ରେଭେନ୍ସାରେ କରୋନା କୋପ: ବନ୍ଦ ହେଲା ସମସ୍ତ ପରୀକ୍ଷା, ପୁଣି ଅନଲାଇନରେ ହେବ କ୍ଲାସ
ବିଶ୍ୱବିଦ୍ୟାଳୟରୁ କରୋନା ପଜିଟିଭ୍ ଚିହ୍ନଟ ପରେ କର୍ତ୍ତୃପକ୍ଷଙ୍କ ପଦକ୍ଷେପ । ସ୍ଥିତି ସ୍ୱାଭାବିକ ନହେବା ଯାଏଁ ରେଭେନ୍ସାର ସବୁ ପରୀକ୍ଷା ବାତିଲ କରାଯାଇଛି। ଏନେଇ ନିଷ୍ପତ୍ତି ନେଇଛନ୍ତି ରେଭେନ୍ସ ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱରେ ଥିବା ଅପରାଜିତା ଚୌଧୁରୀ।
ଭୁବନେଶ୍ବର: ରେଭେନ୍ସାରେ କରୋନା କୋପ । ବାତିଲ ହେଲା ରେଭେନ୍ସାର ସମସ୍ତ ପରୀକ୍ଷା । ବିଶ୍ୱବିଦ୍ୟାଳୟରୁ କରୋନା ପଜିଟିଭ୍ ଚିହ୍ନଟ ପରେ କର୍ତ୍ତୃପକ୍ଷଙ୍କ ପଦକ୍ଷେପ । ସ୍ଥିତି ସ୍ୱାଭାବିକ ନହେବା ଯାଏଁ ରେଭେନ୍ସାର ସବୁ ପରୀକ୍ଷା ବାତିଲ କରାଯାଇଛି। ଏନେଇ ନିଷ୍ପତ୍ତି ନେଇଛନ୍ତି ରେଭେନ୍ସ ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱରେ ଥିବା ଅପରାଜିତା ଚୌଧୁରୀ।

ସେପଟେ ଆଜିଠୁ ଅଫଲାଇନ୍ ଶିକ୍ଷାଦାନ ବନ୍ଦ ଓ ଅନଲାଇନ ଶିକ୍ଷାଦାନ ପାଇଁ ବ୍ୟବସ୍ଥା ହୋଇଛି । କ୍ୟାମ୍ପସ ଭିତରକୁ ବାହାର ବ୍ୟକ୍ତିଙ୍କ ପ୍ରବେଶ ମନା । କୁଳପତି ଅପରାଜିତା ଚୌଧୁରୀ କହିଛନ୍ତି, ବର୍ତ୍ତମାନ ୧୪ ଦିନ ପାଇଁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଯଦି ଏହି ୧୪ ଦିନ ଭିତରେ କାହା ଭିତରେ କୌଣସି ସଂକ୍ରମଣ ଦେଖା ଦେବ, ତାହେଲେ ଏହା ଉପରେ ନିଷ୍ପତ୍ତି ନିଆଯିବ। ମହାନଦୀ ହଷ୍ଟେଲର ଯେଉଁ ଛାତ୍ରୀଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି, ତାଙ୍କୁ ତାଙ୍କ ବାପା ମା' ଘରକୁ ନେଇ ଯାଇଛନ୍ତି।
ବର୍ତ୍ତମାନ ପୁଣିଥରେ କରୋନା ପରିସ୍ଥିତି ଉପୁଜି ଥିବାରୁ କରୋନା ଗାଇଡଲାଇନକୁ ଏବେ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଏବେ କ୍ୟାମ୍ପସ ଭିତରକୁ କୌଣସି ବାହାରର କୌଣସି ଲୋକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ କଟକଣା ଜାରି କରାଯାଇଛି। ତେବେ ବିଶ୍ଵବିଦ୍ୟାଳୟକୁ ବନ୍ଦ କରିବା ପାଇଁ ଏବେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ତେଣୁ କରୋନାକୁ ନେଇ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ସତର୍କ ଦୃଷ୍ଟି ରଖାଯାଇଛି ବୋଲି କହିଛନ୍ତି ଅପରାଜିତା ଚୌଧୁରୀ।
ସୂଚନାଥାଉ କି, ରେଭେନ୍ସା ବିଶ୍ବବିଦ୍ୟାଳୟରୁ ପୂର୍ବରୁ ୨ ଜଣ ସଂକ୍ରମିତି ଚିହ୍ନଟ ହୋଇଥିଲେ। ଆଜି ଜଣେ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରେଭେନ୍ସାରେ ମୋଟ କରୋନା ସଂକ୍ରମଣ ୩କୁ ବୃଦ୍ଧି ହୋଇଛି ।












Click it and Unblock the Notifications