ରାଜଧାନୀରେ ମା'ର ଚରମ ପଦକ୍ଷେପ : ତିନି ଛୁଆଙ୍କୁ ବିଷ ଦେଇ ନିଜେ କଲା ଆତ୍ମହତ୍ୟା ଉଦ୍ୟମ


ଭୁବନେଶ୍ୱର : ତିନି ଶିଶୁଙ୍କୁ ବିଷ ଦେଇ ଆତ୍ମହତ୍ୟା ଉଦ୍ୟମ କରିଛି ମା । ରାଜଧାନୀର ଏହି ଛାତିଥରା ଘଟଣା ଘଟିଛି ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ନିକଟ ଗାଁରେ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସାଢ଼େ ଚାରି ବର୍ଷର ଓ ତିନି ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଦେଢ ବର୍ଷର ଶିଶୁ କନ୍ୟା ଏବେ ବି ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛି ।

Advertisement
Advertisement

ଗୁରୁତର ଅବସ୍ଥାରେ ମା ରାଜନୀକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମୃତ ପୁଅ ଦୁଇ ଜଣଙ୍କ ନାମ ହଉଛି ବିଜୁ ଓ ରାଜୁ। ଜଣଙ୍କର ବୟସ 4 ବର୍ଷ ଆଉ ଜଣଙ୍କର ବୟସ 3 ବର୍ଷ । ମିଳିଥିବା ସୂଚନା ଅନୁସାରେ ଉକ୍ତ ଗାଁରେ ଦିଅରଙ୍କ ସହ ଏହି ମହିଳା ଜଣଙ୍କ ରହୁଥିଲେ । ରଜନୀଙ୍କ ସ୍ୱାମୀଙ୍କର ପୂର୍ବରୁ ମୃତ୍ୟୁ ହୋଇ ସାରିଛି । ଆଜି ଦିଅର କାମକୁ ଯାଇଥିବା ବେଳେ ଏପରି ଚରମ ପଦକ୍ଷେପ ନେଇଥିଲେ ରଜନୀ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Read more about:

Have a great day!
Read more...

English Summary

Bhubaneswar Mother Attempted Suicide by Poisoning Three Children