କରୋନା କାଳରେ ନିଯୁକ୍ତି ହେବେ 786 ଡାକ୍ତର

କୋଭିଡ ମହାମାରୀ ସମୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିହାତି ଜରୁରୀ ଥିବା ବେଳେ ରାଜ୍ୟରେ ନିଯୁକ୍ତି ପାଇବେ 786 ଡାକ୍ତର । ଏନେଇ ରାଜ୍ୟ ସରକାରଙ୍କୁ ନାଁ ସୁପାରିଶ କରିଛି ଓଡିଶା ଲୋକସେବା ଆୟୋଗ ।

ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିହାତି ଜରୁରୀ ଥିବା ବେଳେ ରାଜ୍ୟରେ ନିଯୁକ୍ତି ପାଇବେ 786 ଡାକ୍ତର । ଏନେଇ ରାଜ୍ୟ ସରକାରଙ୍କୁ ନାଁ ସୁପାରିଶ କରିଛି ଓଡିଶା ଲୋକସେବା ଆୟୋଗ । ପରୀକ୍ଷାର 15 ଦିନ ମଧ୍ୟରେ ଫଳ ପ୍ରକାଶ କରିଛି OPSC । କରୋନା ସଙ୍କଟ ଯୋଗୁଁ ଡାକ୍ତର ପଦବୀ ପାଇଁ ତୁରନ୍ତ ନିଯୁକ୍ତି ପରୀକ୍ଷା କରିବାକୁ ପ୍ରସ୍ତାବ ଦେଇଥିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗତ 28 ତାରିଖରେ OPSC ପକ୍ଷରୁ କରାଯାଇଥିବା ପରୀକ୍ଷାରେ 1491 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

doctor

ପରୀକ୍ଷା ହେବାର ମାତ୍ର 15 ଦିନ ମଧ୍ୟରେ ଫଳ ପ୍ରକାଶ କରି ପରୀକ୍ଷା ପଦ୍ଧତିରେ ଅଣାଯାଇଥିବା ସଂସ୍କାରମୂଳକ ପଦକ୍ଷେପର ନମୂନା ପ୍ରଦର୍ଶନ କରିଛି ଓଡ଼ିଶା ଲୋକସେବା ଆୟୋଗ । ଅନଲାଇନ ଯୋଗେ ହୋଇଥିବା ଏହି ପରୀକ୍ଷା ପଦ୍ଧତିକୁ ତ୍ରୁଟିଶୂନ୍ୟ ଓ କମ୍ ସମୟ ସାପେକ୍ଷରେ କରିପାରିଛି OPSC । ଚୂଡ଼ାନ୍ତ ଫଳ OPSC ଓ୍ବେବସାଇଟ୍ opsc.gov.inରେ ପରୀକ୍ଷାର୍ଥୀମାନେ ଦେଖିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+