Get Updates
Get notified of breaking news, exclusive insights, and must-see stories!

କେତେ ସଫଳ କ୍ୟାପଟେନ୍ କୋହଲି ?

କେତେ ସଫଳ କ୍ୟାପଟେନ୍ କୋହଲି ? ଦଳକୁ ସଫଳତା ଦେବାରେ କେତେ ସଫଳ ବିଶ୍ବର ଏହି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ?

Virat Kohli Captainship Record: କେତେ ସଫଳ କ୍ୟାପଟେନ୍ କୋହଲି ? ଦଳକୁ ସଫଳତା ଦେବାରେ କେତେ ସଫଳ ବିଶ୍ବର ଏହି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ? ତେବେ ଏହା କେବଳ ଏକ ପରିସଂଖ୍ୟାନ ଭିତ୍ତିକ ପ୍ରଶ୍ନ ନୁହେଁ । କୋହିଲଙ୍କ ଅଧିନାୟକତ୍ବକୁ ନେଇ ମଧ୍ୟ ଅନେକ କ୍ରିକେଟ୍ ପ୍ରେମୀଙ୍କ ଭାବପ୍ରବଣତା ଯୋଡି ହୋଇଥାଏ ଭାରତୀୟ ଦଳ ସହିତ ।

Virat Kohli Captainship

ତେବେ ଚଳିତ ଶତାବ୍ଦୀରେ ଅନେକ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଭାରତୀୟ ଦଳର ଅଧିନାୟକ ଭାବେ ଦାୟିତ୍ୱ ନିଭାଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ଅନିଲ କୁମ୍ବଲେ, ଏମଏସ ଧୋନି ଏବଂ ବର୍ତ୍ତମାନ ଅଧିନାୟକ ବିରାଟ କୋହଲି । ମାତ୍ର ଦଳର ସଫଳତାକୁ ନେଇ ଅନେକ ଥର ଏହି ପରିସଂଖ୍ୟାନ ଭିତ୍ତିକ ପ୍ରଶ୍ନ ଆସେ ଯେ, ଅନ୍ୟ ଅଧିନାୟକଙ୍କଠାରୁ କେତେ ସଫଳ କ୍ୟାପଟେନ୍ କୋହଲି ? ତେବେ ଏହି ପ୍ରଶ୍ନ ଉତ୍ତର ଜାଣନ୍ତୁ ଆମର ଏହି ରିପୋର୍ଟରେ...

କୋହଲିଙ୍କ ଅଧିନାୟକତ୍ବ ରେକର୍ଡ

ଏହି 32 ବର୍ଷୀୟା, ବର୍ତ୍ତମାନ ପର୍ଯ୍ୟନ୍ତ 95ଟି ଦିନିକିଆରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି । ଯେଉଁଥିରେ 27ଟି ପରାଜୟ ଏବଂ 65ଟି ବିଜୟ ସହିତ 70.43ର ବିଜୟ ହାର ରହିଛି । ସେହିପରି 45ଟି ଟି-20 ମ୍ୟାଚରେ ଅଧିନାୟକତ୍ୱ କରିଥିବା ବେଳେ ଦଳ 14ଟି ପରାଜୟ ଓ 27ଟିରେ ବିଜୟ ପାଇଛନ୍ତି କୋହଲି ।

ସେହିପରି ଅପରପକ୍ଷେ ଥିବା ଉପଅଧିନାୟକ ରୋହିତ ଶର୍ମା, 10ଟି ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରି ଆଠଟି ବିଜୟ ଓ ଦୁଇଟି ପରାଜୟ ପାଇଛନ୍ତି । ସେହିପରି ସେ ଟି-20ରେ 19 ଥର ଅଧିନାୟକତ୍ୱ କରିଛନ୍ତି, ସେଥିମଧ୍ୟରୁ ସେ 15 ଟି ଜିତିଛନ୍ତି ଏବଂ 4ଟିରେ ହାରିଛନ୍ତି।

କୋହଲିଙ୍କ ଖାତାରେ ନାହିଁ କୌଣସି ଆଇସିସି ଟ୍ରଫି

କୋହଲିଙ୍କ ଖାତାରେ ନାହିଁ କୌଣସି ଆଇସିସି ଟ୍ରଫି । ଦଳର ଭାର ଗ୍ରହଣ କରିବା ପରଠାରୁ କୋହଲିଙ୍କ ଅଧିନାୟକତ୍ୱର ସବୁଠାରୁ ବଡ ସମାଲୋଚନା ହେଉଛି ଆଇସିସି ଟ୍ରଫି ଜିତିବାରେ ବିଫଳତା। ଜୁନ୍ ମାସରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ମଧ୍ୟ ଭାରତ ହାରି ଯାଇଥିଲା । ଯାହା ଏହି ପ୍ରସଙ୍ଗକୁ ବଢାଇ ଦେଇଥିଲା ।

