ଦ୍ୱିତୀୟ ଥର ପିତା ହେବାକୁ ଯାଉଛନ୍ତି କି ଧୋନି ? ଜାଣନ୍ତୁ, ଘଟଣା କେତେ ସତ ?
ଏମଏସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ 2021ରେ ଚତୁର୍ଥଥର ପାଇଁ ଟ୍ରଫି ଟେକିଛି । ତେବେ ଟ୍ରଫି ଜିତିବା ପରେ ମାହି ପଡ଼ିଆରେ ପତ୍ନୀ ସାକ୍ଷୀ ଏବଂ ଝିଅ ଜିଭାଙ୍କୁ ଆଲିଙ୍ଗନ କରି ବେସ ଖୁସି ଥିବା ନଜର ଆସିଥିଲେ ।
ନୂଆଦିଲ୍ଲୀ: ଏମଏସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ 2021ରେ ଚତୁର୍ଥଥର ପାଇଁ ଟ୍ରଫି ଟେକିଛି । ତେବେ ଟ୍ରଫି ଜିତିବା ପରେ ମାହି ପଡ଼ିଆରେ ପତ୍ନୀ ସାକ୍ଷୀ ଏବଂ ଝିଅ ଜିଭାଙ୍କୁ ଆଲିଙ୍ଗନ କରି ବେସ ଖୁସି ଥିବା ନଜର ଆସିଥିଲେ ।

ଚେନ୍ନାଇ ବିଜୟ ପରେ ସାକ୍ଷୀଙ୍କ ଫଟୋ ଭାଇରାଲ୍ ହେଲା
ଏହା ପରେ ଧୋନି ପରିବାର ଅନ୍ୟ ସଦସ୍ୟମାନଙ୍କ ସହିତ ସେମାନଙ୍କର ଫଟୋ ଉଠାଇଥିଲେ ଏବଂ ସୁରେଶ ରାଇନା ତାଙ୍କ ଆକାଉଣ୍ଟରେ ଏହି ଫଟୋଗୁଡ଼ିକର ଏକ ସିରିଜ୍ ପୋଷ୍ଟ କରିଛନ୍ତି ଯେଉଁଥିରେ ସାକ୍ଷୀ ଧୋନି ସୁରେଶ ରାଇନାଙ୍କ ପତ୍ନୀ ପ୍ରିୟଙ୍କା ଏବଂ ରାଇନା, ଧୋନି ନିଜ ପରିବାର ସହିତ ନଜର ଆସିଛନ୍ତି। ତେବେ ଫଟୋରେ ସାକ୍ଷୀଙ୍କ ବଢୁଥିବା ଓଜନ ନଜରକୁ ଆସିଥିଲା । ଆଉ ଯାହା ପରେ ପ୍ରଶଂସକମାନେ କଳ୍ପନା କରିବା ଆରମ୍ଭ କରିଛନ୍ତି ଯେ, ଧୋନି ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି କି ?
ସାକ୍ଷୀଙ୍କୁ 4 ମାସର ଗର୍ଭବତୀ କୁହାଯାଉଛି
ତେବେ ଜଣେ ଟ୍ବିଟର ବ୍ୟବହାରକାରୀ ସୁରେଶ ରାଇନାଙ୍କ ପତ୍ନୀ ପ୍ରିୟଙ୍କାଙ୍କ ଉଦ୍ଧେଶ୍ୟରେ ଏକ ଟୁଇଟ୍ କରି କହିଛନ୍ତି ଯେ ଧୋନିଙ୍କ ପତ୍ନୀ 4 ମାସର ଗର୍ଭବତୀ ବୋଲି ଏହା ନିଶ୍ଚିତ ହୋଇଛି। ଏହି ଟ୍ୱିଟ୍ ଏବେ ବିଶେଷ ଭାବରେ ଭାଇରାଲ୍ ହେବାରେ ଲାଗିଛି । ଏ ବିଷୟରେ ଅନେକ କଳ୍ପନାଜଳ୍ପନା ଚାଲିଛି। ସାକ୍ଷୀ ଏବଂ ମହେନ୍ଦ୍ର ସିଂ ଧୋନି ଜଣେ ଖୁସି ଦମ୍ପତି ଯିଏ 2010 ରେ ପରସ୍ପରକୁ ବିବାହ କରିଥିଲେ ଏବଂ ସେତେବେଳେ ସାକ୍ଷୀ ହୋଟେଲ ମ୍ୟାନେଜମେଣ୍ଟ ପଢୁଥିଲେ । ସେମାନଙ୍କ ଝିଅର ନାମ ଜିଭା, ଯିଏ 2015 ରେ ଜନ୍ମ ହୋଇଥିଲେ ଏବଂ ବର୍ତ୍ତମାନ ଜୀଭାଙ୍କୁ 6 ବର୍ଷ । କିନ୍ତୁ ଆଇପିଏଲ୍ 2021 ପରେ ଫଟୋଗୁଡ଼ିକ ଉପରେ କଳ୍ପନାଜଳ୍ପନା ଧୋନିଙ୍କୁ ଦ୍ୱିତୀୟ ଥର ପାଇଁ ପିତା ହେବାକୁ ସୂଚିତ କରିଛି ।
ଧୋନିଙ୍କ ପାଇଁ ବର୍ତ୍ତମାନ ସମୟରେ ଖୁସିର ମୁହୂର୍ତ୍ତ ଅଛି
ଧୋନି ପିତା ହେବାକୁ ଯାଉଛନ୍ତି ନା ନାହିଁ ଏନେଇ ଏହି ଦମ୍ପତ୍ତିଙ୍କ ପାଖରୁ କୌଣସି ସୂଚନା ମିଳିନାହିଁ । କିନ୍ତୁ ବର୍ତ୍ତମାନର ମୁହୂର୍ତ୍ତ ମଧ୍ୟ ତାଙ୍କ ପରିବାର ପାଇଁ ଅନେକ ଆନନ୍ଦ ଆଣିଦେଇଛି କାରଣ ଧୋନି ଅବସର ପରେ କ୍ରିକେଟରେ ତାଙ୍କର ପ୍ରଥମ ପ୍ରମୁଖ ସଫଳତା ହାସଲ କରିଛନ୍ତି। ସେ ପ୍ରମାଣ କରିଛନ୍ତି ଯେ ଟି-20 କ୍ରିକେଟ୍ ସହିତ ବୟସର କୌଣସି ସମ୍ପର୍କ ନାହିଁ ଏବଂ ଆସନ୍ତା ବର୍ଷ ମଧ୍ୟ ହଳଦିଆ ସେନାକୁ ଆଗେଇ ନେଇ ଏହି ସଫଳତାକୁ ଉପଭୋଗ କରୁଥିବା ଦେଖିବାକୁ ମିଳିବ।












Click it and Unblock the Notifications