ଅଫିସ୍ ଆସିବେ ସମସ୍ତ ସରକାରୀ କର୍ମଚାରୀ : କେନ୍ଦ୍ର ସରକାର

ସବୁ କର୍ମଚାରୀ ଅଫିସରେ ଉପସ୍ଥିତ ରହିବା ବାଧ୍ୟତାମୂଳକ ନେଇ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି । ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇଥିବାରୁ ବର୍ତ୍ତମାନ କଟକଣାରେ କୋହଳ କରାଯାଇଥିବା କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ନୂଆଦିଲ୍ଲୀ : କେନ୍ଦ୍ର କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶନାମା । ସବୁ କର୍ମଚାରୀ ଅଫିସରେ ଉପସ୍ଥିତ ରହିବା ବାଧ୍ୟତାମୂଳକ ନେଇ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି । ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇଥିବାରୁ ବର୍ତ୍ତମାନ କଟକଣାରେ କୋହଳ କରାଯାଇଥିବା ନେଇ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କେବଳ କଣ୍ଟେନମେଣ୍ଟ ଜୋନର କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶନାମାରେ କୋହଳ ରହିବ । ପୂର୍ବରୁ କେବଳ ସଚିବ ଓ ଉପର ପାହ୍ୟା ଅଧିକାରୀ ଗତ ମାର୍ଚ୍ଚ ମାସରୁ ଲାଗୁ ହୋଇଥିବା କରୋନା କଟକଣା ମଧ୍ୟରେ ସବୁଦିନ ଅଫିସ୍ ଆସୁଥିଲେ ।

Govt-Office

କେନ୍ଦ୍ର ସରକାର ଗତ ମେ'ମାସରୁ ଉପ ସଚିବ ଓ ତଳ ପାହ୍ୟାର 50 ପ୍ରତିଶତ ଅଧିକାରୀଙ୍କୁ ନେଇ କାର୍ଯ୍ୟାଳୟ ଚାଲିବା ନେଇ ନିର୍ଦ୍ଦେଶ ଦେଇଥିଲେ । କରୋନା ଭୂତାଣୁର ପ୍ରକୋପକୁ ଦୃଷ୍ଟିରେ ରଖି କାର୍ଯ୍ୟାଳୟରେ ଭିନ୍ନ ଭିନ୍ନ ସମୟ ଧାର୍ଯ୍ୟ କରାଯାଇଥିଲା ।

କେନ୍ଦ୍ର ସରକାର ଏହି ନିର୍ଦ୍ଦେଶନାମାରେ କହିଛନ୍ତି, ସମସ୍ତ ସରକାରୀ କର୍ମଚାରୀ ସବୁ କାର୍ଯ୍ୟ ଦିବସରେ ଅଫିସ୍ ଆସିବେ । କୌଣସି ଶ୍ରେଣୀର କର୍ମଚାରୀଙ୍କ ପାଇଁ ନିୟମ କୋହଳ ହେବ ନାହିଁ । ତେବେ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାୟୋମେଟ୍ରିକ୍ ତଥା ଫିଙ୍ଗର ପ୍ରିଣ୍ଟ ଉପସ୍ଥାନ ବନ୍ଦ ରହିବ ।

ଯେଉଁ ଅଧିକାରୀ ଓ କର୍ମଚାରୀ କଣ୍ଟେନମେଣ୍ଟ ଜୋନରେ ରହୁଛନ୍ତି ସେମାନେ ଘରୁ କାମ କରିବେ । ଫୋନରେ ସେମାନେ ଅଫିସ କଥା ବୁଝିବେ । ବୈଠକ ମଧ୍ୟ ଭିଡିଓ କନଫରେନ୍ସିରେ ଚାଲିବ । ଏଥିସହ ସମସ୍ତ ବିଭାଗୀୟ କ୍ୟାଣ୍ଟିନ୍ ଖୋଲା ରହିବ ବୋଲି ନିର୍ଦ୍ଦେଶ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+