Advertisement

କାର ଭିତରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା: ମହିଳାଙ୍କ ସ୍କେଚ୍ ଜାରି କଲା କମିଶନରେଟ ପୋଲିସ


ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଜାଆଁଳା ଫାଣ୍ଡି ପରିସରରେ ଥିବା କାର୍‌ ଭିତରୁ ମହିଳାଙ୍କ ଗଳିତ ମୃତଦେହ ମିଳିବା ଘଟଣା । ମହିଳାଙ୍କ ସ୍କେଚ୍ ଜାରି କଲା କମିଶନରେଟ ପୋଲିସ । ବେଙ୍ଗାଲୁରୁର ଏକ ଫୋରେନସିକ୍‌ ଲ୍ୟାବ ମହିଳାଙ୍କ ଏହି ସ୍କେଚ୍‌ ଆଙ୍କିଛି । ମହିଳାଙ୍କ ପରିଚୟ ପାଇଁ ବିଭିନ୍ନ ସ୍ଥାନରେ ଏହି ସ୍କେଚ୍‌ ଲଗାଯିବ ବୋଲି ଡିସିପି ଉମାଶଙ୍କର ଦାସଙ୍କ ସୂଚନା ଦେଇଛନ୍ତି ।

Advertisement
Advertisement

ଡିସିପି କହିଛନ୍ତି, ମୃତ ମହିଳାଙ୍କ ବୟସ ୩୫ରୁ ୪୫ ବର୍ଷ ହେବ ବୋଲି ଡାକ୍ତର ଆକଳନ କରିଥିଲେ। ମହିଳାଙ୍କ ଉଚ୍ଚତା ୧୬୪ ସେମି ହେବ। ସେ ଯକ୍ଷ୍ମାରେ ଆକ୍ରାନ୍ତ ହୋଇଥିଲେ। ଫେବ୍ରୁଆରୀ ୧୨ ତାରିଖରେ ମୃତଦେହ କଙ୍କାଳ ଠାବ କରାଯାଇଥିଲା। ଡାକ୍ତରଙ୍କ କହିବାନୁସାରେ ଠାବ ହେବାର ୩ରୁ ୬ ମାସ ପୂର୍ବରୁ ମହିଳାଙ୍କ ମୃତ୍ୟୁ ହୋଇଥିଲା। ସେପ୍ଟେମ୍ୱରରୁ ଡିସେମ୍ବର ମଧ୍ୟରେ ହୁଏତ ମହିଳାଙ୍କ ମୃତ୍ୟୁ ହୋଇଥାଇପାରେ। ସେତେବେଳେ କେହି ମହିଳା ନିଖୋଜ ଥିଲେ ଆମକୁ ଜଣାଇ ପାରିବାକୁ ଡିସିପି କହିଛନ୍ତି।

ଜାଆଁଳା ଫାଣ୍ଡି ପରିସରରେ ଥିବା କାରରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ ଚଳାଇଛି ଛାନଭିନ୍‌ । ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିନଥିବାରୁ ଏହା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ତେଣୁ ପୋଲିସ ପ୍ରଥମେ ମହିଳାଙ୍କ ପରିଚୟ ଜାଣିବା ପାଇଁ ମହିଳାଙ୍କ ସ୍କେଲିଟନ୍‌ ମାଧ୍ୟମରେ ତାଙ୍କ ସ୍କେଚ୍‌ ତିଆରି କରିବାକୁ ଚେଷ୍ଟା କରିଥିଲା ।

English Summary

Woman's skeleton found in car: Sketch of woman released by Commissionerate Police
Have a great day!
Read more...