ୟୁପି-ଉତ୍ତରାଖଣ୍ଡରେ 'ଏକଲା ଚଲୋ' ଦିଶାରେ ବିଏସପି, 'ମିଶନ 2022' ପାଇଁ କଣ ରହିଛି ରଣନୀତି
ଏଥି ସହ ବହୁଜନ ସମାଜ ପାର୍ଟି (ବିଏସପି) ସଭାପତି ମାୟାବତୀ କୌଣସି ଦଳ ସହ ମେଣ୍ଟ କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି । ରବିବାର ଦିନ ମାୟାବତୀ ଘୋଷଣା କରି କହିଛନ୍ତି ଯେ ବିଏସପି ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ କୌଣସି ଦଳ ସହ ମେଣ୍ଟ କରିବ ନାହିଁ ।
ଲକ୍ଷ୍ନୌ : ସମସ୍ତ ରାଜନୈତିକ ଦଳ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ 2022 ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଭାରତୀୟ ଜନତା ପାର୍ଟି ଏବଂ ସମାଜବାଦୀ ପାର୍ଟି ଛୋଟ ଦଳ ସହ ମେଣ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ଏଥି ସହ ବହୁଜନ ସମାଜ ପାର୍ଟି (ବିଏସପି) ସଭାପତି ମାୟାବତୀ କୌଣସି ଦଳ ସହ ମେଣ୍ଟ କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି । ରବିବାର ଦିନ ମାୟାବତୀ ଘୋଷଣା କରି କହିଛନ୍ତି ଯେ ବିଏସପି ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ କୌଣସି ଦଳ ସହ ମେଣ୍ଟ କରିବ ନାହିଁ, ଏହା ଏକାକୀ ମତଦାନକୁ ଓହ୍ଲାଇବ ।

ବିଧାନସଭା ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା ଘୋଷଣା ସହିତ ବିଏସପି ଦଳ ସଂଗଠନକୁ ମଜବୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି । ରାଜ୍ୟରେ ନିଜର ସ୍ଥିତିକୁ ମଜବୁତ କରିବାକୁ ଦଳ ରାଗ କାରଣରୁ ହେଉ କିମ୍ବା କିଛି ଭୁଲ ବୁଝାମଣା ଯୋଗୁଁ ଦଳରୁ ବାହାର କରାଯାଇଥିବା କ୍ୟାଡରର ନେତାମାନଙ୍କୁ ମନାଇବା ପାଇଁ ପ୍ରୟାସ ଆରମ୍ଭ କରିଛି । ଖବର ଅନୁଯାୟୀ, ସଂଗଠନ ମଜବୁତ ହୋଇପାରିବ ବୋଲି ମାୟାବତୀ ନିଜେ ଏହା ପାଇଁ ପ୍ରଥମେ ଆରମ୍ଭ କରିଛନ୍ତି । ବାରାଣାସୀ, ମିର୍ଜାପୁର ବିଭାଗର ପ୍ରୟାଗରାଜ ଠାରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ପଶ୍ଚିମ ୟୁପିରେ ଯାଇଥିବା ପୁରୁଣା ନେତାଙ୍କ ସହ ସେକ୍ଟର ଦାୟିତ୍ୱରେ ଥିବା ପ୍ରଭାରୀ ଯୋଗାଯୋଗ କରୁଛନ୍ତି ।
1. मीडिया के एक न्यूज चैनल में कल से यह खबर प्रसारित की जा रही है कि यूपी में आगामी विधानसभा आमचुनाव औवेसी की पार्टी AIMIM व बीएसपी मिलकर लड़ेगी। यह खबर पूर्णतः गलत, भ्रामक व तथ्यहीन है। इसमें रत्तीभर भी सच्चाई नहीं है तथा बीएसपी इसका जोरदार खण्डन करती है। 1/2
— Mayawati (@Mayawati) June 27, 2021
AIMIM ସହିତ ମେଣ୍ଟ ଖବରକୁ ଖଣ୍ଡନ
ଏଥିସହ ମାୟାବତୀ ରବିବାର ଦିନ ଟ୍ୱିଟ୍ କରିଅସାଦୁଦ୍ଦିନ ଓୱେସିଙ୍କ ପାର୍ଟି ଏଆଇଏମ୍ଏମ୍ ସହ ମେଣ୍ଟ କରିବା ନେଇ ଖବରକୁ ଅସ୍ୱୀକାର କରିଛନ୍ତି । ମାୟାବତୀ କହିଛନ୍ତି ଯେ ଗତକାଲି ଠାରୁ ଏକ ନ୍ୟୁଜ୍ ଚ୍ୟାନେଲରେ ଖବର ପ୍ରସାରିତ ହେଉଛି ଯେ ଅସାଦୁଦ୍ଦିନ ଓୱେସିଙ୍କ ଦଳ ଏଆଇଏମ୍ଆଇଏମ୍ ଏବଂ ବିଏସପି ୟୁପିରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଏକାଠି ଲଢିବେ । ଏହି ଖବରଟି ସମ୍ପୂର୍ଣ୍ଣ ମିଥ୍ୟା, ବିଭ୍ରାନ୍ତକାରୀ ଏବଂ ତଥ୍ୟହୀନ । ଏହି ସମ୍ବାଦର କୌଣସି ସତ୍ୟତା ନାହିଁ, ବିଏସପି ଏହାକୁ ଖମଅଡନ କରୁଛି ।












Click it and Unblock the Notifications