2016 ରେ ଅନୁଷ୍ଠିତ ଟି-20 ବିଶ୍ୱକପରେ କୋହଲି ଅଧିନାୟକତ୍ୱରେ ଭଲ ଆରମ୍ଭ କରିଥିଲେ । କିନ୍ତୁ ସେମିଫାଇନାଲରେ ଇଣ୍ଡିଜ୍ ଦଳ ତାଙ୍କୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବାହାରକୁ ବାଟ ଦେଖାଇଥିଲେ। ତା'ପରେ 2017 ଚାମ୍ପିଅନ୍ସ ଟ୍ରଫିରେ ଭାରତ ଫାଇଲରେ ପାକିସ୍ତାନଠୁ ଏକ ଲଜ୍ଜାଜନକ ପରାଜୟ ପାଇଥିଲା ।

 Virat Kohli

ସେହିପରି 2019 ଦିନିକିଆ ବିଶ୍ୱକପରେ ଭାରତୀୟ ଦଳ ବଡ଼ ଦଳକୁ ଟ୍ରାପ୍ କରି ସେମିଫାଇନାଲରେ ପହଞ୍ଚିଥିଲା । ମାତ୍ର ଏଠାରେ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇ କୋଟି କୋଟି ଭାରତୀୟ କ୍ରିକେଟ ପ୍ରେମୀଙ୍କ ସ୍ୱପ୍ନକୁ ଅଧାରେ ରଖି ଦେଇଥିଲେ ।

ତେଣୁ କୋହଲିଙ୍କ ଅଧିନାୟକତ୍ୱରେ ଆଗାମୀ ଟି-20 ବିଶ୍ୱକପରେ ଦଳ ଟାଇଟଲ ଜିତିବାକୁ ଚାହୁଁଛି। ଶେଷ ଆଇସିସି ଟ୍ରଫି 2013 ରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଜିତିଥିଲା । କୋହଲିଙ୍କ ଅଧିନାୟକତ୍ୱ ଅତ୍ୟନ୍ତ ଭଲ, କିନ୍ତୁ ଗତ ଦୁଇ ବର୍ଷ ଧରି ତାଙ୍କ ଉପରେ ଚାପର ପ୍ରଭାବ ସ୍ପଷ୍ଟ ଦେଖାଯାଉଛି । ସମସ୍ତ ତିନୋଟି ଫର୍ମାଟରେ ଅଧିନାୟକ କୋହଲି 2019 ପରେ ଗୋଟିଏ ଶତକ ସ୍କୋର କରିପାରି ନାହାନ୍ତି ।

ବ୍ୟକ୍ତିଗତ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବାକୁ ଏପରି ନିଷ୍ପତ୍ତି

ସେ ବିଶ୍ୱାସ କରନ୍ତି ଯେ, ସେ ତାଙ୍କ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବା ଏବଂ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେବା ପାଇଁ ପୁଣି ଚେଷ୍ଟା କରିବା ଆବଶ୍ୟକ ହୋଇପଡିଛି । ଫଳରେ ସୀମିତ ଓଭର ଫର୍ମାଟରେ ବ୍ୟକ୍ତିଗତ ବ୍ୟାଟିଂ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ।

 Virat Kohli

ବିରାଟ ଏହା ମଧ୍ୟ ଅନୁଭବ କରିଛନ୍ତି ଯେ ସମସ୍ତ ଫର୍ମାଟରେ ଅଧିନାୟକ ଭାବରେ ତାଙ୍କର ସାମଗ୍ରିକ ଦାୟିତ୍ୱ ତାଙ୍କ ବ୍ୟାଟିଂରେ ପ୍ରଭାବ ପକାଉଛି। ତେବେ ବିରାଟ ଟେଷ୍ଟ ଓ ଦିନିକିଆରେ ଭାରତର ଅଧିନାୟକତ୍ୱ ଜାରି ରଖିପାରିବେ ଏବଂ ତାଙ୍କ ଟି-20 ବ୍ୟାଟିଂରେ ଅଧିକ ସୁଧାର ଆଣିବାକୁ ସେ ଜଣେ ବ୍ୟାଟ୍ସମ୍ୟାନ ଭାବରେ ଦଳରେ କାର୍ଯ୍ୟ କରିବେ । କାରଣ ତାଙ୍କୁ 32 ବର୍ଷ ବୟସ ଏବଂ ତାଙ୍କ ଫିଟନେସକୁ ଦୃଷ୍ଟିରେ ରଖି ସେ ଅତି କମରେ ଆଗାମୀ ପାଞ୍ଚରୁ ଛଅ ପର୍ଯ୍ୟନ୍ତ କ୍ରିକେଟ୍ ଖେଳି ପାରିବେ ବୋଲି ଅନେକଥର କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+