ଓଡ଼ିଶାରେ ପହଞ୍ଚିଲା ଗ୍ୟାଙ୍ଗଷ୍ଟର ହାଇଦର, କଡ଼ା ସୁରକ୍ଷା ଭିତରେ ତେଲେଙ୍ଗାନାରୁ ଆସିଲା ଭୁବନେଶ୍ବର


ଭୁବନେଶ୍ୱର: ଏସସିବିରୁ ଫେରାର ଗ୍ୟାଙ୍ଗଷ୍ଟର ହାଇଦର ଆଜି ଓଡ଼ିଶା ଫେରିଲା। ବିମାନରେ ତେଲେଙ୍ଗାନାରୁ ଓଡ଼ିଶା ଆଣିଲା କମିଶନରେଟ ପୋଲିସ୍‌। ଭୁବନେଶ୍ୱର ବିମାନବନ୍ଦରରେ ହାଇଦରର କରୋନା ଟେଷ୍ଟ କରାଗଲା। ଏହାପରେ ହାଇଦରକୁ କୋର୍ଟରେ କରାଯିବ ହାଜର କରାଯିବ ।

Advertisement
Advertisement

ହାଇଦର ଫେରାର ପଛରେ କାହାର ହାତ ଥିଲା ସେନେଇ ଜେରା କରିବ ପୋଲିସ । ତେଲେଙ୍ଗାନା ସାଙ୍ଗାରେଡ୍ଡିରୁ ଗତକାଲି ଗିରଫ ହୋଇଥିଲା ଗାଙ୍ଗଷ୍ଟର ହାଇଦର । ଗତକାଲି କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟରେ ସୂଚନା ଦେଇଥିଲେ । ହାଇଦରକୁ ତେଲଙ୍ଗାନାରୁ କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ଧରିଛି ।

କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ତେଲଙ୍ଗାନା ପୋଲିସ ସହଯୋଗରେ ସାଙ୍ଗାରେଡ୍ଡୀ ଜିଲ୍ଲାରୁ ହାଇଦରକୁ ଧରିଥିଲା । ଶେଖ୍ ହାଇଦର ୧୬ ବର୍ଷ ଧରି ଜେଲରେ ଥିଲା । ଚିକିତ୍ସା ବାହାନାରେ ୨୩ ମାର୍ଚ୍ଚରେ ହାଇଦର କଟକ ଏସସିବିରେ ଭର୍ତ୍ତି ହୋଇଥିଲା । ଏପ୍ରିଲ୍ ୧୦ ତାରିଖ ୪ଟା ୩୦ ପାଖାପାଖି ହାଇଦର ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିଲା । ହାଇଦରକୁ ଧରିବା ପାଇଁ ୬ଟି ଟିମ୍ ଗଠନ କରାଯାଇଥିଲା ।

Read more about:

Have a great day!
Read more...

English Summary

gangster haider escaped: Commissionerate Police bring haider from Telengana to Odisha