ଟୋକିଓ ଅଲିମ୍ପିକ୍ସ: ଜାଣନ୍ତୁ, ମଙ୍ଗଳବାର କେମିତି ଥିଲା ଭାରତର ପ୍ରଦର୍ଶନ ?

ଅଲିମ୍ପିକ୍ସ ଆରମ୍ଭରୁ ଭାରତୀୟ ଆଥଲେଟ୍ସଙ୍କ ଫ୍ଲପ୍ ସୋ ଅବ୍ୟାହତ ରହିଛି। ଆଉ ଏକ ଦିନ ଆଉ ଏକ ନିରାଶାଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ଜୁଲାଇ 27 ରେ ଭାରତ ପାଇଁ ଶୁଟିଂରେ ବହୁତ ଆଶା ଥିଲା, କିନ୍ତୁ କୌଣସି ଫଳାଫଳ ମିଳିପାରିଲା ନାହିଁ ।

ଟୋକିଓ: ଅଲିମ୍ପିକ୍ସ ଆରମ୍ଭରୁ ଭାରତୀୟ ଆଥଲେଟ୍ସଙ୍କ ଫ୍ଲପ୍ ସୋ ଅବ୍ୟାହତ ରହିଛି। ଆଉ ଏକ ଦିନ ଆଉ ଏକ ନିରାଶାଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ଜୁଲାଇ 27 ରେ ଭାରତ ପାଇଁ ଶୁଟିଂରେ ବହୁତ ଆଶା ଥିଲା, କିନ୍ତୁ କୌଣସି ଫଳାଫଳ ମିଳିପାରିଲା ନାହିଁ । ଯେତେବେଳେ ମନୁ ଭାକର ଏବଂ ସୌରଭ ଚୌଧୁରୀଙ୍କ ହାଇ ପ୍ରୋଫାଇଲ୍ ଯୋଡି 10 ମିଟର ଏୟାର ପିସ୍ତଲର ମିଶ୍ରିତ ଇଭେଣ୍ଟରେ ପ୍ରବେଶ କଲେ, ସେତେବେଳେ କୋଟି କୋଟି ଦେଶବାସୀ ଆଶା କରିଥିଲେ ଯେ ଆଜି ଭାରତ ହାତରେ ସ୍ୱର୍ଣ୍ଣ ପଦକ ଆସିପାରେ, କିନ୍ତୁ ଏହି ହାଇପେଡ୍ ସୁଟର କ୍ୱାଲିଫାଇଂ ରାଉଣ୍ଡ ବି ସଂପୂର୍ଣ୍ଣ କରିପାରିଲେ ନାହିଁ ।

Tokyo Olympics 2021

ମିଶ୍ରିତ ଇଭେଣ୍ଟରେ ଅନ୍ୟ ଯୋଡିମାନଙ୍କ ପାଇଁ ସମାନ ପରିସ୍ଥିତି ଘଟିଥିଲା। ପ୍ରଶଂସକମାନେ ଟେବୁଲ୍ ଟେନିସ୍ ଏବଂ ବ୍ୟାଡମିଣ୍ଟନରେ ମଧ୍ୟ କିଛି ଆଶା ରଖିଥିଲେ କିନ୍ତୁ ଏଠାରେ ମଧ୍ୟ କିଛି ହାସଲ ହୋଇପାରିଲା ନାହିଁ । ମାତ୍ରା ହକିରେ ପୁରୁଷ ଦଳ ଏକ ବିଜୟ ନୋଟରେ ଦିନ ଆରମ୍ଭ କରିଥିଲେ । ତେବେ ଭାରତ ସ୍ପେନକୁ ପରାସ୍ତ କରିଥିଲେ ବି ଉକ୍ତ ଦଳଠାରୁ ମାନ୍ୟତାରେ ତଳେ ହିଁ ରହିଛି ।

ଜୁଲାଇ 27 ରେ ମହିଳା ୱେଲଟର କ୍ୱାର୍ଟର ଫାଇନାଲରେ ଲଭଲିନା ପୂର୍ବତନ ବିଶ୍ୱ ଚାମ୍ପିଅନ୍ ତଥା ଚତୁର୍ଥ ସିଡ୍ ଚେନ୍ ନିଏନ୍-ଚେନଙ୍କୁ ଭେଟିବେ। ଟୋକିଓ 2020 ରେ ଚତୁର୍ଥ ଦିନରେ ଭାରତୀୟ ଆଥଲେଟ୍ସ ଦେଇଥିବା ଫଳାଫଳଗୁଡିକ ନିମ୍ନଲିଖିତ-

  • ବକ୍ସିଂ: ଲଭଲିନା ବୋର୍ଗୋହେନ୍ ଜର୍ମାନୀର ନାଡାଇନ୍ ଆପେଟଜଙ୍କ ଉପରେ ବିଜୟ ପାଇଛନ୍ତି । ଏହି 23 ବର୍ଷୀୟା ପଦକଠାରୁ ଗୋଟିଏ ବିଜୟ ଦୂରରେ ରହିଛନ୍ତି ।
  • ହକି: ଅଷ୍ଟ୍ରେଲିଆଠୁ ହାରିବା ପରେ ଭାରତର ପୁରୁଷ ଦଳ ଆଜି ସ୍ପେନକୁ 3-0ରେ ପରାସ୍ତ କରିଛନ୍ତି। ଭାରତର ପରବର୍ତ୍ତୀ ମ୍ୟାଚ୍ 29 ଜୁଲାଇରେ ଆର୍ଜେଣ୍ଟିନା ବିପକ୍ଷରେ ରହିଛି ।
  • ଶୁଟିଂ: ମନୁ ଭାକର-ସୌରଭ ଚୌଧରୀ ଏବଂ ଅଭିଷେକ ବର୍ମା-ଯଶସ୍ୱିନୀ ଦେଶୱାଲ 10 ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ପଦକ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ। ଦିବ୍ୟ ପାନୱାର-ଏଲେଭେନିଲ ଭାଲାରିଭାନ ଏବଂ ଅଞ୍ଜୁମ ମୌଗିଲ-ଦୀପକ କୁମାର 10 ମିଟର ଏୟାର ରାଇଫଲ ମିଶ୍ରିତ ଦଳ ଇଭେଣ୍ଟ ଫାଇନାଲରେ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ।
  • ଟେବୁଲ୍ ଟେନିସ୍: ପୂର୍ବତନ ଅଲିମ୍ପିକ୍ ଚାମ୍ପିଅନ ଚୀନର ମା ଲଙ୍ଗଙ୍କ ଠାରୁ 4-1 ଗୋଲରେ ପରାସ୍ତ ହେବା ପରେ ଶରଥ କମଲଙ୍କ ଟୋକିଓ ଅଲମ୍ପିକ୍ସ ଯାତ୍ରା ଶେଷ ହୋଇଛି ।
  • ବ୍ୟାଡମିଣ୍ଟନ: ସ୍ୱାସ୍ତିକସାଇରାଜ ରଙ୍କିରେଡୀ ଏବଂ ଚିରାଗ ସେଟୀଙ୍କ ଯୋଡି ଗ୍ରେଟ ବ୍ରିଟେନର ବେନ ଲେନ ଏବଂ ସଚିନ ୱେଣ୍ଡିଙ୍କ ଠାରୁ ସିଧାସଳଖ ସେଟରେ ପରାଜୟ ପାଇକ୍ୱାର୍ଟର ଫାଇନାଲ ରେସରୁ ବାଦ୍ ପଡିଛନ୍ତି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+