜଣାପଡିଛି ଯେ ଗିରଫ ଉଭୟ ଅଭିଯୁକ୍ତ ମୁଖ୍ୟତଃ ଲାଲକିଲ୍ଲା ହିଂସା ଷଡଯନ୍ତ୍ରରେ ସକ୍ରିୟ ଥିଲେ । ବର୍ତ୍ତମାନ ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି । ଉଲ୍ଲେଖନୀୟ କଥା ହେଉଛି, 26 ଜାନୁଆରୀରେ କୃଷକମାନେ କୃଷି ନିୟମ ବିରୁଦ୍ଧରେ ଦିଲ୍ଲୀରେ ଏକ ଟ୍ରାକ୍ଟର ରାଲି କରିଥିଲେ । ଏହି ସମୟରେ କେତେକ ଆନ୍ଦୋଳନକାରୀ ଲାଲକିଲ୍ଲାରେ ପହଞ୍ଚି ସେଠାରେ ଧାର୍ମିକ ପତାକା ଉତ୍ତୋଳନ କରିଥିଲେ । କିଛି ଲୋକ ମଧ୍ୟ ଖଣ୍ଡା ବୁଲାଉଥିବାର ଦେଖାଯାଇଥିଲା । ଏହା ପରେ ଦିଲ୍ଲୀ ପୋଲିସ ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜୀକୃତ କରି ଅନେକ ଲୋକଙ୍କୁ ଗିରଫ କରିଛି ।
ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ହୋଇଛି ଗିରଫ
ଏହାପୂର୍ବରୁ ସୋମବାର ଦିନ ଦିଲ୍ଲୀ ପୋଲିସ ଲାଲକିଲ୍ଲାରେ ହୋଇଥିବା ହିଂସା ସମୟରେ ଲାଲକିଲ୍ଲା ଉପରେ ଚଢିଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ମାମଲାରେ ପଞ୍ଜାବୀ ଚଳଚ୍ଚିତ୍ର ଅଭିନେତା ଦୀପ ସିଦ୍ଧୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ, ଯାହାକୁ ପୋଲିସ ପୂର୍ବରୁ ଗିରଫ କରିସାରିଛି । ଆପଣଙ୍କୁ କହିରଖୁଛୁ ଯେ ହରିୟାଣା, ପଞ୍ଜାବ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟର କୃଷକମାନେ ଗତ 2 ମାସରୁ ଅଧିକ ସମୟ ଧରି କେନ୍ଦ୍ର ସରକାରଙ୍କ କୃଷି ନିୟମ ବିରୁଦ୍ଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରିଆସୁଛନ୍ତି । କେନ୍ଦ୍ର ସରକାର ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ କୃଷକମାନେ ଦାବି କରୁଛନ୍ତି ।












Click it and Unblock the Notifications