ଟୋକିଓ ଅଲିମ୍ପିକ୍ସରେ ଅଜବ ଦୃଶ୍ୟ: ପ୍ରତିଦ୍ୱନ୍ଦ୍ୱୀଙ୍କ କାନ କାମୁଡାକୁ ଉଦ୍ୟମ କଲେ ମରର୍କୋ ବକ୍ସର
ମରର୍କୋ ବକ୍ସର ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ବକ୍ସିଂ ରିଙ୍ଗରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ମରର୍କୋ ବକ୍ସର ୟୁନୁସ ବଲ୍ଲା ଏବଂ ନ୍ୟୁଜିଲାଣ୍ଡର ଡେଭିଡ ନ୍ୟାକା 91 କିଲୋଗ୍ରାମ ଓଜନ ବର୍ଗ (ହେଭିୱେଟ୍) ରେ ତୃତୀୟ ରାଉଣ୍ଡରେ ଭାଗ ନେଇଥିଲେ। ଏହି ସମୟରେ ବଲ୍ଲା ଡେଭି
ଟୋକିଓ: ବକ୍ସିଂ ପଞ୍ଚରେ କାମ ଚଳିଲାନି ଯେ ଶେଷରେ ପ୍ରତିଦ୍ୱନ୍ଦ୍ୱୀଙ୍କ କାନ କାମୁଡାକୁ ଉଦ୍ୟମ କଲେ ମରର୍କୋ ବକ୍ସର । ଯାହା କି ଖେଳୁଆଡ୍ ମନୋଭାବର ସୀମା ଅତିକ୍ରମ କରିଛି । ଆଜିର ବକ୍ସିଂ ମ୍ୟାଚ୍ ଜିତିବା ପାଇଁ ମୁହଁରେ ପିଚ୍ କରିବାର ନିୟମକୁ ଅତିକ୍ରମ କରି ମରର୍କୋ ବକ୍ସର ପ୍ରତିପକ୍ଷଙ୍କ କାନ କାଟିବାକୁ ଚେଷ୍ଟା କରିଥିଲେ । ମାତ୍ରା ଏଥିରେ ସେ ସଫଳତା ପାଇଲେ ନାହିଁ । କାରଣ ପାଟିରେ ମାଉଥ ଗାର୍ଡ ଲାଗିଥିବା ଯୋଗୁ ସେ ସପରି କିଛି କରିପାରିନଥିଲେ। ଆଉ ମ୍ୟାଚ ହାରିବା ପରେ ଅଲିମ୍ପିକ୍ସରୁ ବାଦ୍ ପଡିଥିଲେ ।

ମରର୍କୋ ବକ୍ସର ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ବକ୍ସିଂ ରିଙ୍ଗରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ମରର୍କୋ ବକ୍ସର ୟୁନୁସ ବଲ୍ଲା ଏବଂ ନ୍ୟୁଜିଲାଣ୍ଡର ଡେଭିଡ ନ୍ୟାକା 91 କିଲୋଗ୍ରାମ ଓଜନ ବର୍ଗ (ହେଭିୱେଟ୍) ରେ ତୃତୀୟ ରାଉଣ୍ଡରେ ଭାଗ ନେଇଥିଲେ। ଏହି ସମୟରେ ବଲ୍ଲା ଡେଭିଡ ନ୍ୟାକାଙ୍କ କାନ କାମୁଡ଼ିବାକୁ ଚେଷ୍ଟା କରିଥିଲା। ତେବେ ଏହି ଘଟଣା ରେଫରିଙ୍କ ଦୃଷ୍ଟିରୁ ଗୋଚର ହୋଇପାରି ନଥିଲା । ଏଥିପାଇଁ ତାଙ୍କୁ କୌଣସି ପେନାଲ୍ଟି ମିଳି ନଥିଲା । କିନ୍ତୁ ଏହା କ୍ୟାମେରାରେ କଏଦ ହୋଇଥିଲା ଏବଂ ମ୍ୟାଚ୍ ପରେ ନ୍ୟାକା ନିଜେ ଏହି ଘଟଣା ବିଷୟରେ କହିଥିଲେ।
Morocco’s Youness Baalla tried to bite the ear of New Zealand’s David Nyika!!! #Boxing #Tokyo2020 pic.twitter.com/N6LJIqjb6S
— Ben Damon (@ben_damon) July 27, 2021
ମାଇକ୍ ଟାଇସନ୍-ହୋଲିଫିଲ୍ଡ ମ୍ୟାଚର ସ୍ମୃତି ତାଜା ହୋଇଗଲା
ବାଲ୍ଲାଙ୍କ ଏହି ପ୍ରୟାସ ତାଙ୍କ ପାଇଁ କୌଣସି କ୍ଷତି କରି ନଥିଲା । କିନ୍ତୁ ଏଥିରୁ କେହି ଲାଭ ପାଇ ପାରିନଥିଲେ। ତିନି ରାଉଣ୍ଡ ମ୍ୟାଚ୍ ପରେ ସେମାନେ ପାଞ୍ଚ ଜଣ ବିଚାରପତିଙ୍କ ଏକପାଖିଆ ନିଷ୍ପତ୍ତିରେ 5-0ରେ ହାରିଗଲେ ଏବଂ ନ୍ୟାକା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଥିଲେ। ଅବଶ୍ୟ ଏହି ଘଟଣା 24 ବର୍ଷର ପ୍ରସିଦ୍ଧ ଘଟଣାକୁ ମନେ ପକାଇ ଦେଲା, ଯେତେବେଳେ କି କିମ୍ବଦନ୍ତୀ ଆମେରିକୀୟ ବକ୍ସର ମାଇକ ଟାଇସନ 1997 ରେ ଦୁଇଥର ଇଭାଣ୍ଡର ହୋଲିଫିଲ୍ଡଙ୍କ କାନକୁ କାମୁଡିଥିଲେ। ଟାଇସନ୍ ତାଙ୍କ କାର୍ଯ୍ୟ କରିବାରେ ସଫଳ ହୋଇଥିଲେ ଏବଂ ହୋଲିଫିଲ୍ଡର କାନ ନଷ୍ଟ ହୋଇଯାଇଥିଲା ।












Click it and Unblock the Notifications